ହରସ୍କୋ ଆଗ୍ର କେମିକାଲ ନବମ ବାର୍ଷିକ ରାଜ୍ୟସ୍ତରୀୟ ପାର୍ଟନର ମିଟ୍।
ହରସ୍କୋ ଆଗ୍ର କେମିକାଲ ନବମ ବାର୍ଷିକ ରାଜ୍ୟସ୍ତରୀୟ ପାର୍ଟନର ମିଟ୍।
ପୁରୀ /ଚମ୍ପୁଆ -୧୭/୦୫ (ଖଣ୍ଡାଧାର ନିଉଜ) ଓଡିଶାରେ ହରସ୍କ ଆଗ୍ର କେମିକାଲ ତରଫରୁ ଏକ ରାଜ୍ୟସ୍ତରୀୟ ପାର୍ଟନସ ନବମ ବାର୍ଷିକ ସମ୍ମିଳନୀର ରବିବାର ପୁରୀ ର ପିପୁଲ ହୋଟେଲ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ସମ୍ମିଳନୀକୁ ଜଗତର ନାଥ ଜଗନ୍ନାଥଙ୍କ ଫଟୋଚିତ୍ରରେ ଧୂପଦୀପ ପ୍ରଜ୍ଜ୍ୱଳନ ସହ ଉଦଘାଟନ କରିଥିଲେ କମ୍ପାନୀର ନିର୍ଦ୍ଦେଶକ କେନ୍ଦୁଝରର ଯୁବ ଉଦ୍ୟୋଗପତି ବିକାଶ ମିଶ୍ର ଓ ବହୁବରିଷ୍ଟ ବ୍ୟବସାୟୀ । ଆଜି ଵଜାରରେ ଉପଲବ୍ଧ ହେଉଥିବା ହରସ୍କ ଆଗ୍ର କେମିକାଲ ଅନ୍ୟ କମ୍ପାନୀ ତୁଳନାରେ ଉତ୍ପାଦ ଗୁଡିକ ନ'ବର୍ଷ ଧରି ଆଜି ଦିନରେ ଡିଲର ଓ ଉପଭୋକ୍ତାଙ୍କ ମଧ୍ୟରେ ସୁସମ୍ପର୍କ ଓ ବିଶ୍ବାସ ତାଙ୍କୁ ଆଜି ସଶକ୍ତ କରାଇ ପାରିଛି । ଅନ୍ୟ କମ୍ପାନୀ ତୁଳନାରେ ହରସ୍କ ଆଗ୍ର କେମିକାଲ ଉଚ୍ଚ ମାନର ସମସ୍ତ ଉତ୍ପାଦଗୁଡିକର ମାନ ଉତ୍କୃଷ୍ଟ ଥିବା ସହ ଦାମ ଅପେକ୍ଷାକୃତ କମ ରହିଥିବା ସହ ଉତ୍ପାଦ ଗୁଡ଼ିକ ପ୍ରଭାବ ଯୁକ୍ତ ହୋଇଥିବା ସମ୍ମିଳନୀରେ ସର୍ଵସମ୍ମତ ମତ ପ୍ରକାଶ ପାଇଥିଲା। କମ୍ପାନୀର ଉତ୍ପାଦଗୁଡିକ
ଉଚ୍ଚମାନର ବୋଲି କମ୍ପାନୀର ନିର୍ଦ୍ଦେଶକ ଶ୍ରୀ ମିଶ୍ର ପ୍ରକାଶ କରିଛନ୍ତି। ଏହି କମ୍ପାନୀର ଉତ୍ପାଦଗୁଡିକର ଉତ୍ପାଦନ ପଦ୍ଧତି,ବିତରଣ, ଏବଂ ଏହାର ଗୁଣବତ୍ତା ଉପରେ ଡିଲର ବନ୍ଧୁମାନଙ୍କୁ ବୁଝାଇଥିଲେ। ଏହି ସମ୍ମିଳନୀରେ ଓଡ଼ିଶାର ସମସ୍ତ ଜିଲ୍ଲାର ହୋଲସେଲର,ଡିଲର ବନ୍ଧୁମାନେ ଯୋଗ ଦେଇଥିଲେ । ଚାଷୀ ଓ ବ୍ୟବସାୟୀ ମଧ୍ୟରେ ସମ୍ପର୍କକୁ ସଦୃଢ଼ କରିବା ସହ ଉଚିତ୍ ମୂଲ୍ୟ ଏବଂ ଉଚିତ୍ ପ୍ରଭାବ ହୋରୋସ୍କ କେମିକାଲ ର ଲକ୍ଷ୍ୟ ବୋଲି କହିଥିଲେ i ଏପରିକି ବ୍ୟବସାୟୀ ଓ ଦୋକାନର କର୍ମଚାରୀଙ୍କ ସ୍ବାସ୍ଥ୍ୟ ର ଗୁରୁତ୍ଵକୁ ପ୍ରାଥମିକତା ଦେବାକୁ ପରାମର୍ଶ ପ୍ରଦାନ କରିଥିଲା। (ଡମ୍ବରୁଧର ମହାନ୍ତ ଙ୍କ ରିପୋର୍ଟ)।