logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ମୁଖ୍ୟ ରାସ୍ତାରେ ଖୁଲମଖୁଲା ଟ୍ରାଫିକ ନିୟମକୁ ଧୂଳିସାତ୍ କରି ଗତି କରୁଛି କେନ୍ଦୁପତ୍ର ବୋଝେଇ ଗାଡ଼ି।

ମାଲକାନଗିରି:୧୧/୫/୨୬
ମାଲକାନଗିରି ସହରର ମୁଖ୍ୟ ରାସ୍ତାରେ ଖୁଲମଖୁଲା ଟ୍ରାଫିକ ନିୟମକୁ ଧୂଳିସାତ୍ କରି ଗତି କରୁଛି କେନ୍ଦୁପତ୍ର ବୋଝେଇ ଗାଡ଼ି।ଏହି ଦୃଶ୍ୟ ଦେଖିଲେ ସ୍ପଷ୍ଟ ଜଣାପଡ଼ୁଛି ଯେ, ଗାଡ଼ିର କ୍ଷମତାଠାରୁ ଦୁଇ ଗୁଣା ଅଧିକ ଉଚ୍ଚତାରେ କେନ୍ଦୁପତ୍ର ବସ୍ତା ଏଥିରେ ଅତି ବିପଦପୂର୍ଣ୍ଣ ଭାବେ ଲଦା ଯାଇଛି। ବସ୍ତାଗୁଡ଼ିକ ଗାଡ଼ିର ଦୁଇ ପାର୍ଶ୍ୱକୁ ଏମିତି ଭାବେ ବାହାରି ରହିଛି ଯେ, ଯେକୌଣସି ମୁହୂର୍ତ୍ତରେ ଏହା ଖସିପଡ଼ି ଜଣେ ପଥଚାରୀଙ୍କ ଜୀବନ ନେଇପାରେ। କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ହେଉଛି, ସହରର ବ୍ୟସ୍ତବହୁଳ ଟ୍ରାଫିକ ଛକଗୁଡ଼ିକୁ ଅତିକ୍ରମ କରି ଏହି ଗାଡ଼ିଟି ଯାଉଥିବା ବେଳେ ସେଠାରେ ନିୟୋଜିତ ଟ୍ରାଫିକ ପୋଲିସ ଓ ପରିବହନ ବିଭାଗ କରୁଛି କଣ?ପ୍ରଶ୍ନ ଉଠୁଛି, ଏତେ ବଡ଼ 'ଚଳନ୍ତା ମରଣ ଯନ୍ତା' ଟ୍ରାଫିକ କର୍ମଚାରୀଙ୍କ ନଜରକୁ କେମିତି ଆସୁନାହିଁ? ସାଧାରଣ ଲୋକଟିଏ ହେଲମେଟ ପିନ୍ଧିନଥିଲେ ଜୋରିମାନା କାଟୁଥିବା ପ୍ରଶାସନ, ଏଭଳି ଗୁରୁତର ନିୟମ ଉଲ୍ଲଂଘନକାରୀଙ୍କୁ କାହିଁକି ଛାଡ଼ି ଦେଉଛି? ଏହା ଟ୍ରାଫିକ ବିଭାଗର ଦାୟିତ୍ୱହୀନତା ନା ଏହା ପଛରେ ଅନ୍ୟ କିଛି କାରଣ ରହିଛି? ଯଦି ଏହି ବସ୍ତା କୌଣସି ବ୍ୟକ୍ତିଙ୍କ ଉପରେ ଖସିପଡ଼େ ଏବଂ ଏକ ବଡ଼ ଦୁର୍ଘଟଣା ଘଟେ, ତେବେ ସେଥିପାଇଁ ଦାୟୀ କିଏ ହେବ? ଗାଡ଼ି ମାଲିକ ନା କର୍ତ୍ତବ୍ୟରେ ଅବହେଳା କରୁଥିବା କର୍ତ୍ତୃପକ୍ଷ? ସାଧାରଣ ଜନତାଙ୍କ ଜୀବନ ସହ ଏଭଳି ଖେଳ ଖେଳିବା ଆଦୌ ଗ୍ରହଣୀୟ ନୁହେଁ। ଅଘଟଣ ଘଟିବା ପୂର୍ବରୁ ପ୍ରଶାସନ କୁମ୍ଭକର୍ଣ୍ଣ ନିଦ୍ରାରୁ ଜାଗିବା ଉଚିତ ଏବଂ ଏଭଳି ବେପରୁଆ ପରିବହନ ଉପରେ ତୁରନ୍ତ ରୋକ ଲଗାଇବା ଆବଶ୍ୟକ।

26
1425 views

Comment