ନୂଆପଡ଼ାରେ ରେକ୍ସଲର ୱେଲଫେର୍ ଫାଉଣ୍ଡେସନର ସଚେତନତା ସଭା
ନୂଆପଡ଼ା: ରେକ୍ସଲର ୱେଲଫେର୍ ଫାଉଣ୍ଡେସନ୍ ନିମିତ୍ତ ଡୁଆଝର ମିଶନଶକ୍ତି ଗୃହରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ସଭାରେ ମୁଖ୍ୟ ଅତିଥି ଭାବରେ ରାଜେନ୍ଦ୍ର ଶବର, ରତ୍ନାକର ପାଇକ ଓ ଗଜପତି ସରପଞ୍ଚ ଉପସ୍ଥିତ ଥିଲେ ଏବଂ ଅନ୍ନପୂର୍ଣ୍ଣା ଯୋଜନା ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ।
ସଭାରେ ଗରିବ ଓ ଅସହାୟ ଲୋକମାନଙ୍କ ପାଇଁ ଅନ୍ନପୂର୍ଣ୍ଣା ଯୋଜନାର ଲାଭ ଏବଂ ଦୁର୍ବଳ ପରିବାରମାନଙ୍କୁ ରାସନ ବଣ୍ଟନ ବିଷୟରେ ସୂଚନା ଦିଆଯାଇଥିଲା। ସଭାରେ “ମୋ ଓଡ଼ିଶାରେ କୌଣସି ଘରେ ଗରିବ ନ ରହୁନ୍ତୁ” ମନୋଭାବ ପ୍ରକାଶ କରି ସମାଜସେବୀ ମାନେ ଦୁର୍ବଳ ଓ ଅବହେଳିତ ବର୍ଗଙ୍କ ସହଯୋଗ ପାଇଁ ଏକତ୍ର ହେବାକୁ ଆହ୍ୱାନ କରିଥିଲେ।