logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ପ୍ରସ୍ତାବିତ ଜେ ଏମ ଏଫ ସି କୋର୍ଟ ସରକାରୀ ଜମିରୁ ଜବର ଦଖଲ ହଟାଇଲା ରାଜସ୍ୱ ବିଭାଗ।

ପ୍ରସ୍ତାବିତ ଜେ ଏମ ଏଫ ସି କୋର୍ଟ ସରକାରୀ ଜମିରୁ ଜବର ଦଖଲ ହଟାଇଲା ରାଜସ୍ୱ ବିଭାଗ।

ପାଟଣା-୧୧/୦୫ (ଖଣ୍ଡାଧାର ନିଉଜ) ପାଟଣା ମୁଖ୍ୟାଳୟ ରେ ଜେ ଏମ ଏଫ ସି କୋର୍ଟ ସ୍ଥାପନ ପାଇଁ ପାଟଣା ବଜାର ନିକଟ ପୁଟୁଳିଆ ଗ୍ରାମରେ ଥିବା ସରକାରୀ ଜମି ପ୍ଲଟ ନମ୍ବର 774 କୁ ଚିହ୍ନଟ କରା ଯାଇଥିଲା। ତେବେ ଏହି ସରକାରୀ ଜାଗାରେ ଅବୈଧ ଭାବେ 3 ଟି ପରିବାର ଘର କରି ଜବର ଦଖଲ କରି ରହିଥିଲେ। ଆଜି ଉଛେଦ ବେଳେ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ପାଟଣା ଅତିରିକ୍ତ ତହସିଲଦାର ରବିଶଙ୍କର ହେମ୍ବ୍ରମ ଙ୍କ ଉପସ୍ଥିତି ରେ ତହସିଲଦାର ଅଶ୍ୱିନୀ କୁମାର ନାଏକ, ଅତିରିକ୍ତ ତହସିଲଦାର ସରଣ କୁମାର ଜେନା ପ୍ରମୁଖ ପାଟଣା ଥାନା ଅଧିକାରୀ କିରଣ ପ୍ରସାଦ ସାହୁ ଓ 1 ପ୍ଲାଟୁନ ପୁଲିସ ଫୋର୍ସ ଙ୍କ ଉପସ୍ଥିତି ରେ ଏଠାରୁ ଜବର ଦଖଲ ଉଛେଦ କରିଛନ୍ତି। ଦଖଲ କରିଥିବା ପରିବାର ଘର ଭାଙ୍ଗୁଥିବା ଜେସିବି ମେସିନ ସାମ୍ମା କୁ ଆସି ଜବର ଦଖଲ କାରୀ ମାନେ ହାଙ୍ଗାମା କରିଥିଲେ। ପୁଲିସ ଫୋର୍ସ ଉପସ୍ଥିତ ଥିବାରୁ ସମ୍ଭାବ୍ୟ ଗଣ୍ଡଗୋଳ କୁ ବିଫଳ କରିଥିଲେ। କିଛି ମହିଳା ଜେସିପି କୁ ଅଟକାଇବା ପାଇଁ ଚେଷ୍ଟା କରିଥିଲେ ଉଛେଦ ରେ ବାଧା ହୋଇ ନଥିଲା।ଏଠାରେ ନିରାକାର ମହାନ୍ତ, ଟାଇଲ ଛପର ଘର କରିଥିବା ବେଳେ, ଅର୍ଜୁନ ମହାନ୍ତ କରିଥିବା ବ୍ରଏଲର କୁକୁଡ଼ା ଫାର୍ମ କୁ ଜେସିବି ସାହାଯ୍ୟରେ ଭାଙ୍ଗି ଦିଆଯାଇଛି। (ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ)

18
837 views

Comment