logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଶ୍ବେତସୁବର୍ଣ୍ଣ କ୍ଷେତ୍ରରେ ଚନ୍ଦନ ଯାତ୍ରା ଉଦଯାପିତ

ଦାମନଯୋଡ଼ି,୧୦/୦୫: ଶ୍ବେତସୁବର୍ଣ୍ଣ କ୍ଷେତ୍ର,ନାଲକୋ ଟାଉନସିପ ସେକ୍ଟର ୧ ଶ୍ରୀଜଗନ୍ନାଥ ମନ୍ଦିରରେ ପବିତ୍ର ଅକ୍ଷୟ ତୃତୀୟା ଠାରୁ ଚାଲିଥିବା ବାହାର ଚନ୍ଦନ ରବିବାର ପବିତ୍ର ଉତ୍କଳ ଭଉଁରୀ ଅବସରରେ ଉଦଯାପିତ ହୋଇଯାଇଛି।ସନ୍ଧ୍ୟାରେ ମନ୍ଦିର ପରିସରରେ ଥିବା ନରେନ୍ଦ୍ର ପୁଷ୍କରିଣୀରେ ଶ୍ରୀଜୀଉଙ୍କ ଚାପଖେଳ ଅନୁଷ୍ଠିତ ହୋଇଥିଲା।ଘଣ୍ଟଘଣ୍ଟା, ଆଲଟ,ଚାମର,ସଂକୀର୍ତ୍ତନ,ହରିବୋଲ ହୁଳହୁଳି ମଧ୍ୟରେ ଶ୍ରୀ ରାଧାକୃଷ୍ଣଙ୍କୁ ମୁଖ୍ୟ ମନ୍ଦିରରୁ ପୁଷ୍କରିଣୀକୁ ଅଣାଯାଇ ଥିଲା।ସେଠାରେ ପୂଜାର୍ଚ୍ଚନା ସହିତ ଏକ ସୁସଜ୍ଜିତ ଡଙ୍ଗାରେ ଶ୍ରୀ ଜୀଉଙ୍କୁ ପୁଷ୍କରିଣୀ ପରିକ୍ରମା କରାଯାଇଥିଲା।ପୂଜକ ଅଜୟ କୁମାର ପଣ୍ଡା,ଅମୀୟ କୁମାର ସାମନ୍ତରାୟ ଓ ବିପିନ ବିହାରୀ ପଣ୍ଡା ପୂଜାକର୍ମ କରିଥିଲେ।ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା ସମିତି ସମ୍ପାଦକ କୈଳାସ ସେନାପତି ମୁଖ୍ୟ ପୁରୋଧା ରୂପେ ମହାପ୍ରଭୂଙ୍କୁ ଚାପ ଖେଳଇଥିଲେ।ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା ସମିତି ସଭାପତି ତଥା ନାଲକୋ ମୁଖ୍ୟ ମହାପ୍ରବନ୍ଧକ ସଞ୍ଜୟ କୁମାର ପଟ୍ଟନାୟକ,ଯୁଗ୍ମସମ୍ପାଦକ ଅବିନାଶ ଜେନା ଓ ତ୍ରିଲୋଚନ ଚୌଧୁରୀ,କୋଷାଧ୍ୟକ୍ଷ ପ୍ରଶାନ୍ତ କୁମାର ମହାରଣାଙ୍କ ସହିତ ରଞ୍ଜନ ବେହେରା,ଶିଶିର ପରିଡ଼ା,ସଦାଶିବ ବେହେରା,ପ୍ରକାଶ ଚନ୍ଦ୍ର ସାହୁ,ନକୁଳ ଚରଣ ପତି,ସଞ୍ଜୟ ସାହୁ,ବିମଳ ନାୟକ,ଖଦାଳ ନାୟକ,ଡ଼ ଅଶୋକ କୁମାର ମହାନ୍ତି,ନିରଞ୍ଜନ ପଣ୍ଡା,ସୁଶାନ୍ତ କୁମାର ଦାଶ,ସନ୍ତୋଷ କୁମାର ପଣ୍ଡା,ଚନ୍ଦ୍ରକାନ୍ତ କର,ମୂରଲୀଧର ଦାସ,ମଧୁସୂଦନ ପଣ୍ଡା,ଲମ୍ବୋଦର ସ୍ବାଇଁ,ସୁଶାନ୍ତ କୁମାର ବେହେରା,ସନ୍ତୋଷ କୁମାର ଦାଶ,ଈଶ୍ୱର ମାଳି ଓ ବିଜୟ କୁମାର ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ। ଉପର ଓ ତଳ ଗୌଡ଼ଗୁଡ଼ା ଏବଂ ଜାନିଗୁଡ଼ାରୁ ଆସିଥିବା ଭଜନ ମଣ୍ଡଳୀ ନାମ ସଂକୀର୍ତ୍ତନ କରିଥିଲେ।ଉଲ୍ଲେଖଯୋଗ୍ୟ ଗତକାଲି ଚକଡେରା ନୀତି ହୋଇଥିଲା।

45
1818 views

Comment