logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଜରୁରୀକାଳୀନ ରକ୍ତଦାନରେ ବଞ୍ଚିଲା ଗର୍ଭବତୀ ମହିଳାଙ୍କ ଜୀବନ - କେନ୍ଦୁଝରରେ ପୁଣି ଦେଖିବାକୁ ମିଳିଲା ମାନବିକତାର ଉଜ୍ଜ୍ୱଳ ଦୃଷ୍ଟାନ୍ତ।

ଜରୁରୀକାଳୀନ ରକ୍ତଦାନରେ ବଞ୍ଚିଲା ଗର୍ଭବତୀ ମହିଳାଙ୍କ ଜୀବନ - କେନ୍ଦୁଝରରେ ପୁଣି ଦେଖିବାକୁ ମିଳିଲା ମାନବିକତାର ଉଜ୍ଜ୍ୱଳ ଦୃଷ୍ଟାନ୍ତ।

କେନ୍ଦୁଝର,୧୬/୦୫ : ମାନବିକତା ଓ ସେବାଭାବର ଏକ ଅନନ୍ୟ ଉଦାହରଣ ପୁଣିଥରେ କେନ୍ଦୁଝର ଜିଲ୍ଲାରେ ଦେଖିବାକୁ ମିଳିଛି। ଜଣେ ଗର୍ଭବତୀ ଭଉଣୀଙ୍କ ଗର୍ଭସ୍ଥ ଶିଶୁଟି ଦୁନିଆଁ ଦେଖିବା ପୂର୍ବରୁ ପେଟରେ ନଷ୍ଟ ହୋଇଯାଇଥିବା ବେଳେ ତାଙ୍କର ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ହୋଇପଡିଥିଲା। ଚିକିତ୍ସାଧୀନ ସମୟରେ ତୁରନ୍ତ AB+Ve ଗ୍ରୁପର ରକ୍ତ ଆବଶ୍ୟକ ହେବାରୁ ପରିବାର ଲୋକ ଚିନ୍ତାରେ ପଡିଯାଇଥିଲେ।

ଏହି ସମୟରେ ମେଡିକାଲ ଷ୍ଟାଫ ଏବଂ ଆମ ଭରସା ପରିବାରର ନିୟମିତ ରକ୍ତଦାତ୍ରୀ ଝିଲ୍ଲୀ ମହାନ୍ତ ଫୋନ ଯୋଗେ ଜଣାଇଥିଲେ ଯେ, ଯଦି ଶୀଘ୍ର ରକ୍ତ ମିଳିନଥାଏ ତେବେ ଗର୍ଭବତୀ ମହିଳାଙ୍କ ଜୀବନ ବଞ୍ଚାଇବା କଷ୍ଟକର ହୋଇପଡିବ। ଘଟଣାକୁ ଗୁରୁତ୍ୱର ସହିତ ନେଇ ଆମ ଭରସା ପରିବାର ପକ୍ଷରୁ ନିୟମିତ ରକ୍ତଦାତ୍ରୀ ପ୍ରିୟଙ୍କା ନାୟକଙ୍କୁ ତୁରନ୍ତ ଯୋଗାଯୋଗ କରାଯାଇଥିଲା।

ମାନବିକତାର ପରିଚୟ ଦେଇ ପ୍ରିୟଙ୍କା କୌଣସି ବିଳମ୍ବ ନକରି ଝାଞ୍ଜି ଖରାକୁ ଅଣଦେଖା କରି ସୁଦୂର ସଦର ବ୍ଲକ ଅନ୍ତର୍ଗତ ମନୋହରପୁର ଗ୍ରାମରୁ ରକ୍ତଭଣ୍ଡାରକୁ ପହଞ୍ଚିଥିଲେ। ସେଠାରେ ସେ ସ୍ବେଚ୍ଛାକୃତ ଭାବେ ଜରୁରୀକାଳୀନ AB+Ve ଗ୍ରୁପର ରକ୍ତଦାନ କରିଥିଲେ। ତାଙ୍କର ଏହି ସମୟୋପଯୋଗୀ ରକ୍ତଦାନ ଫଳରେ ଗର୍ଭବତୀ ଭଉଣୀଙ୍କ ଜୀବନ ବଞ୍ଚିପାରିଥିବା ଜଣାପଡିଛି।

ପ୍ରିୟଙ୍କା ନାୟକଙ୍କ ଏହି ମହାନ କାର୍ଯ୍ୟକୁ ନେଇ ସମଗ୍ର କେନ୍ଦୁଝର ଜିଲ୍ଲାରେ ପ୍ରଶଂସାର ସ୍ୱର ଶୁଣିବାକୁ ମିଳୁଛି। ସାଧାରଣ ଲୋକଙ୍କ ମତରେ, ରକ୍ତଦାନ ଭଳି ମହତ୍ କାର୍ଯ୍ୟ ଦ୍ୱାରା ଅନେକ ମୂଲ୍ୟବାନ ଜୀବନ ବଞ୍ଚିପାରୁଛି ଓ ଏହା ସମାଜ ପାଇଁ ଏକ ପ୍ରେରଣାଦାୟକ ଉଦାହରଣ।

ଆମ ଭରସା ପରିବାର ପକ୍ଷରୁ ପ୍ରିୟଙ୍କା ନାୟକଙ୍କୁ ହୃଦୟରୁ କୃତଜ୍ଞତା ଓ ଶୁଭେଚ୍ଛା ଜଣାଯାଇଛି। ସମାଜରେ ଏଭଳି ମାନବିକ ଚିନ୍ତାଧାରା ଓ ସ୍ୱେଚ୍ଛାସେବୀ ମନୋଭାବ ଅନ୍ୟମାନଙ୍କ ପାଇଁ ନିଶ୍ଚିତ ଭାବେ ପ୍ରେରଣା ସୃଷ୍ଟି କରିବ।

(ଖଣ୍ଡାଧାର ନିଉଜ- କମଳଲୋଚନ ମହାନ୍ତଙ୍କ ରିପୋର୍ଟ)।

9
534 views

Comment