logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

କେନ୍ଦୁଝର ଚମ୍ପୁଆରେ ନିମ୍ନମାନର ଗାଧୁଆ ଘାଟ ନିର୍ମାଣରେ ଅସନ୍ତୋଷ

କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକର କାଶିପାଳ ପଞ୍ଚାୟତର ଗୁଳୁଦିପଶି ଗ୍ରାମରେ ବିକଶିତ ଓଡ଼ିଶା ଯୋଜନା ଅନ୍ତର୍ଗତ ନିର୍ମିତ "ଗୁଳୁଦିପଶି ବଡ଼ ବନ୍ଧ ଗାଧୁଆ ଘାଟ" ନିମ୍ନମାନର କାର୍ଯ୍ୟରେ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଜନିତ ହୋଇଛି। ୨୦୨୫-୨୬ ଆର୍ଥିକ ବର୍ଷରେ ୩୨୦୬୨୫ ଟଙ୍କା ବ୍ୟୟରେ ନିର୍ମିତ ଏହି ଘାଟର ପାହାଚଗୁଡ଼ିକ ଏତେ ଗଡ଼ାଣିଆ ଯେ ଗାଧୋଇବା ବିପଦଜନକ ହୋଇଛି ଏବଂ ସାଧାରଣ ଲୋକଙ୍କ ପାଇଁ ଉପଯୋଗୀ ହେଉନାହିଁ।

ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ବିଏଫଟି ତଦାରଖ କରୁଥିବା ସତ୍ତ୍ୱେ ତାଙ୍କୁ ପ୍ରଶ୍ନ କଲେ ସନ୍ତୋଷଜନକ ଉତ୍ତର ମିଳୁନାହିଁ ଏବଂ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ସହ ଯୋଗାଯୋଗ କରିବା ଚେଷ୍ଟାରେ ମଧ୍ୟ ସାହାଯ୍ୟ ମିଳୁନାହିଁ। ଚମ୍ପୁଆ ପଞ୍ଚାୟତ ସମିତି କାର୍ଯ୍ୟର ନିର୍ବାହୀ ସଂସ୍ଥା ହୋଇଥିବା ସତ୍ତ୍ୱେ ଯନ୍ତ୍ରୀଙ୍କ ଅନୁପସ୍ଥିତିରେ ଏଭଳି ନିମ୍ନମାନର କାର୍ଯ୍ୟ ହେବା ପ୍ରଶ୍ନ ସୃଷ୍ଟି କରିଛି। ଗ୍ରାମବାସୀ ଏବେ କଠୋର କାର୍ଯ୍ୟାନୁଷ୍ଠାନ ଆବଶ୍ୟକତା ଦାବି କରୁଛନ୍ତି।

63
2164 views

Comment