Meeting on a project at Ranj river
ରାଞ୍ଜ ନଦୀ ଉପରେ ପ୍ରକଳ୍ପ ଉପରେ ବୈଠକ
ବରଗଡ ଜ଼ିଲ୍ଲା ବରପାଲି ବ୍ଲକ କଟାପାଲି ଗ୍ରାମ ପଂଚାୟତ ଅନ୍ତର୍ଗତ ସରଣ୍ଡାପାଲି କଲ୍ୟାଣମଣ୍ଡପ ଠାରେ ଶଙ୍କର୍ଷଣ ସାହୁ ଙ୍କ ସଭାପତିତ୍ୱ ରେ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକ ରେ ପ୍ରଥମେ ବିଶେଷକରି ରାଞ୍ଜ ନଦୀବନ୍ଧ ଉନ୍ନୟନ କମିଟି ଗଠନ କରାଯାଇଥିଲା l ଦୀର୍ଘ ଦିନ ପୂର୍ବରୁ ଏକ ନଦୀବନ୍ଧ ରାଞ୍ଜ ନଦୀ ଉପରେ ତିଆରି ପାଇଁ ସ୍ଥାନୀୟ ଅଞ୍ଚଳ ରେ ଦାବି ରହିଅଛି l ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଅଞ୍ଚଳ ର ଚାଷୀ ମାନଙ୍କୁ ନେଇ ଏକ ବୈଠକ କରି ବିଭିନ୍ନ ଆଲୋଚନା କରାଯାଇଅଛି l ଆଗାମୀ 14 ତାରିଖ ଦିନ ପୁଣି ବିସ୍ତୃତ ଆଲୋଚନା କରିବା ପାଇଁ ସ୍ଥିରୀକୃତ କରାଯାଇଛି l ଏହି କାର୍ଯ୍ୟକ୍ରମ ରେ ପୂର୍ବତନ ସରପଞ୍ଚ ସଂଜୀବ ଦାସ ଏବଂ ବିଭିନ୍ନ ପଂଚାୟତ ରୁ ଆସିଥିବା ଗଙ୍ଗାଧର ଦାସ, ସରପଞ୍ଚ କଟାପାଲି ଗ୍ରାମପଞ୍ଚାୟତ, ରବୀନ୍ଦ୍ର ଭୋଇ ସରପଞ୍ଚ ମହୁଲପାଲି ଗ୍ରାମପଞ୍ଚାୟତ, ରମେଶ ମେହେର ବନ୍ଧପାଲି ଗ୍ରାମପଞ୍ଚାୟତ, ଜୟସିଂ ନାଏକ ସରପଞ୍ଚ ସମଲେଇପଦର ଗ୍ରାମପଞ୍ଚାୟତ, ସୁରେନ୍ଦ୍ର ସାହୁ ସରପଞ୍ଚ ପ୍ରତିନିଧି ବୁଡ଼ାପାଲି ଗ୍ରାମପଞ୍ଚାୟତ ଓ ଗୋବିନ୍ଦ ସାହୁ ବାଗବାଡ଼ି ଜୋନ ଜିଲ୍ଲାପରିଷଦ ଯୋଗଦାନ କରି ନିଜର ମତ ଦେଇଥିଲେ l ବିଜେପୁର ଜିଲ୍ଲାପରିଷଦ ସୁଶାନ୍ତ ଗଡ଼ତିଆ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଥିବା ସହିତ ଆଗାମୀ ଦିନରେ କିଭଲି କାର୍ଯ୍ୟକ୍ରମ କୁ ତ୍ୱରାନ୍ୱିତ କରାଯିବ ସେହି ଉପରେ ନିଜର ମତବ୍ୟକ୍ତ କରିଥିଲେ l ପରିଶେଷରେ ହେମସାଗର ପଧାନ ଧନ୍ୟବାଦ ଅର୍ପଣ କରିଥିଲେ l