logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ନାବାଳିକା ଛାତ୍ରୀ ଙ୍କ ଫାଶି ଲଗାଇ ଆତ୍ମହତ୍ୟା!

ନାବାଳିକା ଛାତ୍ରୀ ଙ୍କ ଫାଶି ଲଗାଇ ଆତ୍ମହତ୍ୟା!

ପାଟଣା-୧୮/୦୫, ପାଟଣା ଥାନା ଅନ୍ତର୍ଗତ ମୁଷାଖୋରୀ ପଞ୍ଚାୟତ ଗିରିଧିନା ଗ୍ରାମର କାଜୁ ବଗିଚାରେ ଆଜି ସକାଳେ ଜଣେ ଅଷ୍ଟମ ଶ୍ରେଣୀ ର ଛାତ୍ରୀ ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ମୃତା ଛାତ୍ରୀ ଜଣକ ବାମେଵାରୀ ଥାନା ଜଜାଙ୍ଗ ଗ୍ରାମର ସ୍ବର୍ଗତ ସଞ୍ଜୟ ମାଝୀଙ୍କ ଝିଅ ଲୀସା ମାଝୀ (୧୩) ବୋଲି ଜଣାପଡିଛି। ସେ ସାରାସକୋଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିଲେ। ଲିସା ଗିରିଧିନା ଗ୍ରାମର ନିଜ ସମ୍ପର୍କୀୟ ଙ୍କ ଘର ପିତାମ୍ବର ମାଝୀଙ୍କ ଘରେ ରହି ପାଠ ପଢୁଥିଲେ। ତେବେ କୌଣସି କାରଣରୁ ସେ ଆଜି ସକା 6 ଟା ସମୟରେ ଶୌଚ ପାଇଁ ଯାଉଛି କହି ଘରୁ ବାହାରି ଥିଲେ। ଲିସା ଘରକୁ ନଫେରିବାରୁ ତାକୁ ଖୋଜାଖୋଜି କରିବା ବେଳେ ଘର ପଛପଟ କାଜୁ ଗଛରେ ନିଜ ଚୁନି ସାହାଯ୍ୟରେ ଫାଶି ଲଗାଇ ଆତ୍ମହତ୍ୟା କରିଥିବା ଦେଖା ଯାଇଥିଲା। ଖବର ପାଇ ପାଟଣା ଥାନା ଏସ ଆଇ ଗୌରମୋହନ ଗରଡ଼ିଆ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଥାନା ଅପମୃତ୍ୟୁ ମାମଲା ୨୦/୨୦୨୬ ଅନୁସାରେ ମୃତା ଛାତ୍ରୀ ଙ୍କ ଶବ ବ୍ୟବଚ୍ଛେଦ କରାଇ ମୃତକଙ୍କ ପରିବାର କୁ ହସ୍ତାନ୍ତର କରିଛନ୍ତି। ତେବେ ଛାତ୍ରୀ ଙ୍କ ପରିବାର ଲୋକେ ଜଜାଙ୍ଗ ରୁ ଆସି ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି। ଛାତ୍ରୀ ଜଣକ ପ୍ରେମ ସମ୍ପର୍କରୁ ଏପରି ନିଷ୍ପତ୍ତି ନେଇଥିବା କୁହାଯାଇଛି।

ଖଣ୍ଡାଧାର ନିଉଜ- ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ।

17
794 views

Comment