ଶ୍ବେତ ସୁବର୍ଣ୍ଣ କ୍ଷେତ୍ର ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା ସମିତିର ମାସିକ ବୈଠକ ଅନୁଷ୍ଠିତ।ଦାମନଯୋଡି,କୋରାପୁଟ,ଓଡ଼ିଶା
ମନ୍ଦିର ପରିଚାଳନା ସମିତିର ମାସିକ ବୈଠକ ଅନୁଷ୍ଠିତ
ଦାମନଯୋଡି:-୧୪/୫ ଶ୍ବେତ ସୁବର୍ଣ୍ଣ କ୍ଷେତ୍ର ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା ସମିତିର ମାସିକ ବୈଠକ ଅନୁଷ୍ଠିତ ହୋଇଥିଲା ।ଏଥିରେ ଚନ୍ଦନ ଯାତ୍ରାର କାର୍ଯ୍ୟକ୍ରମର ସମୀକ୍ଷା ସହିତ ଆଗାମୀ ରଥଯାତ୍ରା ସଙ୍କ୍ରାନ୍ତରେ ଆଲୋଚନା କରାଯାଇଥିଲା ।ଚଳିତବର୍ଷ ରଥଯାତ୍ରାକୁ କିପରି ଭବ୍ଯ ଓ ଦିବ୍ଯ ପୂର୍ବକ ସମ୍ପର୍ଣ୍ଣ କରାଯିବ ସେ ବିଷୟରେ ସଦସ୍ଯମାନେ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ ।ଆଗାମୀ ୨୫/୫ ତାରିଖରେ ପୁନର୍ବାର ଏକ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହେବାକୁ ସ୍ଥିର କରାଯାଇଥିଲା ।ସଂପାଦକ କୈଳାସ ସେନାପତି,ଯୁଗ୍ମ ସମ୍ପାଦକ ତ୍ରିଲୋଚନ ଚୌଧୁରୀଙ୍କ ସମେତ ସଦସ୍ଯ ଅନାମ ଚରଣ ନାୟକ, ନକୁଳ ଚରଣ ପତି,ରଂଜନ କୁମାର ବେହେରା,ମୁରଲୀଧର ଦାସ, ସନ୍ତୋଷ କୁମାର ଦାଶ, ସଂଜୟ କୁମାର ସାହୁ,ଡଃ ଅଶୋକ କୁମାର ମହାନ୍ତି,ମ୍ଯାନେଜର ରବୀନ୍ଦ୍ର ନାଥ ମୁଦୁଲି,ଖଦାଳ ନାୟକ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।ଶେଷରେ ସଂପାଦକ କୈଳାସ ସେନାପତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।