logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

କେନ୍ଦୁଝରରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା।

କେନ୍ଦୁଝରରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା

କେନ୍ଦୁଝର, ମେ ୧୩: ଓଡ଼ିଶାର ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ନିଜ କେନ୍ଦୁଝର ଗସ୍ତ ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଦରବାର ହଲ୍ଠାରେ ଜିଲ୍ଲାରେ ଚାଲୁ ରହିଥିବା ବିକାଶମୂଳକ ପ୍ରକଳ୍ପ ଏବଂ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମଗୁଡ଼ିକର ଅଗ୍ରଗତି ସମୀକ୍ଷା କରିଛନ୍ତି।
ଏହି ସମୀକ୍ଷା ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ମାନ୍ୟବର ସାଂସଦ ଅନନ୍ତ ନାୟକ, ମାନ୍ୟବର ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ତେଲକୋଇ ବିଧାୟକ ଡାକ୍ତର ଫକୀର ମୋହନ ନାଏକ, ଜିଲ୍ଲାପାଳ ଵିଶାଲ ସିଂହ, ଅତିରିକ୍ତ ଜିଲ୍ଲାପାଳ ମନ୍ଦରଧର ମହାଳିକ, ରବୀନ୍ଦ୍ର କୁମାର ପ୍ରଧାନ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ କୁମାର ନାଗଭୂଷଣ ଉପସ୍ଥିତ ଥିଲେ।

ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ଜିଲ୍ଲାର ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକର ନିଜସ୍ୱ କୋଠା ନିର୍ମାଣ, ପାନୀୟ ଜଳ, ବିଦ୍ୟୁତ ସଂଯୋଗ ଏବଂ ଶୌଚାଳୟ ଭଳି ଭିତ୍ତିଭୂମିର ସ୍ଥିତି ପଚାରି ବୁଝିଥିଲେ।

ଫେସ୍ ରେକଗ୍ନିସନ ସିଷ୍ଟମ ମାଧ୍ୟମରେ ବଣ୍ଟନ, ଶିଶୁ ପୋଷଣ ନିରୀକ୍ଷଣ ଏବଂ ସୁଭଦ୍ରା ଯୋଜନାର ସଫଳ କାର୍ଯ୍ୟକାରିତା ସହ ଆବେଦନଗୁଡ଼ିକର କ୍ଷେତ୍ର ଭିତ୍ତିକ ସତ୍ୟାପନର ସମୀକ୍ଷା କରାଯାଇଥିଲା।

ମିଶନ ଶକ୍ତି, ସାମର୍ଥ୍ୟ, ଶକ୍ତି ସଦନ ଏବଂ ପାଳନା କ୍ରେଚ୍ ସେବା ସହ ଜିଲ୍ଲାକୁ ବାଲ୍ୟ ବିବାହ ମୁକ୍ତ କରିବା ପାଇଁ ଚାଲୁଥିବା ସଚେତନତା ଅଭିଯାନ ଉପରେ ଆଲୋଚନା କରାଯଇଥିଲା ଏବଂ ଏ ସମ୍ବନ୍ଧିତ ସମସ୍ତ କାର୍ଯ୍ୟ ଗୁଡିକର ସ୍ଥିତି ସମୀକ୍ଷା କରାଯାଇଥିଲା।

ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିରେ ଚାଲୁଥିବା ମହିଳା ଓ ଶିଶୁ ବିକାଶ ପ୍ରକଳ୍ପ ଏବଂ ଶିଶୁ ଯତ୍ନ ଅନୁଷ୍ଠାନରେ ଥିବା ପିଲାମାନଙ୍କର ପୁନର୍ବାସ ଓ ଶିକ୍ଷାଗତ ସହାୟତାର ସମୀକ୍ଷା କରାଯାଇଥିଲା।

ମା ତାରିଣୀ ମନ୍ଦିର, ସାନଘାଗରା, ବଡ଼ଘାଗରା ଏବଂ ଖଣ୍ଡାଧାର ଭଳି ପ୍ରମୁଖ ପର୍ଯ୍ୟଟନ ସ୍ଥଳୀଗୁଡ଼ିକରେ ପାର୍କିଂ, ଚାଲିବା ରାସ୍ତା, ଶୌଚାଳୟ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟର ସ୍ଥିତି ପରଖାଯାଇଛି।

ଏଥିସହିତ ସମସ୍ତ ବିକାଶମୂଳକ କାର୍ଯ୍ୟକୁ ସମୟସୀମା ମଧ୍ୟରେ ଶେଷ କରିବା ସହ ହିତାଧିକାରୀଙ୍କୁ ସଠିକ୍ ସେବା ପ୍ରଦାନ ପାଇଁ ନିୟମିତ ଅନୁଧ୍ୟାନ କରିବାକୁ ଅଧିକାରୀମାନଙ୍କୁ ଶ୍ରୀମତୀ ପରିଡ଼ା ନିର୍ଦ୍ଦେଶ ଦେଇଥିଲେ ।
(ଖଣ୍ଡାଧାର ନିଉଜ- ବରିଷ୍ଠ ସାମ୍ବାଦିକ ଦିଲ୍ଲିପ କୁମାର ସାହୁଙ୍କ ରିପୋର୍ଟ)

7
606 views

Comment