logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

କେନ୍ଦୁଝରରେ ଦିନଦହାଡ଼େ ଲୁଟ୍ : ପିଇଓଙ୍କ ଠାରୁ ବନ୍ଧୁକ ଦେଖାଇ ୮ ଲକ୍ଷରୁ ଅଧିକ ଭତ୍ତା ଟଙ୍କା ଛଡ଼ାଇ ନେଲେ ଦୁବୃତ୍ତ!

କେନ୍ଦୁଝରରେ ଦିନଦହାଡ଼େ ଲୁଟ୍ : ପିଇଓଙ୍କ ଠାରୁ ବନ୍ଧୁକ ଦେଖାଇ ୮ ଲକ୍ଷରୁ ଅଧିକ ଭତ୍ତା ଟଙ୍କା ଛଡ଼ାଇ ନେଲେ ଦୁବୃତ୍ତ!

କେନ୍ଦୁଝର, ୧୮/୦୫, (ଖଣ୍ଡାଧାର ନ୍ୟୁଜ) ସଦରମହକୁମା ଅନ୍ତର୍ଗତ ବାଉରିପଦା ପଞ୍ଚାୟତରେ ଏକ ଚଞ୍ଚଲ୍ୟକର ଲୁଟ୍ ଘଟଣା ସାମ୍ନାକୁ ଆସିଛି । ପଞ୍ଚାୟତର ପିଇଓ (ପଞ୍ଚାୟତ ନିର୍ବାହୀ ଅଧିକାରୀ) ଙ୍କ ଠାରୁ ବନ୍ଧୁକ ଦେଖାଇ ଦୁଇ ଜଣ ଦୁବୃର୍ତ୍ତ ୮ ଲକ୍ଷ ଟଙ୍କାରୁ ଅଧିକ ଭତ୍ତା ଟଙ୍କା ଛଡ଼ାଇ ନେଇ ଫେରାର ହୋଇଥିବା ସୂଚନା ମିଳିଛି । ଘଟଣାଟି ସମଗ୍ର ଅଞ୍ଚଳରେ ଭୟ ଓ ଆତଙ୍କର ପରିବେଶ ସୃଷ୍ଟି କରିଛି ।

ସୂଚନା ଅନୁଯାୟୀ, ବାଉରିପଦା ପଞ୍ଚାୟତର ପିଇଓ ଭତ୍ତା ବଣ୍ଟନ ପାଇଁ ବ୍ୟାଙ୍କରୁ ଟଙ୍କା ଉଠାଇ ଫେରୁଥିବା ବେଳେ ରାସ୍ତା ମଝିରେ ଏକ ନାଲି ରଙ୍ଗର ପଲସର୍ ବାଇକ୍ରେ ଆସିଥିବା ଦୁଇ ଜଣ ଦୁବୃର୍ତ୍ତ ତାଙ୍କୁ ଅଟକାଇଥିଲେ । ପରେ ବନ୍ଧୁକ ଦେଖାଇ ଧମକ ଦେଇ ଟଙ୍କା ଭର୍ତ୍ତି ବ୍ୟାଗ୍ଟି ଛଡ଼ାଇ ନେଇ ଘଟଣାସ୍ଥଳରୁ ଦ୍ରୁତ ଗତିରେ ଫେରାର ହୋଇଯାଇଥିଲେ ।

ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିବା ବେଳେ ପିଇଓ ଓ ଅନ୍ୟ କର୍ମଚାରୀମାନେ ଭୟଭୀତ ହୋଇପଡ଼ିଥିଲେ । ଖବର ପାଇ ସଦର ଥାନା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୋଲିସ୍ ପକ୍ଷରୁ ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଉଥିବା ସହ ଦୁବୃର୍ତ୍ତମାନଙ୍କୁ ଧରିବା ପାଇଁ ଛାନଭିନ୍ ଜୋରଦାର କରାଯାଇଛି ।

ପ୍ରାଥମିକ ତଦନ୍ତରୁ ଏହା ପୂର୍ବ ଯୋଜନାବଦ୍ଧ ଲୁଟ୍ ହୋଇଥିବା ସନ୍ଦେହ କରାଯାଉଛି । କାରଣ ଦୁବୃର୍ତ୍ତମାନେ ପିଇଓଙ୍କ ଗତିବିଧି ଓ ଟଙ୍କା ନେଇ ଯାଉଥିବା ସମୟ ସମ୍ପର୍କରେ ପୂର୍ବରୁ ସୂଚନା ରଖିଥିବା ଅନୁମାନ କରାଯାଉଛି ।

ଏପରି ଦିନଦହାଡ଼େ ଲୁଟ୍ ଘଟଣା କେନ୍ଦୁଝର ସଦର ଅଞ୍ଚଳର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛି । ସ୍ଥାନୀୟ ଲୋକେ ଅଞ୍ଚଳରେ ପୋଲିସ୍ ପେଟ୍ରୋଲିଂ ବୃଦ୍ଧି ସହ ଦୁବୃର୍ତ୍ତମାନଙ୍କୁ ଶୀଘ୍ର ଗିରଫ କରିବାକୁ ଦାବି କରିଛନ୍ତି।

ଖଣ୍ଡାଧାର ନିଉଜ- କମଳଲୋଚନ ମହାନ୍ତଙ୍କ ରିପୋର୍ଟ।

23
1102 views

Comment