ଜିତୁ ମୁଣ୍ଡା ଙ୍କୁ ନେଇ ଚଳଚିତ୍ର ନିର୍ମାଣ ହେବ।
ଜିତୁ ମୁଣ୍ଡା ଙ୍କୁ ନେଇ ଚଳଚିତ୍ର ନିର୍ମାଣ ହେବ।
ପାଟଣା-୧୪/୦୫, ବଡ ଭଉଣୀ ର କଙ୍କାଳ ଧରି ବ୍ୟାଙ୍କକୁ ଯାଇ ଚର୍ଚ୍ଚାରେ ଥିବା ପାଟଣା ବ୍ଲକ ଡିଆନାଳୀ ଗ୍ରାମର ଜିତୁ ମୁଣ୍ଡାଙ୍କୁ ନେଇ ଏକ ଚଳଚିତ୍ର ନିର୍ମାଣ ହେବାକୁ ଯାଉଛି। ଆଜି ଓଡ଼ିଶା ଚଳଚିତ୍ର ନିର୍ମାତା ଅଶୋକ ପତି ଡିଆନାଳୀ ଗ୍ରାମକୁ ଆସି ଜିତୁ ମୁଣ୍ଡା ଙ୍କୁ ଭେଟି ପ୍ରସ୍ତାବିତ ଚଳଚିତ୍ର ର ରୂପରେଖ କିପରି ରହିବ ସେନେଇ ଆଲୋଚନା କରିଛନ୍ତି। ଏପରିକି ଜିତୁଙ୍କ ସହ ଚଳଚିତ୍ର ନିର୍ମାଣ ପାଇଁ ଆବଶ୍ୟକୀୟ ଚୁକ୍ତିନାମା ମଧ୍ୟ ଆଜି ଏରେଣ୍ଡେଇ ସରପଞ୍ଚ ପାର୍ବତୀ ଦେହୁରୀ ଙ୍କ ଉପସ୍ଥିତି ରେ ସ୍ବାକ୍ଷରିତ ହୋଇଥିବା ଜଣାପଡିଛି। ପାଟଣା ଆସିଥିବା ଅବସରରେ ଚଳଚିତ୍ର ନିର୍ମାତା ଅଶୋକ ପତି ପାଟଣା ପ୍ରେସ କ୍ଳବ କୁ ଯାଇ ସଭାପତି ଓ ସମ୍ପାଦକ ଓ ଅନ୍ୟ କର୍ମଚାରୀ ମାନଙ୍କୁ ଭେଟି ଜିତୁ ମୁଣ୍ଡା ଙ୍କୁ ନେଇ ହେବାକୁ ଥିବା ଚଳଚିତ୍ର ବିଷୟରେ ସବିଶେଷ ଆଲୋଚନା କରିବା ସହିତ ସହଯୋଗ କାମନା କରିଥିଲେ।
(ଖଣ୍ଡାଧାର ନିଉଜ- ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ)।