logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ହୋଟେଲ ବ୍ୟବସାୟୀଙ୍କୁ ହତ୍ୟା ଧମକ: ଜଣେ ଗିରଫ

ଦେବଗଡ଼, ତା. ୧୬.୦୫.୨୦୨୬ ରିଖ :- ରିଆମାଳ ଥାନା ଅଞ୍ଚଳରେ ହୋଟେଲ ବ୍ୟବସାୟୀ ଓ ଜଣେ ମିଠା ମିଶ୍ରିଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଧରମପୁର ଗ୍ରାମର ଡିଲେଶ୍ୱର ମାଝୀ (୪୨)। ସୂଚନା ଅନୁସାରେ, ଧରମପୁର ଛକରେ ଥିବା ଭିକୁ ସେଠଙ୍କ ମିଠା ଦୋକାନରେ କାମ କରୁଥିବା ମିଶ୍ରି ଚୈତୁ ଅମାତ ଅଭିଯୁକ୍ତଙ୍କ ଘରେ ଭଡାରେ ରହୁଥିଲେ। ଗତ ଗୁରୁବାର ଏକ ସାଧାରଣ ବିବାଦକୁ ନେଇ ଡିଲେଶ୍ୱର ଚୈତୁଙ୍କୁ ଚାପୁଡ଼ା ମାରିଥିଲେ। ପରେ ସନ୍ଧ୍ୟା ସମୟରେ ଅଭିଯୁକ୍ତ ଏକ କଟୁରି ଧରି ମିଠା ଦୋକାନକୁ ପହଞ୍ଚିଥିଲେ। ସେଠାରେ ଥିବା ଲୋକମାନଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ସୁଟ୍ କରିଦେବି ବୋଲି ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ଏନେଇ ମିଠା ଦୋକାନୀ ଭିକୁ ସେଠ ରିଆମାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ତଦନ୍ତ କରି ଡିଲେଶ୍ୱରଙ୍କୁ ଗିରଫ କରି କୋର୍ଟକୁ ଚାଲାଣ କରିଛି।

5
36 views

Comment