logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଜିଲ୍ଲା ଉନ୍ନୟନ ସମନ୍ୱୟ ବୈଠକ ଅନୁଷ୍ଠିତ

ଦେବଗଡ଼, ତା. ୧୨.୦୫.୨୦୨୬ ରିଖ :-
ଜିଲ୍ଲାପାଳ ଶ୍ରୀ କବିନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ବିକାଶ ଭବନ ସମ୍ମିଳନୀ କକ୍ଷରେ ଜିଲ୍ଲା ଉନ୍ନୟନ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଥିଲା।
ଏହି ବୈଠକରେ ଜିଲ୍ଲା ଓ ବ୍ଲକ୍ ସ୍ତରର ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରାଯାଇଥିଲା। ବିଶେଷକରି ପର୍ଯ୍ୟଟନ ବିକାଶ, ଚିକିତ୍ସା ସେବା, କ୍ରୀଡ଼ା ଢାଞ୍ଚା ଓ ଅନ୍ୟାନ୍ୟ ଉନ୍ନୟନମୂଳକ ପ୍ରକଳ୍ପର କାର୍ଯ୍ୟନ୍ୱୟନ ଉପରେ ଆଲୋଚନା ହୋଇଥିଲା।
ଜିଲ୍ଲାପାଳ ମହୋଦୟ ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରି ସେଗୁଡିକୁ ଶୀଘ୍ର ସମାଧାନ କରିବା ପାଇଁ ସମ୍ବନ୍ଧିତ ଜିଲ୍ଲାସ୍ତରୀୟ ଅଧିକାରୀ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ବୈଠକରେ ମୁଖ୍ୟ ଉନ୍ନୟନ ଅଧିକାରୀ ଓ କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଶ୍ରୀ ରାଜେନ୍ଦ୍ର କୁମାର ମିଞ୍ଜ, ଉପଜିଲ୍ଲାପାଳ ଶ୍ରୀ ପରିକ୍ଷିତ ସାହୁ, ଡେପୁଟି କଲେକ୍ଟର ଶ୍ରୀ ଲକ୍ଷ୍ମଣ ଅମାତ, ଶ୍ରୀମତୀ ସୌମ୍ୟା ସୁଚିସ୍ମିତା, ଶ୍ରୀ କଳିଙ୍ଗ ଆଶିଷ ଶତପଥି, ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ଶିଶିର କୁମାର ପୁହାଣ, ପ୍ରକଳ୍ପ ପ୍ରଶାସିକା ଶ୍ରୀମତୀ ସନ୍ଧ୍ୟା ମାଝି, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଶ୍ରୀ ଅମିୟ କୁମାର ସେଠୀ, ବିଡିଓ ବାରକୋଟ ଶ୍ରୀ ସୂର୍ଯ୍ୟକାନ୍ତ ବରିହା, ବିଡିଓ ତିଲେଇବଣି ଶ୍ରୀମତୀ ପ୍ରିୟଦର୍ଶିନୀ ମିର୍ଦ୍ଧା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ମନୋରଞ୍ଜନ ସୂତାର ସହ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

5
346 views

Comment