ସମାଜ ସଂସ୍କାର ଓ ସଂସ୍କୃତି ମୁଳକ ପତ୍ରିକା "ଜାଗରଣ" ଲେlକାର୍ପୀତ।
ସମାଜ ସଂସ୍କାର ଓ ସଂସ୍କୃତି ମୁଳକ ପତ୍ରିକା "ଜାଗରଣ" ଲେlକାର୍ପୀତ।
ଭୁବନେଶ୍ୱର -୧୭/୦୫ (ଖଣ୍ଡାଧାର ନିଉଜ) ସ୍ଥାନୀୟ ଫରଚ୍ୟୁନ ଟାୟାର ସମ୍ମୁଖରେ ଅବସ୍ଥିତ ଯୁବ ଓ ସମାଜ ବିକାଶ ( ସି. ଓ୍ବାଇ. ଏସ୍. ଡି) ସଭାଗୃହ ରେ ଭୁବନେଶ୍ୱର ସ୍ଥିତ ଶିବାଜୀ ସାଂସ୍କୃତିକ ସଂଘ ଦ୍ଵାରା ପ୍ରକାଶିତ ସମାଜ ସଂସାର,ସଂସ୍କୃତି ଓ ଆଧ୍ୟାତ୍ମିକ ବିଚାର ଧାରା ରେ ଅନୁରଣିତ "ଜାଗରଣ" ପତ୍ରିକା ଲେlକାର୍ପୀତ ହେlଇ ଯାଇଛି l ଏହାର ସଂପାଦକ ଇଟରନିଟୀ ଅନ୍ତରାଷ୍ଟ୍ରୀୟ ସଂଗଠନର ପ୍ରତିଷ୍ଠାତା ହରେକୃଷ୍ଣ ମହାନ୍ତ ଉକ୍ତ ସଭାରେ ପୌରାହିତ୍ୟ କରି କହିଲେ ଯେ ଜଗନ୍ନାଥ ସଂସ୍କୃତି ର ଏହି ଓଡିଶା ରାଜ୍ୟ ଦୟା, କ୍ଷମା ଓ ଉଦାରତା ପାଇଁ ଜଗତ ବିଖ୍ୟାତ l ଏଇ ପବିତ୍ର ମାଟିରେ ଚଣ୍ଡାଶେlକ, ଧର୍ମାଶେlକରେ ପରିଣତ ହୁଅନ୍ତି, ଅର୍କ କ୍ଷେତ୍ର କେlଣାର୍କ ର ସୂର୍ଯ୍ୟ ମନ୍ଦିର ନିର୍ମାଣ ଲାଗି ଧର୍ମପଦ ଜନ୍ମ ନିଅନ୍ତି l ପୁଣି ନିଜକୁ ସମୁଦ୍ର ରେ ଶୈଳ ସମାଧି ଦେଇ ପାରନ୍ତି l ଏହାହିଁ ଜାଗରଣ ପତ୍ରିକା ରେ ପ୍ରତିଧ୍ୱନିତ ହୁଏ ବେlଲି ସେ ବକ୍ତବ୍ୟ ରଖିଥିଲେ l ଉକ୍ତ ସଭାରେ ରାଜଧାନୀ ର ବହୁ ଭଦ୍ର ମହିଳା ବି ଯେlଗ ଦେଇ ଥିଲେ l ପୁର୍ବ ରେଲୟେର ଚିଫ୍ ଇଂଜିନିୟର୍ ଜନାର୍ଦନ ମହାନ୍ତ ଙ୍କର ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମନ୍ତ୍ର ଉଦ୍ୟେlଗର ସିଇଓ ଜେ.ପ୍ରଭାକର ମୁଖ୍ୟ ବକ୍ତା ; ଚିଫ୍ ଇଂଜିନିୟର ସୁରେଶ ଚନ୍ଦ୍ର ମୁଖ୍ୟ ଅତିଥି ଭାବେ ଯେlଗ ଦେଇ ଥିଲେ l ଅବସରପ୍ରାପ୍ତ ଏକଜିକ୍ୟୁଟିଭ୍ ଇଂ. ଭାଗବତ ମହାନ୍ତ ଏବଂ ଓ. ଏମ୍. ସି.ର ସିନିୟର ମେନେଜର ଶିବାନୀ ମହାନ୍ତ ସମ୍ମାନୀତ ଅତିଥି ଭାବେ ଯେlଗ ଦେଇ ଥିଲେ l ଶେଷରେ ତାରାଚାନ୍ଦ ମହାନ୍ତ ସମସ୍ତଙ୍କୁ ଧନ୍ୟଵାଦ ଦେଇ ସଭା ସାଙ୍ଗ କରିଥିଲେ। (ଡମ୍ବରୁଧର ମହାନ୍ତଙ୍କରିପୋର୍ଟ)