ସାବିତ୍ରୀ ବ୍ରତ ରେ ଶୁଭ ମନାସିଲେ ସଧବା ମହିଳା।
ସାବିତ୍ରୀ ବ୍ରତ ରେ ଶୁଭ ମନାସିଲେ ସଧବା ମହିଳା।
ପାଟଣା - ୧୬/୦୫, ପାଟଣା ଅଞ୍ଚଳରେ ଶନିବାର ସାବିତ୍ରୀ ବ୍ରତ ପାଇଁ ଚଳଚଞ୍ଚଳ ହୋଇ ଉଠିଛି । ସାବିତ୍ରୀ ବ୍ରତ ପାଇଁ ଶାଢୀ ଓ ଫଳ ଦୋକାନରେ ଯେମିତି ଭିଡ ଦେଖା ଯାଇଥିଲା ପୂଜା ସମୟରେ ଭିଡ ତାକୁ ବଳି ଯାଇଛି। ସ୍ୱାମୀଙ୍କ ମଙ୍ଗଳ ମନାସୀ ବ୍ରତ ପାଳିଛନ୍ତି ସଧବା ମହିଳା। ସ୍ୱାମୀଙ୍କ ଦୀର୍ଘାୟୁ ଓ ଉତ୍ତମ ସ୍ୱାସ୍ଥ୍ୟ କାମନା କରି ମହିଳା ମାନେ ଏହି ବ୍ରତ ପାଳନ କରିଛନ୍ତି । ସାବିତ୍ରୀ ପୂଜା ପାଇଁ ସକାଳୁ ସକାଳୁ ପାଟଣା ଓ ଆଖପାଖ ଅଞ୍ଚଳ ର ବିଭିନ୍ନ ମନ୍ଦିରରେ ଲାଗିରହିଥିଲା ଶ୍ରଦ୍ଧାଳୁଙ୍କ ଭିଡ଼। ପ୍ରତି ଓଡ଼ିଆ ଘରେ ଏହା ସଧବା ସ୍ତ୍ରୀମାନଙ୍କର ଏକ ପବିତ୍ର ବ୍ରତ ରୂପେ ପାଳିତ ହୋଇଛି। ନୂଆ ଶାଢୀ, ସଙ୍ଖା, ସିନ୍ଦୂର ଓ ଅଳତା ନେଇ ପୂଜାର୍ଚ୍ଚନା କରୁଛନ୍ତି ସଧବା ମହିଳା। କାଷ୍ଠା ଉପବାସ ରହି ନଡ଼ିଆ, କଦଳୀ ଓ ଅନ୍ଯାନ୍ଯ ଫଳ ମୂଳ ସହ ନୂଆ ଶାଢୀ, ଶଙ୍ଖା,ସିନ୍ଦୁର ନେଇ ମହିଳା ମାନେ ପୂଜା ସ୍ଥଳରେ ଥିବା ବେଳେ ବ୍ରାହ୍ମଣଙ୍କ ଦ୍ବାରା ପୂଜାପାଠ ସହ ସାବିତ୍ରୀ ବ୍ରତ ପୁସ୍ତିକା ପାଠ ସହ ପୁଷ୍ପାଞ୍ଜଳୀ ଦେଇ ସଧବା ନାରୀମାନେ ବ୍ରତ ଧାରଣ ସହ ପୂଜା ସମ୍ପନ୍ନ କରିଥିବା ଦେଖାଯାଇଛି।
(ଖଣ୍ଡାଧାର ନିଉଜ- ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ)।