logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ସେମିଳିଗୁଡା ମହାବିଦ୍ୟାଳୟରେ ଅପରେସନ ସିନ୍ଦୂର ର ପ୍ରଥମ ସ୍ମୃତି ବାର୍ଷିକ ପାଳନ, ସେମିଳିଗୁଡା,କୋରାପୁଟ।

ସେମିଳିଗୁଡା ମହାବିଦ୍ୟାଳୟର ଏନ୍‌ସିସି ୟୁନିଟ୍‌ ଦ୍ୱାରା “ଅପରେସନ୍ ସିନ୍ଦୂର”ର ପ୍ରଥମ ସ୍ମୃତି ବାର୍ଷିକୀ ପାଳିତ।

ସେମିଳିଗୁଡା କଲେଜ ପ୍ରାଙ୍ଗଣରେ ଏନ୍‌ସିସି ୟୁନିଟ୍‌ ପକ୍ଷରୁ “ଅପରେସନ୍ ସିନ୍ଦୂର”ର ସଫଳତାକୁ ସ୍ମରଣ କରି ଏହାର ପ୍ରଥମ ସ୍ମୃତି ବାର୍ଷିକୀ ୦୭.୦୫.୨୦୨୬ ରୁ ୧୦.୦୫.୨୦୨୬ ପର୍ଯ୍ୟନ୍ତ ଦେଶାତ୍ମବୋଧକ ପରିବେଶରେ ପାଳନ କରାଯାଇଛି। କାର୍ଯ୍ୟକ୍ରମର ଆରମ୍ଭରେ କଲେଜର ଅଧ୍ୟକ୍ଷା ଡ଼ ଝାନ୍ ସି ସିଂହ ଜାତୀୟ ପତାକା ଉତ୍ତୋଳନ କରିଥିଲେ ଏବଂ ପରେ ସମସ୍ତେ ମିଳିତ ଭାବେ ଜାତୀୟ ସଙ୍ଗୀତ ଗାନ କରିଥିଲେ।

ସୁନାବେଡା ପୌରପାଳିକାର ଅଧ୍ୟକ୍ଷ ଡ଼ଃ ରାଜେନ୍ଦ୍ର ପାତ୍ର ଏନ୍‌ସିସି କ୍ୟାଡେଟମାନଙ୍କ ସହ ଏକ ଆଲୋଚନାଚକ୍ରରେ ଯୋଗଦେଇ ଦେଶପ୍ରେମ, ଶୃଙ୍ଖଳା ଓ ସାମାଜିକ ଦାୟିତ୍ୱ ବିଷୟରେ ଉଦବୋଧନ ଦେଇଥିଲେ। ୦୭.୦୫.୨୦୨୬ ତାରିଖରେ ଏନ୍‌ସିସି କ୍ୟାଡେଟମାନଙ୍କ ପାଇଁ ଓଡ଼ିଆ ଓ ଇଂରାଜୀ ରଚନା, ବକ୍ତୃତା ପ୍ରତିଯୋଗିତା ସହ ପୋଷ୍ଟର ମେକିଂ ପ୍ରତିଯୋଗିତା ଆୟୋଜିତ ହୋଇଥିଲା।

ରଚନା ପ୍ରତିଯୋଗିତାରେ ମନୀଷା ମାଝୀ ପ୍ରଥମ ସ୍ଥାନ ଓ ଚିନ୍ମୟୀ ଦୋରା ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ। ମନୀଷା ବହାଦୁର ଖେତ୍ରୀ ପୋଷ୍ଟର ମେକିଂରେ ପ୍ରଥମ ସ୍ଥାନ ଏବଂ ରଚନାରେ ତୃତୀୟ ସ୍ଥାନ ହାସଲ କରିଥିଲେ। ମାମୁନି କଁୱର ପୋଷ୍ଟର ମେକିଂରେ ଦ୍ୱିତୀୟ ସ୍ଥାନ ଓ ରଚନାରେ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଏହାସହିତ ଏସ୍‌. ତୁଷାର ଏବଂ ବିନୟ କୁମାରଙ୍କୁ ଯୁଗ୍ମ ଭାବେ ତୃତୀୟ ପୁରସ୍କାର ପ୍ରଦାନ କରାଯାଇଥିଲା।

ନିଜ ଉଦ୍‌ବୋଧନରେ ଡ଼ ଝାନ୍ ସି ସିଂହ ଗତବର୍ଷ ଜମ୍ମୁ ଓ କାଶ୍ମୀରର ପହଲଗାମରେ ଘଟିଥିବା ଘଟଣାକୁ ସ୍ମରଣ କରି ଶହୀଦମାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସେ ଛାତ୍ରଛାତ୍ରୀମାନଙ୍କୁ ଦେଶସେବା ଓ ଜାତୀୟ ଏକତାର ମୂଲ୍ୟବୋଧ ଅନୁସରଣ କରିବାକୁ ଆହ୍ୱାନ ଦେଇଥିଲେ।

କାର୍ଯ୍ୟକ୍ରମରେ ସମସ୍ତ ଏନ୍‌ସିସି କ୍ୟାଡେଟମାନେ ଉତ୍ସାହର ସହିତ ସକ୍ରିୟ ଭାଗ ନେଇଥିଲେ। ଅଧ୍ୟାପିକା ଅଧ୍ୟାପକ ଓ କର୍ମଚାରୀମାନଙ୍କ ମଧ୍ୟରେ ରୋନାଲି ନାୟକ, ଡ଼ ପ୍ରୀତିଶ ବେହେରା, ଶିବାଶିଷ ପଟ୍ଟନାୟକ, ହରପ୍ରସାଦ ପତି, ଭାଗୀରଥୀ ରାଉତ, ଶୁଭେନ୍ଦୁ ଶ୍ରୀଚନ୍ଦନ ମିଶ୍ର, ପିଙ୍କି ଗୋଏଲ, ଅମିଶା ପାଢ଼ୀ, କମଳିନୀ ବିଶୋଇ, ମନୀଷା ବେହେରା, ଅମିତା ହୋତା, ରୋହିଣୀ ସିରିକା, ବିଜୟ ଦାସ ପାଙ୍ଗୀ, ଅଜୟ ପଣ୍ଡା ଓ ଗଙ୍ଗା କୁଲଦୀପ ପ୍ରମୁଖ ସକ୍ରିୟ ସହଯୋଗ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

ଶେଷରେ ପୁରସ୍କାର ବିତରଣ କରାଯାଇ ସମସ୍ତ କ୍ୟାଡେଟ ଜାତୀୟ ସାଲ୍ୟୁଟ୍‌ ପ୍ରଦାନ କରିଥିଲେ ଏବଂ କାର୍ଯ୍ୟକ୍ରମର ସମାପନ ହୋଇଥିଲା।

71
2369 views

Comment