logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ମାନସ ପୀଠ କେନ୍ଦୁଝର ତରଫରୁ ସାହିତ୍ୟିକ, ସଂଗଠକ ବାବୁଲାଲ ପଲେଇ ଙ୍କୁ ଅଭିନନ୍ଦନିକା ଗ୍ରନ୍ଥ ଭେଟି।

ମାନସ ପୀଠ କେନ୍ଦୁଝର ତରଫରୁ ସାହିତ୍ୟିକ, ସଂଗଠକ ବାବୁଲାଲ ପଲେଇ ଙ୍କୁ ଅଭିନନ୍ଦନିକା ଗ୍ରନ୍ଥ ଭେଟି।

କେନ୍ଦୁଝର -୧୬/୦୫( ଖଣ୍ଡାଧାର ନିଉଜ ) ଓଡ଼ିଆ ଭାଷା ସାହିତ୍ୟର ନବ ଉନ୍ମେଷ , ସୃଜନ ସାହିତ୍ୟର କର୍ଣ୍ଣଧାର ତଥା ପ୍ରିୟ ବାବୁଲାଲ ଭାଇଙ୍କୁ ମାନସ ପୀଠ କେନ୍ଦୁଝର ତରଫରୁ ଆସନ୍ତା ଜୁନ୍ ମାସ ୭ ତାରିଖ ରବିବାର ଦିନ ରାଜ୍ୟସ୍ତରୀୟ ଅଭିନନ୍ଦନିକା ଗ୍ରନ୍ଥ " ସ୍ରଷ୍ଟା ସ୍ରୋତସ୍ବିନୀ " ଭେଟି ଦେବାକୁ ନିଷ୍ପତ୍ତି ନିଆଯାଇଅଛି।
ଗତ ଶୁକ୍ରବାର ସଂଧ୍ୟାରେ ବରିଷ୍ଠ କବି ତଥା ସଂଯୋଗୀ ସାହିତ୍ୟ ସଂସଦ କୁଣ୍ଡାପିଠାର ପ୍ରତିଷ୍ଠାତା ତଥା ସଭାପତି ଉପେନ୍ଦ୍ର ଦାଶଙ୍କ ପୌରୋହିତ୍ୟରେ ମାନସ ପୀଠ କେନ୍ଦୁଝରର ଆବାହକ ମଣ୍ଡଳୀ ହୃଷୀକେଶ ଦାଶ, ଶ୍ରୀ ଡମ୍ବରୁ ମହାନ୍ତ ଓ ସନ୍ତୋଷ କୁମାର ପତି ଯୋଗଦେଇ ଓଡ଼ିଆ ଭାଷା ସାହିତ୍ୟ , ସଂସ୍କୃତି, ପରମ୍ପରା ତଥା ଐତିହ୍ୟ କ୍ଷେତ୍ରରେ ଦୀର୍ଘ ଛତିଶ୍ ବର୍ଷ ଧରି ବିଭନ୍ନ ସମୟରେ ଅଭିନବ କାର୍ଯ୍ଯ କରି ସମଗ୍ର ଓଡ଼ିଶାରେ ସୁପରିଚିତ ହୋଇଥିବା ସଂଯୋଗୀ ସାହିତ୍ୟ ସଂସଦ କୁଣ୍ଡାପିଠା, ସଂଯୋଗୀ ସଜଫୁଲ ଓ ନିଋତା କବିତା ପତ୍ରିକା -ଫୁଲ ର ସଂପାଦକ ତଥା ସୃଜନୀ ସାହିତ୍ୟର କର୍ଣ୍ଣଧାର, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବାବୁଲାଲ ପଲେଇଙ୍କୁ ଅଭିନବ ଉପାୟରେ ଅଭିନନ୍ଦନିକା ଗ୍ରନ୍ଥ "ସ୍ରଷ୍ଟା ସ୍ରୋତସ୍ବିନୀ " ଭେଟି ଦେଇ ଅଭିନନ୍ଦନ ଜଣାଇବା ସହ ସମସ୍ତ ସାରସ୍ବତ ସ୍ରଷ୍ଟା ମାନଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯିବା ପାଇଁ ନିଷ୍ପତ୍ତି ନିଆଯାଇଅଛି । ଏହି ବୈଠକରେ ସଦସ୍ୟ ତପନ କୁମାର ଦାଶ, ସରୋଜ କୁମାର ସେନାପତି, କମଳାକାନ୍ତ ମିଶ୍ର, ଡକ୍ଟର ଲିସନ ମହାନ୍ତି ସଦସ୍ୟା ଜ୍ୟୋତ୍ସ୍ନା ରାଣୀ ଦାଶ, ଡକ୍ଟର ବିଦ୍ଯାଭାରତୀ ପଲେଇ, ସ୍ମିତା ରାଣୀ ରାଉତ, ସୁଜାତା ଗୁପ୍ତ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ସଦସ୍ୟ ତପନ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।
(ଡମ୍ବରୁଧର ମହାନ୍ତ ଙ୍କ ରିପୋର୍ଟ)।

4
618 views

Comment