logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ସ୍ଵାମପାଟଣା ଠାରେ ଲୋକଙ୍କ ସରକାର ବିରୁଦ୍ଧରେ ବିଜେଡିର ରଣହୁଙ୍କାର।

ସ୍ଵାମପାଟଣା ଠାରେ ଲୋକଙ୍କ ସରକାର ବିରୁଦ୍ଧରେ ବିଜେଡିର ରଣହୁଙ୍କାର।

କେନ୍ଦୁଝର, ତା୧୨/୦୫- ଆଜି କେନ୍ଦୁଝର ଜିଲ୍ଲା ପାଟଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସ୍ଵାମପାଟଣା ଠାରେ ଲୋକଙ୍କ ସରକାର ବିରୁଦ୍ଧରେ ଜିଲ୍ଲା ବିଜେଡି ତରଫରୁ ବିଦ୍ରୋହ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବିଜୁ ଜନତା ଦଳର ହଜାର ହଜାର କର୍ମୀ ତଥା ନବିନ ପଟ୍ଟନାୟକ ପ୍ରେମୀଙ୍କୁ ଦେଖିବାକୁ ମିଳିଥିଲା। ସଭିଙ୍କ ଆଖିରେ ବିଦ୍ରୋହର ନିଆଁ ଓ ପ୍ରତାରଣାର ରାଗ ଥିଲା। ଏପରିକି ଲୋକଙ୍କ ମୁଖ୍ୟମନ୍ତ୍ରୀ, ଉପ-ମୁଖ୍ୟମନ୍ତ୍ରୀ ଓ ଆଇନମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ ବ୍ଲକ ଓ ତହସିଲ କାର୍ଯ୍ଯାଳୟ ସମ୍ମୁଖରେ କରାଯାଇଥିଲା। ଏହି ବିଦ୍ରୋହର ଶୋଭାଯାତ୍ରା ଆନନ୍ଦେଶ୍ୱର ଶୈବପୀଠରୁ ଆରମ୍ଭ ହୋଇ ବ୍ଳକ ଅଫିସ ସାମ୍ନାରେ ଶେଷ ହୋଇଥିଲା। ଦଳ ପକ୍ଷରୁ ତହସିଲଦାର ଓ ବିଡିଓଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ଯାହାର ଜବାବ ଆଗାମୀ ପଞ୍ଚାୟତ ନିର୍ବାଚନରେ ଦେଖିବାକୁ ମିଳିବ ବୋଲି ଲୋକମାନେ ପ୍ରକାଶ କରିଥିଲେ। ମୁଖ୍ୟତଃ ନାରୀ ଅଧିକାର ଅଭିଯାନ ଦ୍ଵାରା ଏହି ସ୍ମାରକୀପତ୍ର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ଯରେ ପ୍ରଦାନ କରାଯାଇଥିଲା। ଭୋଟର ମାନଙ୍କୁ ମିଛ ପ୍ରତିଶ୍ରୁତି ଦେଇ ଭକୁଆ ବନେଇ ଦୁଇବର୍ଷ ବିତିଗଲା ବୋଲି ନେତାମାନେ କହିଥିଲେ। ଯାହାର ଜବାବ ପଞ୍ଚାୟତ ନିର୍ବାଚନରେ ମିଳିବ ବୋଲି ସାଧାରଣ ଜନତା ପ୍ରକାଶ କରିଥିଲେ।ଏହି କାର୍ଯ୍ୟକ୍ରମ ପୂର୍ବତନ ବିଧାୟକ ଜଗନ୍ନାଥ ନାୟକଙ୍କ ଆବାହକତ୍ବରେ ଓ ନିର୍ଦ୍ଦେଶରେ ହୋଇଥିଲା। କାର୍ଯକ୍ରମରେ ଜିଲ୍ଲା ବିଜେଡି ସଭାପତି ଆଶିଷ ଚକ୍ରବର୍ତ୍ତୀ, ବ୍ଲକ୍ ବିଜେଡି ସଭାପତି ମାଧବାନନ୍ଦ ପୃଷ୍ଟି, ଉପ ସଭାପତି ଧରିତ୍ରୀ ମହାନ୍ତ,ଜିଲ୍ଲା ପୂର୍ବତନ ଅଧ୍ୟକ୍ଷl ମୀନା ମାଝୀ, ସତ୍ୟବ୍ରତ ନାୟକ,ସୁକାନ୍ତି ମହାନ୍ତ,କୃଷ୍ଣ ମହାପାତ୍ର, ବୁଦ୍ଧଦେବ ମହାକୁଡ, କୁନୁ ଗିରି,ଶତ୍ରୁଘ୍ନ ସିଂ ଜିଲ୍ଲା ପରିଷଦ ସଦସ୍ୟା ରୁନୁ ମହାନ୍ତଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ବିଜେଡି ନେତା, କର୍ମୀମାନେ ଉପସ୍ଥିତଥିଲେ। କିପରି ଗତ ଏକ ମାସ ତଳେ ହୋଇଥିବା କାଳ ବୈଶାଖୀରେ ଗରିବ ଲୋକଙ୍କ ପାଇଁ ଆସିଥିବା ପଲିଥିନକୁ ହରିଲୁଟ କରାଯାଇଛି ସେ ଉପରେ ଆଲୋକପାତ କରାଯାଇଥିଲା।
(ଖଣ୍ଡାଧାର ନିଉଜ- ବରିଷ୍ଠ ସାମ୍ବାଦିକ ଦିଲ୍ଲିପ କୁମାର ସାହୁଙ୍କ ରିପୋର୍ଟ)

20
848 views

Comment