logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଭୀମକୁଣ୍ଡର ସାନକୁଣ୍ଡ ରେ ଖସି ପଡିଥିବା ବୃଦ୍ଧା ଉଦ୍ଧାର।

ଭୀମକୁଣ୍ଡର ସାନକୁଣ୍ଡ ରେ ଖସି ପଡିଥିବା ବୃଦ୍ଧା ଉଦ୍ଧାର।

ପାଟଣା-୧୫/୦୫, ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଭୀମକୁଣ୍ଡର ସାନ କୁଣ୍ଡ ଭିତରେ ଜଣେ ବୃଦ୍ଧା ମହିଳା ଏକ ପଥରକୁ ଧରି ଅଟକି ରହିଥିଲେ। ପାଟଣା ବ୍ଲକ ଅନ୍ତର୍ଗତ ଡୁମୁରିଆ ପଞ୍ଚାୟତ ଘାଟବାଲିଯୋଡି ଗ୍ରାମର ଗଙ୍ଗାଧର ମହାନ୍ତ ଙ୍କ ପତ୍ନୀ ସାବିତ୍ରୀ ମହାନ୍ତ(୬୫) ବୋଲି ଜଣାପଡିଛି।ସେ କିଭଳି ଓ କାହିଁକି ସାନ କୁଣ୍ଡ ଭିତରକୁ ପଶିଲେ ସ୍ପଷ୍ଟ ହୋଇ ନାହିଁ। ତେବେ ଆଜି ମଧ୍ୟାହ୍ନରେ ଏହି ଘଟଣା ଘଟିଥିବା ବେଳେ ବୃଦ୍ଧା ଜଣକ ଏକ ପଥର ଧରି ନିଜର ପ୍ରାଣ ରକ୍ଷା କରିବାରେ ସକ୍ଷମ ହୋଇ ଥିଲେ। ତାଙ୍କୁ ଉଦ୍ଧାର କରିବା ପାଇଁ ପାଟଣା ଅଗ୍ନିଶମ କେନ୍ଦ୍ରଧିକାରୀ ଗୌରମୋହନ ହେମ୍ବ୍ରମ ଓ ତାଙ୍କ ଟିମ ଉଦ୍ଧାର ପାଇଁ ଘଟଣା ସ୍ଥଳରେ ପହଞ୍ଚିବା ପୂର୍ବରୁ ମୟୁରଭଞ୍ଜ ସୀମା ପାର୍ଶ୍ଵରୁ କିଛି ସ୍ଥାନୀୟ ଯୁବକ ଦଉଡି ସାହାଯ୍ୟରେ ସାନକୁଣ୍ଡ ଭିତରୁ ବୃଦ୍ଧା ଙ୍କୁ ଉଦ୍ଧାର କରି ସାରିଥିଲେ।ଉଦ୍ଧାର ପରେ ଅଗ୍ନିଶମ ବାହିନୀ ତାଙ୍କୁ ସେଠାରୁ ପାଟଣା ଡାକ୍ତରଖାନା କୁ ଆଣିବା ପରେ ସେ ଚିକିତ୍ସାଧିନ ଥିବା ସୂଚନା ମିଳିଛି।

ଖଣ୍ଡାଧାର ନିଉଜ- ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ।

15
1288 views

Comment