logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଜେଣ୍ଡର କମ୍ୟୁନିଟି ରିଶୋର୍ସ ପର୍ଶନ ମାନଙ୍କ କେନ୍ଦୁଝର ସଖି କେନ୍ଦ୍ର ପରିଦର୍ଶନ।

ଜେଣ୍ଡର କମ୍ୟୁନିଟି ରିଶୋର୍ସ ପର୍ଶନ ମାନଙ୍କ କେନ୍ଦୁଝର ସଖି କେନ୍ଦ୍ର ପରିଦର୍ଶନ।

କେନ୍ଦୁଝର: ଆଜି ତା: ୧୫. ୦୫. ୨୦୨୬ ରିଖ ଶୁକ୍ରବାର ଦିନ ଜିଲ୍ଲା ସଂଯୋଜକ ତଥା କାଉନସେଲର ୟୁଶରା ୟ କଇସର ଙ୍କ ନେତୃତ୍ୱରେ ୧୮ ଜଣ ଜେଣ୍ଡର କମ୍ୟୁନିଟି ରିଶୋର୍ସ ପରସନ ଜିଲ୍ଲା ସଦର ମହକୁମା ଡାକ୍ତରଖାନା ପରିସରରେ ଅବସ୍ଥିତ ସ୍ବେଛାସେବୀ ଅନୁଷ୍ଠାନ ପ୍ରକଳ୍ପ ଦ୍ୱାରା ପରିଚାଳିତ ସଖି -ୱାନ ଷ୍ଟପ ସେଣ୍ଟର ପରିଦର୍ଶନ ରେ ଆସିଥିଲେ l ସଖି -ୱାନ ଷ୍ଟପ ସେଣ୍ଟର ଦ୍ୱାରା ପ୍ରଦତ୍ତ ବିଭିନ୍ନ ସେବା ସମ୍ପର୍କରେ ଅବଗତ ହୋଇଥିଲେ l ହିଂସା ର ଶିକାର ହେଉଥିବା ମହିଳା ମାନଙ୍କୁ ଗୋଟିଏ ଛାତ ତଳେ ମନସ୍ତlତିକ, ଡାକ୍ତରୀ ସୁବିଧା, ପୋଲିସ ସହାୟତା, ଆଇନ ସହାୟତା, ସ୍ୱଳ୍ପ କାଳୀନ ରହଣି ଇତ୍ୟାଦି ସେବା ସମ୍ପର୍କରେ ଆଲୋଚନା କରିଥିଲେ l ସଖି ର କାର୍ଯ୍ୟକର୍ତା ତବସସୁମ ବେଗମ, ମମତା ମହାନ୍ତ, ଲିକି ମହାରଣା, ଅମୃତି ଦେହୁରୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସୁଚାରୁ ରୂପେ ପରିଚାଳନା କରିଥିଲେ।

ଖଣ୍ଡାଧାର ନିଉଜ- ବରିଷ୍ଠ ସାମ୍ବାଦିକ ଦିଲ୍ଲିପ କୁମାର ସାହୁଙ୍କ ରିପୋର୍ଟl

9
1082 views

Comment