ବଣୁଆ ହାତୀକୁ ହୋଇରାଣ କରିବା ଅଭିଯୋଗରେ ଆଜି ୬ ଜଣ ସହ ୧୩ ଜଣଙ୍କୁ ଅଟକ।
ବଣୁଆ ହାତୀକୁ ହୋଇରାଣ କରିବା ଅଭିଯୋଗରେ ଆଜି ୬ ଜଣ ସହ ୧୩ ଜଣଙ୍କୁ ଅଟକ।
ପାଟଣା- ୧୩/୦୫, ପାଟଣା ବନାଞ୍ଚଳରେ ବଣୁଆ ହାତୀଙ୍କୁ ଠେଙ୍ଗାରେ ପିଟିବା ଲାଞ୍ଜ ଟାଣିବା ଓ ଡ୍ରୋନ ସାହାଯ୍ୟ ରେ ବଣୁଆ ହାତୀ ଙ୍କ ଭିଡିଓ ଉତୋଳନ କରି ସାମାଜିକ ଗଣ ମାଧ୍ୟମରେ ପ୍ରକାଶ କରିବା ଭଳି ଅପରାଧ କରିବା ଏବଂ ବନ୍ୟପ୍ରାଣୀ ସୁରକ୍ଷା ଆଇନ ର ଧାରା ୯ ଏବଂ ୫୨ ଧାରା ଉଲଂଘନ କରିବା ଅପରାଧ ରେ ଆଜି ୬ ଜଣ ଙ୍କୁ ଅଟକ ରଖିଛି ପାଟଣା ବନ ବିଭାଗ। ସେମାନେ ହେଲେ ଭୁଲୁଦା ଗ୍ରାମ ର ଅଧିକାରୀ ମହାନ୍ତ ଙ୍କ ପୁଅ ବିଶ୍ୱ ରଞ୍ଜନ ମହାନ୍ତ ( ମାନସ )(୧୬) ପୁଟୁଗାଁ ଗ୍ରାମର ଗୌତମ ମହାନ୍ତ ଙ୍କ ପୁଅ ରାଜେଶ କୁମାର ମହାନ୍ତ (୧୯) ଖୀରେଇଟାଙ୍ଗିରି ଗ୍ରାମର ବଂଶୀଧର ମହାନ୍ତ ଙ୍କ ପୁଅ ବୁବୁନ ମହାନ୍ତ(୩୨) ତୋରାଣି ପୋଖରୀ ଗ୍ରାମର ପୁରୁଷୋତ୍ତମ ମହାନ୍ତ ଙ୍କ ପୁଅ ରାଜା ମହାନ୍ତ(୧୬),ମାଣିକ ମୁଣ୍ଡା ଙ୍କ ପୁଅ ମିଥୁନ ମୁଣ୍ଡା(୧୮), କ୍ଷେତ୍ର ମୋହନ ମହାନ୍ତ ପୁଅ ଆଲୋକ ମହାନ୍ତ(୧୯) ବୋଲି ଜଣାପଡିଛି।ପାଟଣା ଅଞ୍ଚଳରେ ହାତୀପଲ ଥିବା ବେଳେ କିଛି ଯୁବକ ହାତୀଙ୍କ ଫୋଟ ଭିଡିଓ ଉତ୍ତୋଳନ କରିବା ଓ ହାତୀପଲଙ୍କୁ ହଇରାଣ କରୁଥିବା ଚିତ୍ର ସାମାଜିକ ଗଣ ମାଧ୍ୟମରେ ଛାଡିଥିବା ବ୍ୟକ୍ତି ଙ୍କୁ ବନ ବିଭାଗ ମିଶନ ମୋଡ଼ରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ। ମେ 4 ତାରିଖରୁ 12 ତାରିଖ ମଧ୍ୟରେ 13 ଜଣଙ୍କୁ ବନବିଭାଗ ଗିରଫ କରିବାରେ ସଫଳ ହୋଇଛି। ସେମାନଙ୍କ ମଧ୍ୟରୁ 4 ଜଣ ସାବାଳକ ଙ୍କୁ କୋର୍ଟ ଚାଲାଣ କରା ଯାଇଥିବା ବେଳେ 9 ଜଣ ନାବାଳକ ଙ୍କୁ ବାଳ ସୁଧାର ଗୃହରେ ଅଟକ ରଖା ଯାଇଛି ବୋଲି ପାଟଣା ବନପାଳ ନିରଞ୍ଜନ ସେଠୀ ସୂଚନା ଦେଇଛନ୍ତି।ଏଠାରେ ସୂଚନା ଥାଉକି କିଛିଦିନ ହେବ ହାତୀଗ୍ରୁପ କରି ହ୍ଵାଟ୍ସଆପ ରେ ମେସେଜ ଛାଡୁଥିବା ଲୋକଙ୍କ ମଧ୍ୟରେ କକୁଆ ଭୟ ସୃଷ୍ଟି ହୋଇଛି। ଗ୍ରୁପରୁ ଲେଫ୍ଟ ହେବା ପାଇଁ ପରସ୍ପର କୁ କହୁଥିବା ଏବେ ପାଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଅଭିଯୁକ୍ତ ମାନଙ୍କ ପାଖରୁ ବନ ବିଭାଗ ଜଙ୍ଗଲୀ ହାତୀଙ୍କ ଭିଡ଼ିଓ ଉତ୍ତୋଳନ କରିଥିବା ମୋବାଇଲ ଫୋନ,ଦ୍ରୋନ କ୍ୟାମେରା ମଧ୍ୟ ଜବତ କରିଛନ୍ତି।
(ଖଣ୍ଡାଧାର ନିଉଜ ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ)