logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଢେଙ୍କିକୋଟ ଲ୍ୟାମ୍ପରେ ଦୁଗ୍ଧ ସଂଗ୍ରହ କେନ୍ଦ୍ର ଉଦଘାଟିତ।

ଢେଙ୍କିକୋଟ ଲ୍ୟାମ୍ପରେ ଦୁଗ୍ଧ ସଂଗ୍ରହ କେନ୍ଦ୍ର ଉଦଘାଟିତ।

କେନ୍ଦୁଝର,ତା୧୩/୦୫- ଘଟଗାଁ ବ୍ଲକ ଢେଙ୍କିକୋଟ ଠାରେ ଥିବା ଲ୍ୟାମ୍ପରେ ସମବାୟ ବିଭାଗ ତରଫରୁ ଆଜି ନୂତନଭାବେ ଦୁଗ୍ଧ ସଂଗ୍ରହ କେନ୍ଦ୍ର ଖୋଲିଛି। ପ୍ରଥମେ ଏକ ମାହେନ୍ଦ୍ର ବେଳାରେ ପୂଜାପାଠ କରାଯାଇ ପରେ ଉଦ୍ଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି ଅବସରରେ ଜିଲ୍ଲା ସମବାୟ ବିଭାଗର ଉପ ନିବନ୍ଧକ ପର୍ଶୁରାମ ପାତ୍ର ଫିତାକାଟି ଉଦଘାଟନ କରିଥିଲେ। ତାଙ୍କ ସହିତ ସମବାୟ ବିଭାଗର ଇନ୍ସପେକ୍ଟର ସୀମାଶ୍ରୀ ଜେନା ଉପସ୍ଥିତ ଥିଲେ। ଢେଙ୍କିକୋଟ ଲ୍ୟାମ୍ପର ମୁଖ୍ୟ ପରିଚାଳକ କେଶବ ବାରିକଙ୍କ ତତ୍ତ୍ଵାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଲ୍ୟାମ୍ପର ଡାଇରେକ୍ଟର ମାନଙ୍କ ମଧ୍ୟରେ ଏମଡି ତାହିର,ସେକ୍ ମୋବିନ, ସନ୍ତୋଷ କୁମାର ବେହେରା, ପାଣ୍ଡବ ଚାତମା, ପ୍ରଫୁଲ୍ଲ ମହାନ୍ତ, ବନମାଳୀ ନାୟକଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ। ଆଜି ଆଖପାଖର ଲୋକମାନେ ଦୁଗ୍ଧ ଆଣି ଲ୍ୟାମ୍ପରେ ଦେଇଥିଲେ। ଦୁଗ୍ଧ ସବୁ ମପାଯାଇ ପରୀକ୍ଷା କରାଯାଇଥିଲା। ପ୍ରକୃତରେ କେତେ ପରିମାଣର ପାଣି ମିଶିଛି ଓ ପ୍ରକୃତ ଦୁଗ୍ଧ କି ନୁହଁ ଜଣାପଡ଼ିଥିଲା। ତେବେ ଆଜି ଲ୍ୟାମ୍ପରେ ଦୁଗ୍ଧ ସଂଗ୍ରହ କେନ୍ଦ୍ର ଖୋଲିବାରୁ ଦୁଗ୍ଧ ବିକ୍ରି କରୁଥିବା ଲୋକଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି। ସେମାନେ ବୁଲିବୁଲି ଏଣେତେଣେ ଦୁଗ୍ଧ ବିକୁଥିଲେ ଦରକାର ହେଲେ ବାକିରେ ଦେଉଥିଲେ। ଦୁଗ୍ଧ ବି ଅନେକ ସମୟରେ ନଷ୍ଟ ହେଉଥିଲା। ସେ ସମସ୍ୟାରୁ କ୍ଷୀର ବେପାରୀ ମାନେ ଏବେ ମୁକ୍ତି ପାଇଛନ୍ତି।ଯେତେସବୁ କ୍ଷୀର କିଣା ହେଉଛି ସବୁ ଶାଳପଡ଼ା ଠାରେ ଥିବା ଦୁଗ୍ଧ ଉତ୍ପାଦନ କେନ୍ଦ୍ରକୁ ଯିବ ବୋଲି ଜଣାଯାଇଛି।
(ଖଣ୍ଡାଧାର ନିଉଜ- ବରିଷ୍ଠ ସାମ୍ବାଦିକ ଦିଲ୍ଲିପ କୁମାର ସାହୁଙ୍କ ରିପୋର୍ଟ)

10
279 views

Comment