logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ମାନସିକ ଅନଗ୍ରସର ଭିନ୍ନକ୍ଷମ ମଣ୍ଟୁ ପାତ୍ର କୁ ସହାୟତା ଯୋଗାଇବାକୁ ଦାବୀ।

ମାନସିକ ଅନଗ୍ରସର ଭିନ୍ନକ୍ଷମ ମଣ୍ଟୁ ପାତ୍ର କୁ ସହାୟତା ଯୋଗାଇବାକୁ ଦାବୀ।

ଚମ୍ପୁଆ -୧୭/୦୫(ଖଣ୍ଡାଧାର ନିଉଜ) ଚମ୍ପୁଆ ବ୍ଲକ ଉଚ୍ଚବାଲି ପଞ୍ଚାୟତ ଅନ୍ତର୍ଗତ ପଦ୍ମପୁର ଗ୍ରାମ ପାତ୍ର ସାହିରେ ମଣ୍ଟୁ ପାତ୍ର (୩୩) ଅବସ୍ଥାନ କରି ଆସୁଛନ୍ତି l ଛୋଟ ସମୟ ରୁ ମାନସିକ ଭିନ୍ନକ୍ଷମ l ନିଜ କାମ ନିଜେ ମଧ୍ୟ କରିବାକୁ ଅକ୍ଷମ l ପିତା, ମାତା ତଥା ତାଙ୍କ ନlନା ଆଇ ଚାନ୍ଦ ପାତ୍ର ଙ୍କ ଉପରେ ନିର୍ଭରଶୀଳ l ଗାଧୋଇବା ଠାରୁ ନିତ୍ୟକ୍ରମ ଖାଇବା ପିଇବା ପର୍ଯ୍ୟନ୍ତ l ଡାକ୍ତରୀ ରିପୋର୍ଟ ଅନୁସାରେ ମଣ୍ଟୁ ୯୦%ଅକ୍ଷମ ହୋଇଥିବା ବେଳେ ତା'ର ନିୟମିତ ଚିକିତ୍ସା ଔଷଧ ସେବନ ର ଆବଶ୍ୟକତା ଅନୁଭବ କରାଯାଇଛି l ଯଦିଓ ସେ ସରକାରୀ ଭିନ୍ନକ୍ଷମ ଭତ୍ତା ପାଉଛି ତା ପକ୍ଷରେ ଚଳିବା ମୁସ୍କିଲ ହୋଇଯାଉଛି l ମଣ୍ଟୁ ପାତ୍ର ରହିବା ପାଇଁ ପ୍ରଧାନ ମନ୍ତ୍ରୀ ଆବାସ ଗୃହ ଓ ଅନ୍ତୋର୍ଦୟ ଯୋଜନାରେ ଚାଉଳ ଯୋଗାଇ ଦେଲେ ସୁବିଧା ହେବ ବୋଲି ତାଙ୍କ ପିତା ସୁଦର୍ଶନ ପାତ୍ର ଓ ମାତା ରତ୍ନାବତୀ ପାତ୍ର କହିଛନ୍ତି l ଉକ୍ତ ଖବର କୌଣସି ସୂତ୍ର ରୁ ପାଇବା ପରେ ପାଟଣା ବିଧାୟକଙ୍କ ଚମ୍ପୁଆ ବ୍ଲକ ପ୍ରତିନିଧି ଭାବଗ୍ରାହୀ ମହାନ୍ତ ମଣ୍ଟୁ ଙ୍କ ପରିବାରକୁ ଭେଟି ମଣ୍ଟୁ ର ଚିକିତ୍ସା ସୁବିଧା, ଆବାସ ଗୃହ ଓ ଅନ୍ତୋଦୟ ଯୋଜନାରେ ଚାଉଳ ଯୋଗାଇବା ପାଇଁ ବ୍ଲକ ପ୍ରଶାସନ ସହିତ ଆଲୋଚନା କରି ଖୁବ ଶୀଘ୍ର ମଣ୍ଟୁ ପାତ୍ର ର ଅସୁବିଧା ଦୂର କରିବା ପାଇଁ ଉଦ୍ୟମ କରାଯିବ ବୋଲି ପ୍ରକାଶ କରିଛନ୍ତି। (ଡମ୍ବରୁଧର ମହାନ୍ତ ଙ୍କ ରିପୋର୍ଟ)l

7
812 views

Comment