logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଓଡ଼ିଶା ରକ୍ତଦାତା ମହାସଂଘ ତରଫରୁ ବିଶ୍ବ ଥାଲାସେମିଆ ଦିବସ ପାଳନ ଅବସରରେ ରକ୍ତଦାନ ଶିବିର ଆୟୋଜିତ, ଭୁବନେଶ୍ୱର, ଓଡ଼ିଶା

ଓଡ଼ିଶା ରକ୍ତଦାତା ମହାସଂଘ ତରଫରୁ ବିଶ୍ଵ ଥାଲାସେମିଆ ଦିବସ ପାଳନ ଅବସରରେ ରକ୍ତଦାନ ଶିବିର ଆୟୋଜିତ

ଭୁବନେଶ୍ବର:- ୦୯.୦୪.୨୦୨୬- ଓଡ଼ିଶା ରକ୍ତଦାତା ମହାସଂଘ ତରଫରୁ ବିଶ୍ଵ ଥାଲାସେମିଆ ଦିବସ ଓ ବିଶ୍ୱ ରେଡ୍ କ୍ରସ ଦିଵସ ପାଳନ ଅବସରରେ ସତସଙ୍ଗ ଗ୍ରୁପ
ଆନୁକୁଲ୍ୟରେ ସମ୍ ହସ୍ପିଟାଲ ଏକ ଇନ୍ ହାଉସ (ନାନୋ) ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ରକ୍ତଦାନ ଶିବିରକୁ ସମ୍ ଟ୍ରଂlନସ୍ଫୁଜନ ମେଡିସିନ ବିଭାଗର ମୁଖ୍ୟ ଡଃ ଗିରିଜା ନନ୍ଦିନୀ କାନୁନଗୋ ଓଡ଼ିଶା ରକ୍ତଦାତା ମହାସଂଘର କାର୍ଯ୍ୟକାରି ସଭାପତି ଡ଼ଃ ନରେଶ ଚନ୍ଦ୍ର ସାହୁ ଉପସ୍ଥିତିରେ ଉଦଘାଟନ କରିଥିଲେ ଶିବିରରେ। ଡ଼ାଃ ରଚିତାଙ୍କ ତତ୍ବାବଧାନରେ ହକ୍ ବାବୁଙ୍କ ସର୍ବ ମୋଟ ୦୮ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା। ଓଡ଼ିଶା ରକ୍ତଦାତା ମହାସଂଘର ସାଧାରଣ ସମ୍ପାଦକ ଅକ୍ଷୟ କୁମାର ରାଉତ,ମୀନକେତନ ସାହୁ ଓ ରାଜେଶ କୁମାର ପଣ୍ତା ପ୍ରମୁଖ ଶିବିର ଆୟୋଜନରେ ସହଯୋଗ ଓ ପରିଚାଳନା କରିଥିଲେ। ଡଃ ସାହୁଙ୍କ ପ୍ରେରଣା ପ୍ରଥମଥର ପାଇଁ ରକ୍ତଦାନ କରୁଥିବା ଯୁବ ସ୍ୱେଚ୍ଛାସବୀମାନଙ୍କ ପାଇଁ ଏକ ଉତ୍ସାହ ଶିକ୍ଷଣୀୟ ଓ ପ୍ରେରଣାଦାୟୀ ଥିଲା। ସୂଚନାଯୋଗ୍ୟ କି ଖରା ଦିନରେ ଥାଲାସେମିଆ ରୋଗୀ ମାନଙ୍କ ପାଇଁ ରକ୍ତ ସଂକଟ ସମୟରେ ଅଭିଭାବକ ମାନେ ରକ୍ତ ଯୋଗାଡ କରିବା ଏକ ପ୍ରକାର ଅସମ୍ଭବ ହେଉଥିବାବେଳେ ଗ୍ରୀଷ୍ମ ପ୍ରବାହ ସମୟରେ ଏଫ୍ ବି ଡି ଓ ଓ ର ଏହି ମହନୀୟ କାର୍ଯ୍ୟର ଡଃ କାନୁନଗୋ ଭୂରୀୟସି ପ୍ରଶଂଶା କହିଥିଲେ ଓ ପ୍ରତେକ ରକ୍ତଦାତାଙ୍କୁ ଉତ୍ସାହିତ କରିବା ସହ ପ୍ରମାଣ ପତ୍ର ପ୍ରଦାନ କରିଥିଲେ।

2
1054 views

Comment