ଅଟୋ ଓଲଟି ଜଣେ ଗୁରୁତର।
ଅଟୋ ଓଲଟି ଜଣେ ଗୁରୁତର।
ପାଟଣା-୧୩/୦୫, ପାଟଣା ରୁ ଢେଙ୍କିକୋଟ ଆଡକୁ ଯାଉଥିବା ଏକ ଯାତ୍ରୀବାହୀ ଅଟୋ 220 ନଂ ଜାତୀୟ ରାଜପଥ ର କାଶିଆ ନାଳ ନିକଟରେ ଆଜି ଅପରାହ୍ନରେ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା।ଅଟୋ ଟି ଓଲଟି ପଡିବାରୁ ସେଥିରେ ଥିବା ଜଣେ ଗୁରୁତର ହୋଇଥିବା ବେଳେ ଅନ୍ୟ ଜଣେ ଖଣ୍ଡିଆ ଖାବରା ହୋଇଛନ୍ତି । ଶାଳପଡା ରୁ ଏକ ଅଟୋ ଗାଡ଼ି ଯୋଗେ ପାଟଣା କୁ ଆସିଥିଲେ। ସେଠାରେ କାମ ସାରି ନିଜ ଗାଁ କୁ ଫେରୁଥିବା ସମୟରେ ଅଟୋଟି ଭାରସାମ୍ୟ ହରାଇଥିଲା । ପାଟଣା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଙ୍କୁ ଉଦ୍ଧାର କରି ପାଟଣା ଡାକ୍ତରଖାନାରେ ଭର୍ତ୍ତି କରିଛି।ଗୁରୁତର ଜଣକ ଘଷିପୁରା ଥାନା ଶାଳାପଡା ଗ୍ରାମର ନେପାଳି ନାଏକଙ୍କ ପୁଅ ଚନ୍ଦନ ନାଏକ(୩୫)ବୋଲି ଜଣାପଡିଛି।ଶାଳପଡା ରୁ ଏକ ଯାତ୍ରୀବାହୀ ଅଟୋ ଗାଡ଼ି ଯୋଗେ ପାଟଣା କୁ ଆସିଥିଲେ। ସେଠାରେ କାମ ସାରି ନିଜ ଗାଁ କୁ ଫେରୁଥିବା ସମୟରେ ଅଟୋଟି ଭାରସାମ୍ୟ ହରାଇଥିଲା।
(ଖଣ୍ଡାଧାର ନିଉଜ- ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ)