logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ବେଟି ବଚାଓ ବେଟି ପଢ଼ାଓ ଜିଲ୍ଲାସ୍ତରୀୟ ସମନ୍ୱୟ ସମୀକ୍ଷା ବୈଠକ ଅନୁଷ୍ଠିତ

ଦେବଗଡ଼, ତା ୧୨.୦୫.୨୦୨୬ ରିଖ :-
ଜିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁରତି ପ୍ରଧାନଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ବେଟି ବଚାଓ ବେଟି ପଢ଼ାଓ ଜିଲ୍ଲାସ୍ତରୀୟ ସମନ୍ୱୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।
ବୈଠକରେ ସମାଜରେ କମ୍ ବୟସରେ ଝିଅମାନଙ୍କ ବିବାହ, ଲିଙ୍ଗଗତ ଅସମାନତା ଓ ସମ୍ବନ୍ଧିତ ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା। ଏହା ସହିତ ଜନସଚେତନତା ସୃଷ୍ଟି, ବାଳିକାମାନଙ୍କ ସୁରକ୍ଷା, ସୁସ୍ଥ ଓ ନିରାପଦ ପରିବେଶ ସୃଷ୍ଟି କରିବା ଏବଂ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ସେମାନଙ୍କୁ ସଶକ୍ତ କରିବା ଉପରେ ଜୋର ଦିଆଯାଇଥିଲା।
ଜିଲ୍ଲାପାଳ ଶ୍ରୀ ସାହୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ର କାର୍ଯ୍ୟକାରିତାକୁ ଆହୁରି ସୁଦୃଢ କରିବା ସହ ଜନସଚେତନତା କାର୍ଯ୍ୟକ୍ରମକୁ ଗାଁଗାଁରେ ପହଞ୍ଚାଇବା ପାଇଁ ଗୁରୁତ୍ୱାରୋପ କରିଥିଲେ।
ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ର, ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷା ପିଙ୍କିରାଣି ନନ୍ଦ, ଜିଲ୍ଲା ଶ୍ରମ ଅଧିକାରୀ ପଦ୍ମାବତୀ ମାରାଣ୍ଡି, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀନିବାସ ଜାନୀ, ଡିପିଏମ୍ (ଓଏଲଏମ୍) ଶିଶିର କୁମାର ଷଡ଼ଙ୍ଗୀ, ଶିଶୁ ସୁରକ୍ଷା ୟୁନିଟ୍ର ଚିନ୍ମୟ ସ୍ୱାଇଁ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋରଞ୍ଜନ ସୂତାର ସହ ତିନୋଟି ବ୍ଲକର ସିଡିପିଓ, ଲେଡିଜ ସୁପରଭାଇଜର ଓ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

9
333 views

Comment