ଘରୟୀ ଗ୍ୟାସ୍ ଉପଭୋକ୍ତା ହନ୍ତସନ୍ତ - ଯୋଗାଣ ବିଭାଗ ନୀରବଦ୍ରଷ୍ଟା!
ଘରୟୀ ଗ୍ୟାସ୍ ଉପଭୋକ୍ତା ହନ୍ତସନ୍ତ - ଯୋଗାଣ ବିଭାଗ ନୀରବଦ୍ରଷ୍ଟା!
କେନ୍ଦୁଝର:୧୧/୦୫ (ଖଣ୍ଡାଧାର ନିଉଜ ବ୍ୟୁରୋ) ବର୍ତ୍ତମାନ ସମୟରେ କେନ୍ଦୁଝର ସହରର ଘରୟୀ ଗ୍ୟାସ୍ ଉପଭୋକ୍ତା ମାନଙ୍କୁ ସ୍ବାଭାବିକ ଭାବରେ ଏଲପିଜି ଗ୍ୟାସ୍ ଯୋଗାଇଦେବାରେ କେନ୍ଦୁଝର ଜିଲ୍ଲା ପ୍ରଶାସନ ତରଫରୁ ସମୁଚିତ ପଦକ୍ଷେପ ଗ୍ରହଣ କରିବାକୁ ଅସମର୍ଥ ହୋଇଥିବା ଜାଣିବା ପାଇଁ ମିଳୁଅଛି। ଜିଲ୍ଲା ପ୍ରଶାସନ ର ଯୋଗାଣ ବିଭାଗ ଏକପ୍ରକାର ନୀରବଦ୍ରଷ୍ଟା ପାଲଟିଛି! ଖୁଲମଖୁଲା କଳାବଜାରୀ କାରବାର ବନ୍ଦ କରିବାକୁ ପ୍ରଶାସନ ଅସମର୍ଥ ହୋଇଥିବା ଜାଣିବା ପାଇଁ ମିଳୁଅଛି। ବିଶେଷକରି ଏପରି ଗ୍ୟାସ୍ କଳାବଜାରୀ କାରବାର କାରଣରୁ ଘରୟୀ ଗ୍ୟାସ୍ ଉପଭୋକ୍ତା ମାନଙ୍କୁ ନାହିଁନଥିବା ସମସ୍ୟାର ସମ୍ମୁଖ ହେଉଥିବା ବେଳେ ପ୍ରଶାସନ ନୀରବଦ୍ରଷ୍ଟା ପାଲଟିଛି। ଆନ୍ତର୍ଜାତୀୟ ବଜାରରେ ଯୁଦ୍ଧ କାରଣରୁ ଗ୍ୟାସ୍ ଯୋଗାଣରେ ବ୍ୟାଘାତ ଉତ୍ପନ୍ନ ହୋଇଥିଲା। କିନ୍ତୁ ଏହା ସତ୍ତ୍ବେ ଭାରତ ସରକାର ରାଷ୍ଟ୍ରର ନାଗରିକ ମାନଙ୍କୁ ସ୍ବାଭାବିକ ଭାବରେ ଏଲପିଜି ଗ୍ୟାସ୍ ଯୋଗାଇଦେବାକୁ ନୂତନ ନିୟମାବଳୀ କାର୍ଯ୍ୟକାରୀ କରି ବିଭିନ୍ନ ରାଜ୍ଯକୁ ଉଭୟ କମରସିଆଲ୍ ଏବଂ ଘରୟୀ ଗ୍ୟାସ୍ ଯୋଗାଣରେ ବ୍ୟାଘାତ ଉତ୍ପନ୍ନ ନହେବା ପାଇଁ ନିର୍ଦ୍ଦେଶ ପ୍ରଦାନ କରିଥିଲେ। ବର୍ତ୍ତମାନ ଆମେରିକା, ଇଜ୍ରାଏଲ ଓ ଇରାନ ମଧ୍ଯରେ ଏକପ୍ରକାର ଯୁଦ୍ଧ ବିରାମ ଲାଗିଥିବା ସତ୍ତ୍ବେ ଭାରତରେ ପର୍ଯ୍ୟାପ୍ତ ପରିମାଣର ଏଲପିଜି ଗ୍ୟାସ୍ ଗଚ୍ଛିତ ରହିଥିବା ଜାଣିବା ପାଇଁ ମିଳୁଅଛି। କେନ୍ଦ୍ର ସରକାର ବିଭିନ୍ନ ରାଜ୍ଯ ଗୁଡିକୁ ଆବଶ୍ଯକ ପରିମାଣର ଏଲପିଜି ଗ୍ୟାସ୍ ଯୋଗାଣ କରୁଥିବା ଜାଣିବା ପାଇଁ ମିଳୁଅଛି। ସେହିପରି ଓଡ଼ିଶା ରାଜ୍ଯ ସରକାରଙ୍କ ଯୋଗାଣ ବିଭାଗ ତରଫରୁ ବିଭିନ୍ନ ଜିଲ୍ଲା ଗୁଡିକୁ ଆବଶ୍ଯକତା ଅନୁସାରେ ଗ୍ୟାସ୍ ଯୋଗାଣ କରୁଥିବା ଜାଣିବା ପାଇଁ ମିଳୁଅଛି। କିନ୍ତୁ କେନ୍ଦୁଝର ଜିଲ୍ଲା ପ୍ରଶାସନ ର ଯୋଗାଣ ବିଭାଗର ଅବହେଳା କାରଣରୁ କେନ୍ଦୁଝର ସହରର ଘରୟୀ ଗ୍ୟାସ୍ ଉପଭୋକ୍ତା ମାନଙ୍କୁ ସ୍ବାଭାବିକ ଭାବରେ ଏଲପିଜି ଗ୍ୟାସ୍ ଯୋଗାଣରେ ଅବହେଳିତ କରାଯାଉଥିବା ଜାଣିବା ପାଇଁ ମିଳୁଅଛି। ଘରୟୀ ଗ୍ୟାସ୍ ଉପଭୋକ୍ତା ମାନଙ୍କର ବୁକିଙ୍ଗ କରାଯାଇଥିବା ଗ୍ୟାସ୍ ସ୍ବାଭାବିକ ଭାବରେ ଉପଭୋକ୍ତା ମାନଙ୍କୁ ଯୋଗାଣ କରାଯାଉନାହିଁ। ଯାହାଫଳରେ ଉପଭୋକ୍ତା ମାନଙ୍କୁ ନାହିଁନଥିବା ସମସ୍ୟାର ସମ୍ମୁଖ ହେବା ସହିତ ହୀନସ୍ତା ହେଉଥିବା ଦେଖିବାକୁ ମିଳୁଅଛି। ଉପଭୋକ୍ତା ମାନଙ୍କର ବୁକିଙ୍ଗ କରାଯାଇଥିବା ଗ୍ୟାସ୍ ଟାଙ୍କି ଗୁଡିକୁ ବାଟମାରଣା ନୀତି ଅବଲମ୍ବନ କରି ଚଢାଦରରେ କଳାବଜାରୀ କାରବାର କରାଯାଉଥିବା ଜାଣିବା ପାଇଁ ମିଳୁଅଛି। ଏହି କଳାବଜାରୀ କାରବାରରେ ଜିଲ୍ଲା ପ୍ରଶାସନର ଯୋଗାଣ ବିଭାଗ ଏବଂ ଗ୍ୟାସ୍ ଯୋଗାଣକାରୀ ବିଭିନ୍ନ ଏଜେନ୍ସି ଗୁଡିକ ମଧ୍ଯରେ ଭିତିରିଆ ସଲାସୁତୁରା ହୋଇ ମୁନାଫା କମାଉ ଥିବା ସୂତ୍ରରୁ ଜାଣିବା ପାଇଁ ମିଳୁଅଛି। କେନ୍ଦୁଝର ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ତରଫରୁ ତ୍ବରିତ ପଦକ୍ଷେପ ଗ୍ରହଣ କରି କଳାବଜାରୀ କାରବାର କରୁଥିବା ସରକାରୀ ଅଧିକାରୀ ଏବଂ ଗ୍ୟାସ୍ ଯୋଗାଣ ଏଜେନ୍ସି ଗୁଡିକ ବିରୁଦ୍ଧରେ ଦ୍ରୁଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଜୀବୀଙ୍କ ମହଲରେ ଦାବୀ କରିଛନ୍ତି।