logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ମାଲକାନଗିରି: ତାରକେଶ୍ୱର ଠିକାଦାର ସଂଘର ପ୍ରଥମ ପରୀକ୍ଷା ୩୭ଟି କାମର ଟେଣ୍ଡରରେ

ମାଲକାନଗିରି: ନୂତନ ଭାବେ ଗଠିତ “ତାରକେଶ୍ୱର ଠିକାଦାର ସଂଘ” ପକ୍ଷରୁ ନିଆଯାଇଥିବା ସଂକଳ୍ପର ପ୍ରଥମ ବଡ଼ ପରୀକ୍ଷା ଆରମ୍ଭ ହୋଇଛି। ପଟେରୁ ଜଳ ସମ୍ପଦ ବିଭାଗର ଏମଭି-୭୯ ଡିଭିଜନ ପକ୍ଷରୁ ୩୭ଟି ଉନ୍ନୟନମୂଳକ କାମ ପାଇଁ ଅନଲାଇନ୍ ମାଧ୍ୟମରେ ଟେଣ୍ଡର ଆହ୍ୱାନ କରାଯାଇଛି, ଯାହା ଠିକାଦାରମାନଙ୍କ ଏକତା ପ୍ରତି ଧ୍ୟାନ ଆକର୍ଷଣ କରିଛି।

ଏମଭି-୭୯ ସ୍ଥିତ ତାରକେଶ୍ୱର ମନ୍ଦିର ପରିସରରେ ଦୁଇଥର ବୈଠକ ଆୟୋଜିତ ହୋଇଥିଲା, ଯେଉଁଠାରେ ଜିଲ୍ଲାର ବିଭିନ୍ନ ବ୍ଲକର ଶତାଧିକ ଠିକାଦାରମାନେ ଏକତ୍ରିତ ହୋଇ ସଂଘ ଗଠନ କରିଥିଲେ। ସେମାନେ କୌଣସି ଠିକାଦାର କମ୍ ରାଶିରେ ଟେଣ୍ଡର ଦାଖଲ ନକରି "ସେଡୁଲ ରେଟ" ଅନୁଯାୟୀ ଟେଣ୍ଡର ଦେବାକୁ ସଂକଳ୍ପ କରିଛନ୍ତି। ଏହି ପ୍ରକ୍ରିୟା ଏବେ ସଂଘର ପ୍ରଥମ ପରୀକ୍ଷା ଭାବେ ଦେଖାଯାଉଛି ଏବଂ ଟେଣ୍ଡର ଖୋଲାଯିବା ୨୨ ତାରିଖରେ ଏକତାର ସଫଳତା ସ୍ପଷ୍ଟ ହେବ।

ପୂର୍ବରୁ ଟେଣ୍ଡରରେ ୧୪.୯୯% ପର୍ଯ୍ୟନ୍ତ "ଲେସ ଏମାଉଣ୍ଟ" ସୀମା ଥିଲା, କିନ୍ତୁ ବର୍ତ୍ତମାନ ସରକାର ସେହି ସୀମାକୁ ହଟାଇଛି, ଯାହା ଠିକାଦାରମାନଙ୍କ ମଧ୍ୟରେ କମ ରାଶିରେ କାମ ନେବା ପ୍ରତିଯୋଗିତା ବଢ଼ାଇଛି। ବୁଦ୍ଧିଜୀବୀମାନେ ମନେ କରନ୍ତି ଯେ, ଏହା ଉନ୍ନୟନ କାମର ଗୁଣବତ୍ତାକୁ ପ୍ରଭାବିତ କରୁଛି, ତେଣୁ ସେଡୁଲ ରେଟରେ ଟେଣ୍ଡର ହେଲେ ଜିଲ୍ଲାର ଉନ୍ନୟନ ଅଧିକ ସୁଚାରୁ ହେବ ବୋଲି ଆଶା କରାଯାଉଛି।

9
295 views

Comment