logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଗୋ ସମ୍ମାନ ଆହ୍ବାନ ଅଭିଯାନର କାର୍ଯ୍ୟକାରିଣୀ ବୈଠକ।

ଗୋ ସମ୍ମାନ ଆହ୍ବାନ ଅଭିଯାନର କାର୍ଯ୍ୟକାରିଣୀ ବୈଠକ।

କେନ୍ଦୁଝର, ତା୧୩/୦୫- କେନ୍ଦୁଝର ମାଇନିଂରୋଡ଼ ସ୍ଥିତ ଗାୟତ୍ରୀ ଶକ୍ତି ପୀଠରେ ଗୋ ସମ୍ମାନ ଆହ୍ବାନ ଅଭିଯାନର ଜିଲ୍ଳା ପ୍ରମୁଖ ଶ୍ରୀମତୀ ମୋନାଲିସା ଦାଶଙ୍କ ତତ୍ତ୍ୱାଧାନରେ ଏକ ବୈଠକ ହୋଇଥିଲା। ଉକ୍ତ ବୈଠକର ମୁଖ୍ୟ ଉଦ୍ଦେଶ୍ୟ ଗୋମାତାଙ୍କୁ ରାଷ୍ଟ୍ରମାତାର ସମ୍ମାନ ଦିଆଯିବା ସହ ଗୋ ହତ୍ୟା ବନ୍ଦ ଆଇନ୍ ଅଣାଯାଉ। ଏହି ପରିପରେକ୍ଷୀରେ ଆଗାମୀ ଜୁଲାଇ ୨୭ ତାରିଖରେ ପୁଣିଥରେ କଲେକ୍ଟରଙ୍କୁ ପ୍ରାର୍ଥନା ପତ୍ର ଦିଆଯିବା ସହ ଅଧିକରୁ ଅଧିକ ଲୋକଙ୍କୁ ଏହି ଅଭିଯାନରେ ସାମିଲ୍ କରି ସଚେତନ କରିବା ପାଇଁ ବୈଠକରେ ଆଲୋଚନା କରାଯାଇ ଏକ ୨୧ ଜଣ ବିଶିଷ୍ଟ ଜିଲ୍ଳା ସମିତି ଗଠନ କରାଗଲା। ଏହି ବୈଠକରେ ବ୍ରାହ୍ମଣ ସମାଜ, କାମଧେନୁ ଗୋସେବା ଟ୍ରଷ୍ଟ, ବିଶ୍ୱ ହିନ୍ଦୁ ପରିଷଦ, ଆର.ଏସ.ଏସ. , ଗାୟତ୍ରୀ ପରିବାର, ହ୍ୟୁମାନ ରାଇଟ୍ସ, ସିନିୟର ସିଟିଜେନ୍ ଫୋରମ୍, ମାରୁଆଡ଼ି ସମାଜ, ଗୁଜରାଟୀ ସମାଜ, ଭୁୟାଁ ସାଂସ୍କୃତିକ ସମାଜର ଅନେକ ବୁଦ୍ଧିଜୀବୀ ଏବଂ ସମାଜସେବୀ ଅଂଶଗ୍ରହଣ କରିଥିଲେ। ସର୍ବଶେଷରେ ଏହି ସେବା କାର୍ଯ୍ୟକୁ ସଫଳ କରିବା ପାଇଁ ସମସ୍ତ ସଦସ୍ୟ ସଂକଳ୍ପ ନେଇଥିଲେ।
(ଖଣ୍ଡାଧାର ନିଉଜ- ବରିଷ୍ଠ ସାମ୍ବାଦିକ ଦିଲ୍ଲିପ କୁମାର ସାହୁଙ୍କ ରିପୋର୍ଟ)

3
525 views

Comment