logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଜାମୁଦଲକ ରେ ବିଜେପି ପକ୍ଷରୁ 'ଜନ-ଆକ୍ରୋଶ ମହିଳା ସମାବେଶ' ଓ ପଦଯାତ୍ରା ଅନୁଷ୍ଠିତ

ଚମ୍ପୁଆ :-୧୨/୦୫(ହେମନ୍ତ କୁମାର ମହାନ୍ତ) "ଦେଶର ପ୍ରଗତି ପାଇଁ ସଶକ୍ତ ନାରୀ, ବିଜେଡି-କଂଗ୍ରେସ ମାରିଲେ ଛୁରୀ" ଏହି ନାରାକୁ ପାଥେୟ କରି ଭାରତୀୟ ଜନତା ପାର୍ଟି ଚମ୍ପୁଆ ଗ୍ରାମୀଣ ମଣ୍ଡଳ ପକ୍ଷରୁ ଗତକାଲି (୧୧ ମଇ) ଜାମୁଦଲକ ଠାରେ ଏକ ବିଶାଳ ଜନ-ଆକ୍ରୋଶ ମହିଳା ସମାବେଶ ଓ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ବିରୋଧୀ ଦଳ ବିଜେଡି ଓ କେନ୍ଦ୍ର ବିରୋଧୀ କଂଗ୍ରେସର ମହିଳା ବିରୋଧୀ ନୀତି ବିରୁଦ୍ଧରେ ଏହି ପ୍ରତିବାଦ ସଭା ଆୟୋଜନ କରାଯାଇଥିଲା। ଏହି ସମାବେଶରେ ବିଜେପିର ବହୁ ବରିଷ୍ଠ ନେତୃବୃନ୍ଦ ଯୋଗ ଦେଇଥିଲେ। ପଙ୍କଜ ମହାନ୍ତ ଚମ୍ପୁଆ ଗ୍ରାମୀଣ ମଣ୍ଡଳ ସଭାପତି, ସିଦ୍ଧାର୍ଥ ସିଂ ଜିଲ୍ଲା ଉପ ସଭାପତି, ଝରଣା ମହାନ୍ତ ଜିଲ୍ଲା ସମ୍ପାଦିକା, ଜୁଲି ରାଣୀ ବାରିକ ମହିଳା ନେତ୍ରୀ, ଜୀତେନ୍ଦ୍ର ମହାନ୍ତ ମଣ୍ଡଳ ସାଧାରଣ ସମ୍ପାଦକ, ସନ୍ତୋଷ ମହାନ୍ତ ମଣ୍ଡଳ ଉପ ସଭାପତି, ମାଧବ ଚନ୍ଦ୍ର ମହାନ୍ତମଣ୍ଡଳ ଉପ ସଭାପତି, ରାଜୁ ଦାସ ମଣ୍ଡଳ ସମ୍ପାଦକ ଏହି ପଦଯାତ୍ରାରେ ଅଞ୍ଚଳରୁ ପ୍ରାୟ ୪୦୦ରୁ ଅଧିକ ମହିଳା ଓ ବିଜେପି କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ। ମହିଳାମାନେ ହାତରେ ପ୍ଲାକାର୍ଡ ଧରି ସରକାରଙ୍କ ବିଫଳତା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ସହ ନାରୀ ଶକ୍ତିର ସଶକ୍ତିକରଣ ଉପରେ ଗୁରୁତ୍ୱାରୋପ କରିଥିଲେ। ସମାବେଶକୁ ସମ୍ବୋଧିତ କରି ନେତୃବୃନ୍ଦ କହିଥିଲେ ଯେ, ଦେଶର ବିକାଶ ପାଇଁ ମହିଳାମାନଙ୍କୁ ସଶକ୍ତ କରିବା ଜରୁରୀ, କିନ୍ତୁ ବିଜେଡି ଓ କଂଗ୍ରେସ ମହିଳାମାନଙ୍କୁ କେବଳ ଭୋଟ ବ୍ୟାଙ୍କ ଭାବେ ବ୍ୟବହାର କରୁଛନ୍ତି। ଆଗାମୀ ଦିନରେ ଏହାର ଉଚିତ ଜବାବ ଦିଆଯିବ ବୋଲି ସେମାନେ ଚେତାବନୀ ଦେଇଥିଲେ।

33
1305 views

Comment