logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

କେନ୍ଦୁଝରଗଡ ଉପଜିଲ୍ଲାପାଳ ଙ୍କୁ ଟ୍ରାକ୍ଟର ମାଲିକଙ୍କ ସଂଘ ତରଫରୁ ସମସ୍ୟାର ସମାଧାନ ପାଇଁ ଦେଲେ ଦାବୀ ପତ୍ର।

କେନ୍ଦୁଝରଗଡ ଉପଜିଲ୍ଲାପାଳ ଙ୍କୁ ଟ୍ରାକ୍ଟର ମାଲିକଙ୍କ ସଂଘ ତରଫରୁ ସମସ୍ୟାର ସମାଧାନ ପାଇଁ ଦେଲେ ଦାବୀ ପତ୍ର।

କେନ୍ଦୁଝର:୧୨/୦୫ (ଖଣ୍ଡାଧାର ନିଉଜ ବ୍ୟୁରୋ) ବିଭିନ୍ନ ପ୍ରକାରର ନିର୍ମାଣ କାର୍ଯ୍ୟ ଉଦ୍ଦେଶ୍ଯରେ ବାଲି, ଚିପ୍ସ, ମେଟାଲ, ସିମେଣ୍ଟ, ରଡ୍ ପ୍ରଭ୍ରୁତି ଟ୍ରାକ୍ଟର ସାହାଯ୍ୟରେ ପରିବହନ କରୁଥିବା ଟ୍ରାକ୍ଟର ଗୁଡିକୁ ଟାଉନ ଥାନା ପୋଲିସ୍ ଟିମ୍ ଦ୍ବାରା କିଛିଦିନ ହେବ ଟାଉନ ଥାନା ତରଫରୁ ହାଇୱା ଓ ଟ୍ରାକ୍ଟର ଗୁଡିକୁ ସିଜ୍ କରାଯାଇଥିବା ଦେବାକୁ ମିଳୁଅଛି। ଏହା ଦ୍ବାରା କେନ୍ଦୁଝର ଟାଉନ ଅଞ୍ଚଳର ଟ୍ରାକ୍ଟର ମାଲିକମାନଙ୍କ ମନରେ ଛନକା ସହିତ ଭୟଭୀତ ହୋଇପଡିବା ସ୍ବାଭାବିକ ବିଷୟ ଅଟେ। ଏହି ପରିପ୍ରେକ୍ଷୀରେ ଟ୍ରାକ୍ଟର ମାଲିକମାନଙ୍କର ସଂଗଠନ ତରଫରୁ ଆଜି ସମସ୍ୟାର ସମାଧାନ ପାଇଁ କେନ୍ଦୁଝରଗଡ ଉପଜିଲ୍ଲାପାଳ ଙ୍କୁ ସାକ୍ଷାତ କରି ଦାବୀ ପତ୍ର ପ୍ରଦାନ ସହିତ ଆଲୋଚନା କରିଥିଲେ। ଉପଜିଲ୍ଲାପାଳଙ୍କ ତରଫରୁ ଟ୍ରାକ୍ଟର ମାଲିକ ସଂଗଠନର ପ୍ରତିନିଧିମାନଙ୍କୁ ଏହାର ସମାଧାନ କରାଯିବା ପାଇଁ ଆଶ୍ବାସନା ପ୍ରଦାନ କରିଥିବା ଜାଣିବା ପାଇଁ ମିଳୁଛି। ପୋଲିସ୍ ବିଭାଗ ତରଫରୁ କରାଯାଇଥିବା କାର୍ଯ୍ୟାନୁଷ୍ଠାନ ଯୋଗୁଁ ଟ୍ରାକ୍ଟର ମାଲିକ ମାନେ ଭୟଭୀତ ଏବଂ ନିରୁପାୟ ହୋଇ ଟ୍ରାକ୍ଟର ଗୁଡିକୁ ବନ୍ଦ କରିବା ପାଇଁ ବାଧ୍ଯ ହୋଇଛନ୍ତି। ଟ୍ରାକ୍ଟର ଚାଳନା ବନ୍ଦ କରିବା କାରଣରୁ ଟ୍ରାକ୍ଟର ମାଲିକ ମାନଙ୍କୁ ବିପୁଳ ପରିମାଣର ଆର୍ଥିକ କ୍ଷତି ସହିତ ମାନସିକ ଦୁଶ୍ଚିନ୍ତାରେ ପଡିଥିବା ଦେଖିବାକୁ ମିଳୁଅଛି। ଯେପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ତରଫରୁ ବିଦ୍ଧିବଦ୍ଧ ଭାବରେ ନିର୍ମାଣ କାର୍ଯ୍ୟ ସାମଗ୍ରୀ ପରିବହନ କରିବା ପାଇଁ ଟ୍ରାକ୍ଟର ଗୁଡିକୁ ଅନୁମତି ପ୍ରଦାନ ନ କରିଛନ୍ତି। ସେପର୍ଯ୍ୟନ୍ତ କେନ୍ଦୁଝର ସହରର ବିଭିନ୍ନ ଅଞ୍ଚଳରେ ନିର୍ମାଣ କାର୍ଯ୍ୟ ନିମନ୍ତେ ଉଦ୍ଧିଷ୍ଟ ସାମଗ୍ରୀ ପରିବହନ କରାଯିବ ନାହିଁ ବୋଲି ଟ୍ରାକ୍ଟର ମାଲିକ ସଂଗଠନର ପ୍ରତିନିଧିମାନେ ନିଜ ନିଜର ପ୍ରତିକ୍ରିୟାରେ ସ୍ପଷ୍ଟ କରିଛନ୍ତି।

25
1125 views

Comment