କେନ୍ଦୁଝର ଆମ୍ ଆଦମୀ ପାର୍ଟିର ବୈଠକ, ସଞ୍ଜୟ ସିଂହଙ୍କୁ ସ୍ୱାଗତ କରିବାକୁ ପ୍ରସ୍ତୁତି।
କେନ୍ଦୁଝର ଆମ୍ ଆଦମୀ ପାର୍ଟିର ବୈଠକ, ସଞ୍ଜୟ ସିଂହଙ୍କୁ ସ୍ୱାଗତ କରିବାକୁ ପ୍ରସ୍ତୁତି।
କେନ୍ଦୁଝର,ତା୧୩/୦୫- କେନ୍ଦୁଝର ଜିଲ୍ଲା ଆମ୍ ଆଦମୀ ପାର୍ଟିର ସାଂଗଠନିକ କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ପ୍ରେମାନନ୍ଦ ସିଂହ, ଉପସଭାପତି ଜୟନୁଲ ଆବେଦିନ, ବରିଷ୍ଠ ସଦସ୍ୟ ସୁଧୀର କୁମାର ମହାନ୍ତ, ଅଫିସ ସମ୍ପାଦକ ସନ୍ତୋଷ କୁମାର ବାରିକ, ତେଲକୋଇ ବ୍ଲକ କାର୍ଯ୍ୟକର୍ତ୍ତା ସଂଯୋଜକ ହୃଦାନନ୍ଦ ପାତ୍ର, ନୀଳମଣି ପାତ୍ର, ଟୁନା ମୁଣ୍ଡା ବରିଷ୍ଠ ସଦସ୍ୟ ଅଭିମନ୍ୟୁ ମହାନ୍ତ ଓ ବିଭିନ୍ନ ପଞ୍ଚାୟତରୁ ଆସିଥିବା ପ୍ରତିନିଧି ଗହଣରେ ଆଗାମୀ ସଂଗଠନ କିପରି ସୃଦୃଢ଼ କରାଯିବ ଆଲୋଚନା ହୋଇଥିଲା। ଏଥିସହ ପଞ୍ଚାୟତ କମିଟି ଗଠନ କରି ପ୍ରାର୍ଥୀ ଚୟନ କରି ନିର୍ବାଚନ ଲଢ଼ିବାକୁ ଜିଲ୍ଲା ସଭାପତି ଆହ୍ବାନ କରିଥିଲେ। ପୁନର୍ବାର ଓଡିଶାକୁ ଆସୁଥିବା ସାଂଗଠନିକ କାର୍ଯ୍ୟକ୍ରମ ପାଇଁ ୨୪ ତାରିଖରେ ଯୋଗଦାନ କରି ରାଜ୍ୟ ପ୍ରଭାରୀ ଶ୍ରୀ ବିରେନ୍ଦ୍ର ସିଂହ କାର୍ଡିଆନ ଓ ରାଜ୍ୟସଭା ସଦସ୍ୟ ସଞ୍ଜୟ ସିଂହଙ୍କ ଉଦବୋଧନ କାର୍ଯ୍ୟକ୍ରମରେ କେନ୍ଦୁଝର ଜିଲ୍ଲାର ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରୁ ଅଧିକରୁ ଅଧିକ କାର୍ଯ୍ୟକର୍ତ୍ତା ମାନଙ୍କୁ ଯୋଗଦାନ ଦେବାକୁ ଅନୁରୋଧ କରାଯାଇଥିଲା।
(ଖଣ୍ଡାଧାର ନିଉଜ- ବରିଷ୍ଠ ସାମ୍ବାଦିକ ଦିଲ୍ଲିପ କୁମାର ସାହୁଙ୍କ ରିପୋର୍ଟ)