logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଶ୍ବେତ ସୁବର୍ଣ୍ଣ କ୍ଷେତ୍ରରେ ଉନବିଂଶ ସଂନ୍ଧ୍ଯାରେ ମଦନମୋହନଙ୍କ ଚାପ ଖେଳ ଅନୁଷ୍ଠିତ, ଦାମନଯୋଡି,କୋରାପୁଟ, ଓଡ଼ିଶା,

।ଶ୍ୱେତସୁବର୍ଣ୍ଣ କ୍ଷେତ୍ରରେ ଉନବିଂଶ ସଂନ୍ଧ୍ଯାରେ ମଦନମୋହନଙ୍କ ଚାପ ଖେଳ ଅନୁଷ୍ଠିତ
ଦାମନଯୋଡ଼ି,୦୮/୦୫:ଶ୍ରୀ ଜୀଉଁଙ୍କ ଚନ୍ଦନ ଯାତ୍ରାର ଆଜି ଶୁକ୍ରବାର ଥିଲା ଉନବିଂଶ ଦିବସ।ଶ୍ୱେତସୁବର୍ଣ୍ଣ କ୍ଷେତ୍ର ଦାମନଯୋଡ଼ି ଶ୍ରୀଜଗନ୍ନାଥ ମନ୍ଦିରରେ ଆଜି ସ୍ଵତନ୍ତ୍ର ପୂଜାନୀତି ଓ ଠାକୁରଙ୍କ ଚାପ ଖେଳ ନରେନ୍ଦ୍ର ପୁଷ୍କରିଣୀରେ ଅନୁଷ୍ଠିତ ହୋଇଥିଲା।ଚତୁର୍ଦ୍ଧାମୂର୍ତ୍ତିଙ୍କ ସନ୍ଧ୍ୟା ଆଳତି ପରେ ଘଣ୍ଟଘଣ୍ଟା,ଆଲଟ,ଚାମର,ସଂକୀର୍ତ୍ତନ,ହରିବୋଲ ହୁଳହୁଳି ମଧ୍ୟରେ ଶ୍ରୀ ରାଧାକୃଷ୍ଣଙ୍କୁ ମୁଖ୍ୟ ମନ୍ଦିରରୁ ନରେନ୍ଦ୍ର ପୁଷ୍କରିଣୀକୁ ଅଣାଯାଇ ଥିଲା।ସେଠାରେ ପୂଜାର୍ଚ୍ଚନା ସହିତ ଏକ ସୁସଜ୍ଜିତ ଡଙ୍ଗାରେ ଶ୍ରୀଜୀଉଙ୍କୁ ପୁଷ୍କରିଣୀ ପରିକ୍ରମା କରାଯାଇଥିଲା।ପୂଜକ ଅଜୟ କୁମାର ପଣ୍ଡା,ବିପିନ ବିହାରୀ ପଣ୍ଡା ଓ ଅମୀୟ କୁମାର ସାମନ୍ତରାୟ ପୂଜାକର୍ମ କରିଥିଲେ।। ସହିତ ମୁଖ୍ୟପୁରୋଧା ରୂପେ ଯୁଗ୍ମ ସମ୍ପାଦକ ଅବିନାଶ ଜେନା ଧର୍ମପତ୍ନୀ ମୋନାଲିସା କାନୁନଗୋ ମୁଖ୍ୟପୁରୋଧା ରୂପେ ଯୋଗଦେଇ ଶ୍ରୀଜୀଉଁ ଙ୍କୁ ଚାପ ଖେଳାଇ ଥିଲେ।ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ସଭାପତି ତଥା ନାଲକୋ ମୁଖ୍ୟ ମହାପ୍ରବନ୍ଧକ ସଞ୍ଜୟ କୁମାର ପଟ୍ଟନାୟକ, ସମ୍ପାଦକ କୈଳାସ ସେନାପତି,କୋଷାଧ୍ୟକ୍ଷ ପି କେ ମହାରଣା,ଯୁଗ୍ମ ସମ୍ପାଦକ ତ୍ରିଲୋଚନ ଚୌଧୁରୀଙ୍କ ସହିତ ସଦସ୍ୟ ଶିଶିର ପରିଡ଼ା,ବିମଳ କୁମାର ନାୟକ,ରଞ୍ଜନ କୁମାର ବେହେରା,ଶୁଭ୍ରକାନ୍ତ ସାହୁ,ହରେନ୍ଦ୍ର ନାଥ ଗିରି,ସନ୍ତୋଷ କୁମାର ପଣ୍ଡା,ପ୍ରକାଶ ସାହୁ,ଚନ୍ଦ୍ରକାନ୍ତ କର,ଡଃ ଅଶୋକ କୁମାର ମହାନ୍ତି,କିରଣ କୁମାର ମହାନ୍ତି,ଡଃ ରମେଶ ଚନ୍ଦ୍ର ଦାଶ, ମୂରଲୀଧର ଦାସ ,ବିଜୟ କୁମାର ଆଚାର୍ଯ୍ଯ, ସୁଶାନ୍ତ କୁମାର ଦାଶ,ସନ୍ତୋଷ କୁମାର ଦାଶ,ଖଦାଳ ନାୟକ,ଉମାକାନ୍ତ ସେନଗୁପ୍ତା,ଯତୀନ କୁମାର ପ୍ରଧାନ,ବିକ୍ରମ ଜେନା,ସୁଶାନ୍ତ କୁମାର ବେହେରା,ଈଶ୍ୱର ମାଳି ଓ ସତ୍ୟ ପାତ୍ରଙ୍କ ସହିତ ଅନ୍ୟ ସ୍ବେଚ୍ଛାସେବୀ ଓ ଶ୍ରଦ୍ଧାଳୁବିଭିନ୍ନ ଦିବସରେ ଉପସ୍ଥିତ ରହି ସେବା ଯୋଗାଇଥିଲେ।ଡେଙ୍ଗାଜାନିଗୁଡାର ସଂକୀର୍ତ୍ତନ ମଣ୍ଡଳୀଙ୍କ ସହିତ ଶ୍ରୀଜଗନ୍ନାଥ ମନ୍ଦିରର ସଂକୀର୍ତ୍ତନ ଦଳ ସେବା ଯୋଗାଇଥିଲେ।

25
1654 views

Comment