logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

କେତେ ପ୍ରକାର ଭେଳିକି ଏପଟେ ଯୁଦ୍ଧ ସରିଯାଉ ପଛେ ତେଲଟାଙ୍କିରେ ଲାଗିଲା ବ୍ୟାନର, ଇରାନ ଓ ଆମେରିକା ଯୁଦ୍ଧପାଇଁ ତେଲ ନାହିଁ।

କେତେ ପ୍ରକାର ଭେଳିକି ଏପଟେ ଯୁଦ୍ଧ ସରିଯାଉ ପଛେ ତେଲଟାଙ୍କିରେ ଲାଗିଲା ବ୍ୟାନର, ଇରାନ ଓ ଆମେରିକା ଯୁଦ୍ଧପାଇଁ ତେଲ ନାହିଁ।

କେନ୍ଦୁଝର,ତା୧୫/୫-ତେଲ ଟାଙ୍କି ସାମ୍ନାରେ ବ୍ୟାନର ଝୁଲିଲା, ଲେଖା ହୋଇଛି ଇରାନ ଓ ଆମେରିକା ଯୁଦ୍ଧ ପାଇଁ ତେଲ ନାହିଁ। ଯିଏ ଯାହା ବୁଝିବା କଥା ପଢି କି ବୁଝିବେ ମନ ବୁଝେଇବେ। ଏଣେ ବିଚରା ବାଇକ୍ ବାଲା ତେଲ ଟିକେ ପାଇଁ ନାହିଁନଥିବା ହିନସ୍ତା ହେଉଛି। କୁଆଡେ ଦୂର ବାଟକୁ ଜରୁରୀ କାମରେ ଯାଇପାରୁନି। ଯେଉଁଠି ବି ତେଲ ଅଛି, ୧୦୦ ଟଙ୍କାରୁ ଅଧିକ ତେଲ ଦେଉନାହାନ୍ତି ତେଣୁ ମାପିଚୁପି ଯିବ। ଅନେକ ସମସ୍ୟା ଭିତରେ ମଣିଷ ଗତି କରୁଥିବା ବେଳେ ବଡ଼ଗାଡିକୁ ପଚାରେ କିଏ। କେତେଦିନ ଏ ସମସ୍ୟା ଲାଗିରହିବ କହିବା ମୁସ୍କିଲ, ତେବେ ସରକାର ନିର୍ଦ୍ଦେଶ ଦେଇଛନ୍ତି ସାଇକେଲ ଚଳାଇବା ଆରମ୍ଭ କର। ଏ ନିୟମ କଣ ବୟସ୍କ ବ୍ୟକ୍ତିମାନେ ମାନିପାରିବେ ନା ନେତା ଅଫିସର ସାଇକେଲ ଚଳାଇପାରିବେ। ତେବେ ସରକାର ଦେଶର ହିତପାଇଁ ଏ ସବୁ କରୁଥିବା ବେଳେ ବର୍ତ୍ତମାନ ଲୋକଙ୍କ ସମସ୍ୟା ଓ ଦୁଃଖ ବଢିଚାଲିଛି। ଆଗକୁ ବସ୍ରେ ରେଟ ମଧ୍ୟବଢିବ। ଦେଖିବାକୁ ରହିଲା କେତେଦିନ ହିନସ୍ତା ହେଉଛି ମଣିଷ କରୋନା କଟକଣା ପରି ହେଲେ ଲୋକେ ଘରେ ରୁହନ୍ତେ ବୋଲି ଆଲୋଚନା ହେଉଛି।

ଖଣ୍ଡାଧାର ନିଉଜ- ବରିଷ୍ଠ ସାମ୍ବାଦିକ ଦିଲ୍ଲିପ କୁମାର ସାହୁଙ୍କ ରିପୋର୍ଟ।

7
1149 views

Comment