ଶ୍ରୀ ବାଲୁଙ୍କେଶ୍ଵର ମହେଶ ବୀଜେ ଟ୍ରଷ୍ଟ ବୋର୍ଡର ଭୂସମ୍ପତ୍ତି ଜମିବାଡି ମାମଲା ହାଇକୋର୍ଟ ରେ ପୂନର୍ବାର ମୁଲତବୀ!
ଶ୍ରୀ ବାଲୁଙ୍କେଶ୍ଵର ମହେଶ ବୀଜେ ଟ୍ରଷ୍ଟ ବୋର୍ଡର ଭୂସମ୍ପତ୍ତି ଜମିବାଡି ମାମଲା ହାଇକୋର୍ଟ ରେ ପୂନର୍ବାର ମୁଲତବୀ!
----------------------------------------------
କେନ୍ଦୁଝର:୧୫/୦୫, ଆଜି ମାନ୍ୟବର ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଶ୍ରୀ ବାଲୁଙ୍କେଶ୍ଵର ମହେଶ ବୀଜେ ଟ୍ରଷ୍ଟ ବୋର୍ଡ, ବଡ ଶାସନ, କେନ୍ଦୁଝରଗଡ ର ଭୂସମ୍ପତ୍ତି ଜମିବାଡି ମାମଲା ଶୁଣାଣି ହେବାର ଥିଲା। ସରକାରଙ୍କ ତରଫରୁ ଆଡଭୋକେଟ ଜେନେରାଲ ଙ୍କ ଅନୁପସ୍ଥିତ କାରଣରୁ ମାନ୍ୟବର ଉଚ୍ଚ ନ୍ୟାୟାଳୟରେ କୌଣସି ପ୍ରକାରର ଶୁଣାଣି ନକରି ପରବର୍ତ୍ତୀ ତାରିଖ ପର୍ଯ୍ୟନ୍ତ ମୁଲତବୀ ରଖିଥିବା ସୂଚନା ମିଳିଅଛି। ପରବର୍ତ୍ତୀ ତାରିଖ ୧୯ ଅଗଷ୍ଟ କୁ ମାନ୍ୟବର ଉଚ୍ଚ ନ୍ୟାୟାଳୟ ତରଫରୁ ଧାର୍ଯ୍ୟମତେ ପୁନର୍ବାର ଶୁଣାଣି ହେବାର ସମ୍ଭାବନା ରହିଛି। ପ୍ରାପ୍ତ ସୂଚନା ଅନୁସାରେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ରେ ଶ୍ରୀ ବାଲୁଙ୍କେଶ୍ଵର ମହେଶ ବୀଜେ ଟ୍ରଷ୍ଟ ବୋର୍ଡର ଭୂସମ୍ପତ୍ତି ଜମିବାଡି ର ସମସ୍ତ ପ୍ରାମାଣିକ ତଥ୍ଯ ଆଧାରରେ ଠାକୁରଙ୍କ ପକ୍ଷରୁ ଯୁକ୍ତିଯୁକ୍ତ ଦସ୍ତାବିଜ ଉପସ୍ଥାପନ କରାଯାଇଛି। ଏକପ୍ରକାର ଠାକୁରଙ୍କ ପକ୍ଷରୁ ଯୁକ୍ତିଯୁକ୍ତ ପ୍ରମାଣ ଉପସ୍ଥାପନ କରି ଠାକୁରଙ୍କ ପକ୍ଷର ଶୁଣାଣି ସରିଥିବା ସତ୍ତ୍ବେ ସରକାରଙ୍କ ତରଫରୁ ଯୁକ୍ତିଯୁକ୍ତ ଦସ୍ତାବିଜ ଉପସ୍ଥାପନ କରି ମାନ୍ୟବର ଉଚ୍ଚ ନ୍ୟାୟାଳୟ ରେ ଯୁକ୍ତି ପ୍ରଦର୍ଶିତ କରିବା ପାଇଁ ବାରମ୍ବାର ସରକାରଙ୍କ ତରଫରୁ ତାରିଖ ଘୁଞ୍ଚାଇ ଚାଲୁଥିବା ଜାଣିବାକୁ ମିଳୁଛି। ଯେହେତୁ ସରକାରଙ୍କ ନିକଟରେ କୌଣସି ପ୍ରକାରର ଯୁକ୍ତିଯୁକ୍ତ ଦସ୍ତାବିଜ ଠାକୁରଙ୍କ ଭୂସମ୍ପତ୍ତି ଜମିବାଡି ବିରୁଦ୍ଧରେ ନାହିଁ; ଯାହାକିଛି ଦଲିଲ ରହିଛି, ସେସବୁ ଠାକୁରଙ୍କ ସପକ୍ଷରେ ରହିଥିବା ଜାଣିବା ପାଇଁ ମିଳୁଛି। ଯାହାଫଳରେ ଜାଣିଶୁଣି ସରକାରଙ୍କ ତରଫରୁ ବାହାନା ବାଜି କରି ମାନ୍ୟବର ଉଚ୍ଚ ନ୍ୟାୟାଳୟ ରେ ତାରିଖ ଘୁଞ୍ଚାଇ ଚାଲୁଥିବା ଜାଣିବା ମିଳୁଛି। ମୁଖ୍ୟମନ୍ତ୍ରୀ ଙ୍କ ପ୍ରରୋଚନା ରେ କେନ୍ଦୁଝର ଜିଲ୍ଲାପାଳ, କେନ୍ଦୁଝରଗଡ ଉପଜିଲ୍ଲାପାଳ, କେନ୍ଦୁଝରଗଡ ସଦର ତହସିଲଦାର ଠାକୁରଙ୍କ ଭୂସମ୍ପତ୍ତି ଜମିବାଡି ସରକାରଙ୍କ ବୋଲି ଦାବୀ କରି ରାତାରାତି ଖାତା ଖୋତିୟାନ ପରିବର୍ତ୍ତନ କରିବା ପାଇଁ ମେମ୍ବର ଅଫ୍ ବୋର୍ଡ ଅଫ୍ ରେଭେନ୍ୟୁ କୁ କହିବା ଅନୁସାରେ ଏପରି ସମସ୍ୟା ଉତ୍ପନ୍ନ ହୋଇଥିଲା। ଯାହା ଫଳରେ ଶ୍ରୀ ବାଲୁଙ୍କେଶ୍ଵର ମହେଶ ବୀଜେ ଟ୍ରଷ୍ଟ ବୋର୍ଡ ତରଫରୁ ସରକାରଙ୍କ ବିରୁଦ୍ଧରେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ରେ ମକଦ୍ଦମା କରିବା ପାଇଁ ବାଧ୍ଯ ହୋଇଥିଲେ। ଏପରିକି କେନ୍ଦୁଝର ଜିଲ୍ଲାପାଳ, କେନ୍ଦୁଝରଗଡ ଉପଜିଲ୍ଲାପାଳ ଓ କେନ୍ଦୁଝରଗଡ ସଦର ତହସିଲଦାର ଙ୍କ ବିରୁଦ୍ଧରେ କୋର୍ଟ ଅବମାନନା ଓ ବ୍ୟକ୍ତିଗତ ହାଜର ନିମନ୍ତେ ମାମଲା ରୁଜୁ କରାଯାଇଛି। ଯାହାଫଳରେ କେନ୍ଦୁଝର ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ସଦର ତହସିଲଦାର ମାନ୍ୟବର ଉଚ୍ଚ ନ୍ୟାୟାଳୟ ଆଭିମୁଖ୍ୟ ପ୍ରତି ଭୟଭୀତ ହୋଇଥିବା ଜାଣିବା ପାଇଁ ମିଳୁଛି। ଠାକୁରଙ୍କ ଭୂସମ୍ପତ୍ତି ଜମିବାଡି ମାମଲାରେ ମୁଖ୍ୟମନ୍ତ୍ରୀ ନିଜର ଭାବମୂର୍ତ୍ତିକୁ ଯେକୌଣସି ପ୍ରକାରର ଅକ୍ଷୁର୍ଣ୍ଣ ରଖିବା ପାଇଁ କଳେବଳେ କୌଶଳେ ଖସିଯିବା ପାଇଁ ଚେଷ୍ଟା କରୁଥିବା ସୂଚନା ମିଳୁଛି।
ସୌଜନ୍ୟ: ପୁରୁଷୋତ୍ତମ ପାତ୍ର, କେନ୍ଦୁଝର।