logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଦାମନଯୋଡ଼ିରେ ସାବିତ୍ରୀ ବ୍ରତୋତ୍ସବ ପାଳିତ

ଦାମନଯୋଡ଼ି,୧୬/୦୫:ପବିତ୍ର ଜ୍ୟେଷ୍ଠ ମାସ ଅମାବାସ୍ୟା, ଶନିବାର ଦିନ ଦାମନଯୋଡ଼ିର ବିଭିନ୍ନ ସ୍ଥାନରେ ସଧବା ନାରୀଙ୍କ ଦ୍ବାରା ସାବିତ୍ରୀ ବ୍ରତ ପାଳିତ ହୋଇଯାଇଛି।ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ସାବିତ୍ରୀ ବ୍ରତ ପାଳନ କରାଯାଇଥାଏ।ସତ୍ୟବାନଙ୍କର ପତ୍ନୀ ସାବିତ୍ରୀ ନିଜର ଏକାଗ୍ରତା, ପତିବ୍ରତା,ପବିତ୍ରତା ଓ ଧର୍ମ ବଳରେ ଯମରାଜାଙ୍କ ଠାରୁ ତାଙ୍କ ସ୍ୱାମୀଙ୍କୁ ମୃତ୍ୟୁମୁଖରୁ ଫେରାଇ ଆଣିଥିଲେ।ସଧବା ସ୍ତ୍ରୀ ଲୋକମାନେ ଉପବାସ କରି ନୂଆ ଶାଢ଼ୀ,ଶଙ୍ଖା, ସିନ୍ଦୂର,ଫଳ,ବିଭିନ୍ନ ପୂଜା ସାମଗ୍ରୀ ନେଇ ବିଭିନ୍ନ ମନ୍ଦିର,ଚଉଁରା ମୂଳେ,ଠାକୁର ଘରେ ବା ବଟ ବୃକ୍ଷ ମୂଳରେ ଶ୍ରୀ ଲକ୍ଷ୍ମୀନାରାୟଣଙ୍କର ଫଟୋ ରଖି ବ୍ରତୋତ୍ସବ ପାଳନ ସହିତ ସାବିତ୍ରୀ ଉପାଖ୍ୟାନ ପାଠ କରିଥିଲେ।ଦାମନଯୋଡ଼ିର ଶ୍ବେତ ସୁବର୍ଣ୍ଣ କ୍ଷେତ୍ର ନାଲକୋ ଟାଉନସିପ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ସହିତ ଭେଜାପୁଟ,ମାଥାଲପୁଟ,ଅଁଳାବାଡ଼ି କଲୋନୀ,ମରିଚମାଳ ଓ ଚମ୍ପାପଦର କଲୋନୀ ଆଦି ସ୍ଥାନରେ ଥିବା ବିଭିନ୍ନ ମନ୍ଦିର ମାନଙ୍କରେ ସାବିତ୍ରୀ ବ୍ରତ ପାଇଁ ମହିଳାଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା।ପୂଜା ଶେଷ ପରେ ବ୍ରତଧାରୀ ମହିଳା ମାନେ ମା ସାବିତ୍ରୀଙ୍କ ପାଖରେ ଭୋଗଲାଗି କରିଥିବା ଧୂଆମୁଗ,ନଡ଼ିଆ,କଦଳୀ,ଆମ୍ବ,ପଣସ,ସପୁରୀ,ଖଜୁରୀ, ତାଳସଜ ଆଦି ଫଳାହାର କରିବା ବିଧି ରହିଛି।ପୁରାଣ ବର୍ଣ୍ଣନା ଅନୁଯାୟୀ ଏହି ଦିନ ମହିଳାମାନେ ପବିତ୍ର ମନରେ ମା' ସାବିତ୍ରୀଙ୍କ ବ୍ରତ କଲେ ଯୁଗେଯୁଗେ ସଧବା ରହିଥାନ୍ତି।ପତିପରାୟଣ ହେବା ସହିତ ପୁତ୍ରବତୀ ଓ ଧନବତୀ ହୋଇ ଅନ୍ତିମ ସମୟରେ ବୈକୁଣ୍ଠ ପୁରକୁ ଗମନ କରନ୍ତି।

138
3361 views

Comment