logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ବାହାଘର ଯାଇଥିବା କାର ଦୁର୍ଘଟଣା ଗ୍ରସ୍ତ।

ବାହାଘର ଯାଇଥିବା କାର ଦୁର୍ଘଟଣା ଗ୍ରସ୍ତ।

ପାଟଣା :୧୩/୦୫, ଆଜି ଭୋର ସମୟ ରେ ଏକ କାର ଦୁର୍ଘଟଣା ଗ୍ରସ୍ତ ହୋଇ ଥିବା ଜାଣିବାକୁ ମିଳିଛି । ଓ ଡ଼ି ୦୨ଡ଼ି ଏଚ ୯୮୪୫ ନମ୍ବର ୱାଗନର କାର ଟି ମୟୁରଭଞ୍ଜ ଜିଲ୍ଲା ଶୁକୃଳି ଗ୍ରାମରୁ ବର ଯାତ୍ରୀ ଭାବେ କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ର ଲଷ୍ମୀପସି ଗ୍ରାମ କୁ ଯାଇଥିଲେ l ଭୋର ସମୟରେ ଶୁକୃଳି ଅଭିମୁଖେ ଜାତୀୟ ରାଜପଥ ୨୨୦ ନଂ ରେ ଫେରୁଥିବା ବେଳେ ବଡ଼ବିଲ ଗାଁ ରାଜପଥ କଡ ରେ ଲାଗିଥିବା ଷ୍ଟ୍ରୀଟ ଲାଇଟ ଖୁଣ୍ଟ କୁ ଧକ୍କା ଦେଇ ରାସ୍ତା ରୁ କଡ଼କୁ ଚାଲିଯାଇଥିଲା ଡ୍ରାଇଭର ପାଖ ଡୋର ଟି ଭାଙ୍ଗି ଯାଇଛି l ଷ୍ଟ୍ରୀଟ ଲାଇଟ ଖୁଣ୍ଟ ଟି ଉପୁଡି ତଳେ ପଡି ଯାଇଥିବା ବେଳେ ଆମ୍ବୁଲାନ୍ସ ଯୋଗେ ଆହତ ମାନଙ୍କୁ କରଞ୍ଜିଆ ଉପଖଣ୍ଡ ଡାକ୍ତରଖାନା କୁ ନିଆ ଯାଇଥିଲା । ଆହତ ମାନଙ୍କ ବିଶେଷ କ୍ଷତି ହୋଇ ନ ଥିବାରୁ ସମସ୍ତ ଆହତ ଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆଯାଇଛି l ସାହାରପଡା ଫାଣ୍ଡି ର ଏ ଏସ ଆଇ ପଞ୍ଚମୀ ମହାନ୍ତ ଓ ଜଣେ କନେଷ୍ଟବଳ ଖବର ପାଇ ଘଟଣା ସ୍ଥଳରେ ପହଂଚି ଥିଲେ l କେହି ଅଭଯୋଗ କରି ନ ଥିବାରୁ କେସ ବୁକ ହୋଇ ନ ଥିବା ଏ ଏସ ଆଇ ଜଣାଇଛନ୍ତି।
(ଖଣ୍ଡାଧାର ନିଉଜ ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ

9
569 views

Comment