logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ରାଜା ସାର୍ ବାସୁଦେବ ସୁଢଳ ଦେବ ଜୟନ୍ତୀ ପାଳିତ

ଦେବଗଡ଼, ତା.୧୬.୦୫.୨୦୨୬ :- ଦେବଗଡ଼ ଜିଲ୍ଲା ସଂସ୍କୃତି ଭବନରେ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଶ୍ରୀ ଜଗନ୍ନାଥ ସାହିତ୍ୟ ସଂସଦର ମିଳିତ ସହଯୋଗରେ ରାଜା ସାର୍ ବାସୁଦେବ ସୁଢଳ ଦେବଙ୍କ ଜୟନ୍ତୀ ଉପଲକ୍ଷେ ଏକ ଦିବସୀୟ ଆଲୋଚନା ଚକ୍ର ଓ କବିତା ପାଠ ଉତ୍ସବ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଡ଼କ୍ଟର ଭାରତ ଭୁଷଣ ନନ୍ଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ ଯୋଗଦେଇଥିଲେ। ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ସଞ୍ଜୟ କୁମାର ଛୁଆଲ ସିଂ ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ଭାବେ ଉପଜିଲ୍ଲାପାଳ ପରିକ୍ଷିତ ସାହୁ, ବିଶିଷ୍ଟ ସାହିତ୍ୟିକ ଡ଼କ୍ଟର ରବୀନ୍ଦ୍ର ବିହାରୀ ଯୋଗଦେଇଥିଲେ। ସମ୍ମାନୀୟ ବକ୍ତା ଭାବରେ ଅଧ୍ୟାପକ ବିରଞ୍ଚି କୁମାର ସାହୁ, ସାହିତ୍ୟିକ ତନ୍ମୟ ବାରିକ୍ ଓ ମୁଖ୍ୟ ବକ୍ତା ଭାବେ ଫକୀର ମୋହନ ବିଶ୍ୱବିଦ୍ୟାଳୟର କୃଷ୍ଣ ଚନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ମହାପ୍ରଭୁ ଜଗନ୍ନାଥ ଓ ରାଜା ସାର୍ ବାସୁଦେବ ସୁଢଳ ଦେବଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ୱଳନ କରାଯାଇଥିଲା। ଆଲୋଚନାରେ ଓଡ଼ିଆ ଭାଷା ସାହିତ୍ୟର ଶ୍ରୀବୃଦ୍ଧିରେ ରାଜା ସାର୍ ବାସୁଦେବ ସୁଢଳ ଦେବଙ୍କ ଭୂମିକା ବିଷୟରେ ଅତିଥିମାନେ ମତପ୍ରକାଶ କରିଥିଲେ।
ପରବର୍ତ୍ତୀ କାର୍ଯ୍ୟକ୍ରମରେ କବିତା ପାଠ ଉତ୍ସବ ଓ ପ୍ରଧାନପାଟ ୨୦୨୬ ରାଜ୍ୟସ୍ତରୀୟ କବି ସମ୍ମିଳନୀର କବିତା ସଙ୍କଳନ ପୁସ୍ତକର ଉନ୍ମୋଚନ ମୁଖ୍ୟ ଅତିଥିମାନଙ୍କ ଦ୍ୱାରା କରାଯାଇଥିଲା। ଏହା ପରେ କବିତା ପାଠ ଉତ୍ସବ ଆରମ୍ଭ ହୋଇଥିଲା। କାର୍ଯ୍ୟକ୍ରମରେ ଜିଲ୍ଲା ସଂସ୍କୃତି ଅଧିକାରୀ ମୁକେଶ କୁମାର ଭୋଇ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋରଞ୍ଜନ ସୂତାର ସହିତ ବରିଷ୍ଠ ନାଗରିକ ଓ ସାହିତ୍ୟିକମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ଶ୍ରୀ ଜଗନ୍ନାଥ ସାହିତ୍ୟ ସଂସଦର ସମ୍ପାଦକ ଅଧ୍ୟାପକ ଚିତ୍ତରଞ୍ଜନ ଦାସ ସଂଯୋଜନା କରିଥିଲେ।

5
78 views

Comment