logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

୧୦୬ ଦିନ ପରେ ମଧ୍ୟ ମିଳିନି ଧାନ ଟଙ୍କା : ନ୍ୟାୟ ପାଇଁ ଦୁଆରେ ଦୁଆରେ ଘୁରୁଛନ୍ତି ଚାଷୀ ପ୍ରତାପ ବରାଳ

ମାଲକାନଗିରି: ଏମ୍‌ଭି-୯୬ ଗ୍ରାମର ଛୋଟ ଚାଷୀ ପ୍ରତାପ ବରାଳ ଜାନୁଆରୀ ୨୭ ତାରିଖରେ ଏମ୍‌ଭି-୭୯ ଧାନ କ୍ରୟ କେନ୍ଦ୍ରରେ ୪୦ କ୍ୱିଣ୍ଟାଲ ଧାନ ବିକ୍ରୟ କରିଥିଲେ । ତଥାପି ଏହାର ପରେ ୧୦୬ ଦିନ ହେଲା ଯେ ପ୍ରତାପଙ୍କ ବ୍ୟାଙ୍କ ଖାତାକୁ ଧାନ ବିକ୍ରୟ ରାଶି ଜମା ହୋଇନାହିଁ । ଏହାରେ ତାଙ୍କ ପରିବାର ଋଣ ଚାପ ଓ ଦୈନିକ ଆବଶ୍ୟକତା ପୂରଣରେ ଅସୁବିଧା ହେଉଛି ।

ପ୍ରତାପ ବରାଳ ଜନଶୁଣାଣି ୱେବସାଇଟ୍‌, ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ପ୍ରକୋଷ୍ଠ, ଏବଂ ଲୁଗେଲ ପଞ୍ଚାୟତରେ ଅନେକ ସ୍ଥାନରେ ଅଭିଯୋଗ କରିଥିଲେ । କିନ୍ତୁ ସମସ୍ୟାର ସମାଧାନ ନ ହେବାରୁ ଏବେ ପର୍ଯ୍ୟନ୍ତ ଧାନ ଟଙ୍କା ମିଳୁନାହିଁ । ପ୍ରତାପ ବରାଳ ଚେତାବନୀ ଦେଇଛନ୍ତି ଯେ ଟଙ୍କା ମିଳିନାହିଁ ହେଲେ ସେ ଭୁବନେଶ୍ୱର ଯାଇ ସମ୍ବନ୍ଧିତ ବିଭାଗ ସାମ୍ନାରେ ଧାରଣା ଦେବେ । ଘଟଣାଟି ସରକାରୀ ବ୍ୟବସ୍ଥାର ଧୀରଗତି ଓ ଅବହେଳା ପ୍ରତି ପ୍ରଶ୍ନ ଉଠାଇଛି ।

24
947 views

Comment