ଆର୍ଟ ଅଫ ଗିଭିଙ୍ଗର ୧୩ ତମ ସଂସ୍କରଣ କାର୍ଯ୍ୟକ୍ରମ ଅନୁଷ୍ଠିତ।
ଆର୍ଟ ଅଫ ଗିଭିଙ୍ଗର ୧୩ ତମ ସଂସ୍କରଣ କାର୍ଯ୍ୟକ୍ରମ ଅନୁଷ୍ଠିତ।
କେନ୍ଦୁଝର- ୧୭/୦୫, କେନ୍ଦୁଝର ଜିଲ୍ଲା କେନ୍ଦୁଝର ସଦର ବ୍ଲକ ରାଇସୁଆଁ ଭଲିଭଲ ପଡିଆ ଠାରେ ଆର୍ଟ ଅଫ ଗିଭିଙ୍ଗର ୧୩ ତମ ସଂସ୍କରଣ କାର୍ଯ୍ୟକ୍ରମ କିସ ର ସଂଯୋଜକ ଜଗବନ୍ଧୁ ଦାସ ଙ୍କ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି। କିଟ୍, କିସ ଓ ଆର୍ଟ ଅଫ ଗିଭିଙ୍ଗ ର ପ୍ରତିଷ୍ଠାତା ପ୍ରଫେସର ଡ. ଅଚ୍ୟୁତ ସାମନ୍ତଙ୍କ ଏହି ମହାନ କାର୍ଯ୍ୟକ୍ରମକୁ କୁ ଉପସ୍ଥିତ ଥିବା ସମସ୍ତ ଜନସାଧାରଣ ପ୍ରଂଶଂସା କରିଥିଲେ। ଆଗକୁ ଏହିଭଳି ସମାଜ ସଂସ୍କାର କାର୍ଯ୍ୟକ୍ରମ ଜାରି ରହୁ ବୋଲି କହିଥିଲେ। ଅତିଥି ଭାବରେ ଯୋଗ ଦେଇଥିବା ମା ତାରିଣୀ କୋଚି ସେଣ୍ଟର ଚେୟାର ମ୍ୟାନ ଦେବାନନ୍ଦ ପାତ୍ର, କିସ ଅଭିଭାବକ ସଂଘ ର ଉପ ସଭାପତି ଶିବ ଶଙ୍କର ମାରଡି ଙ୍କ ନେତୃତ୍ୱ ରେ ଏଠାରେ ଯୁବକ ଓ ଛାତ୍ର ଏକଜୁଟ ହୋଇ ଆର୍ଟ ଅଫ ଗିଭିଙ୍ଗ କାର୍ଯ୍ୟକ୍ରମ ର ମହାନ ଉଦେଶ୍ୟ ସମ୍ପର୍କରେ ଆଲୋଚନା କରାଯାଇଥିଲା। ତା ସହିତ ଭଲିବଲ ଖେଳକୁ ପ୍ରୋତ୍ସାହନ ପାଇଁ ରାଇସୁଆଁ ଭଲିଭଲ ଟିମ କୁ ଭଲିବଲ ଓ ନେଟ ମଧ୍ୟ ପ୍ରଦାନ କରାଯାଇଥିଲା। ଯାହା ଫଳରେ ଯୁବ ପଢିଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା। ଏହି କାର୍ଯ୍ୟକ୍ରମ ରେ ରବି ନାରାୟଣ ରଥ, ଶରତ କୁମାର ରାଉତ, ବସନ୍ତ ସାହୁ, ସନ୍ତୋଷ କୁମାର ପତି, ଶ୍ରୀମତୀ ପାୟ ମାରଡି, ପଞ୍ଚାନନ ସାହୁ, ପ୍ରଦୀପ ସେଠୀ, ସୁଧାକର ଓଝା, ସଞ୍ଜୟ ମିଶ୍ର ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମ କୁ ସଫଳ କରିଥିଲେ।
ଖଣ୍ଡାଧାର ନିଉଜ- ସାମ୍ବାଦିକ ସତ୍ୟଜିତ ମିଶ୍ରଙ୍କ ରିପୋର୍ଟ।