ଜ୍ୟୋତିଷ ବିଷାରଦ ସ୍ବର୍ଗତଃ ଯୋଗେନ୍ଦ୍ର ଦାସଙ୍କ ସ୍ମରଣାର୍ଥେ ଜନସାଧାରଣଙ୍କ ପାଇଁ ନିଃଶୁଳ୍କ ସ୍ବାସ୍ଥ୍ଯ ପରୀକ୍ଷା କାର୍ଯ୍ୟକ୍ରମ।
ଜ୍ୟୋତିଷ ବିଷାରଦ ସ୍ବର୍ଗତଃ ଯୋଗେନ୍ଦ୍ର ଦାସଙ୍କ ସ୍ମରଣାର୍ଥେ ଜନସାଧାରଣଙ୍କ ପାଇଁ ନିଃଶୁଳ୍କ ସ୍ବାସ୍ଥ୍ଯ ପରୀକ୍ଷା କାର୍ଯ୍ୟକ୍ରମ।
କେନ୍ଦୁଝର: ୧୭/୦୫ (ଖଣ୍ଡାଧାର ନିଉଜ ବ୍ୟୁରୋ) ଜ୍ୟୋତିଷ ବିଷାରଦ ସ୍ବର୍ଗତଃ ଯୋଗେନ୍ଦ୍ର ଦାସଙ୍କ ସ୍ମରଣାର୍ଥେ ଜନସାଧାରଣଙ୍କ ପାଇଁ ନିଃଶୁଳ୍କ ସ୍ବାସ୍ଥ୍ଯ ପରୀକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ପୁରଣା ସହରର ବଡଦାଣ୍ଡ ସ୍ଥିତ ଙ୍ଘୁଗୁରୁ କ୍ଲବ, କେନ୍ଦୁଝରଗଡ ଠାରେ ୧୮ ମଇ, ସକାଳ ୮ ଘଟିକାରୁ ଅପରାହ୍ନ ୨ ଘଟିକା ପର୍ଯ୍ୟନ୍ତ ସ୍ବାସ୍ଥ୍ଯ ପରୀକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବବୋଲି ସ୍ବର୍ଗତଃ ଯୋଗେନ୍ଦ୍ର ଦାସଙ୍କ ସୁପୁତ୍ର ଆଡଭୋକେଟ ସନ୍ତୋଷ କୁମାର ଦାସ ସୂଚନା ଦେଇଛନ୍ତି। ଆଡଭୋକେଟ ସନ୍ତୋଷ କୁମାର ଦାସ ଯେକୌଣସି ବ୍ୟକ୍ତିବିଶେଷ ନିଜ ନିଜର ସ୍ବାସ୍ଥ୍ଯ ପରୀକ୍ଷା କରିବା ପାଇଁ ଜନସାଧାରଣଙ୍କୁ ଅନୁରୋଧ ମଧ୍ଯ କରିଛନ୍ତି। ଆଡଭୋକେଟ ଦାସଙ୍କ କହିବା କଥା "ସ୍ବାସ୍ଥ୍ଯ ହିଁ ପ୍ରକୃତ ସମ୍ପଦ" ଏହା ନିୟମିତଭାବେ ଯାଞ୍ଚ ଓ ତାହାର ସୁରକ୍ଷା ନିମିତ୍ତ ଯଥାସାଧ୍ଯ ଚେଷ୍ଟା କରିବା ଉଚିତ୍। ଯଦ୍ବାରା ଜଣେ ନିରୋଗୀ ଓ ସ୍ବାସ୍ଥ୍ଯବାନ ବ୍ଯକ୍ତି ଦ୍ବାରା ହିଁ ସମାଜକୁ ଗତିଶୀଳ ଓ ପ୍ରଗତି କ୍ଷେତ୍ରରେ ସହାୟକ ଅଧିକ ହୋଇଥାଏ। ଏହି କାର୍ଯ୍ୟକ୍ରମ ବରିଷ୍ଠ ନାଗରିକ ମଞ୍ଚ ଏବଂ ଙ୍ଘୁଗୁରୁ ବ୍ଲକ ଆନୁକୂଲ୍ୟରେ ଅନୁଷ୍ଠିତ ହେବବୋଲି ଆଡଭୋକେଟ ଦାସ ସ୍ପଷ୍ଟ କରିଛନ୍ତି।