logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଶ୍ୱେତସୁବର୍ଣ୍ଣ କ୍ଷେତ୍ରରେ ବିଂଶତମ ଦିବସରେ ଚାପ ଖେଳିଲେ ମହାପ୍ରଭୁ;ଦାମନଯୋଡ଼ି,କୋରାପୁଟ

ଦାମନଯୋଡ଼ି,୦୯/୦୫:ଶ୍ରୀ ଜୀଉଁଙ୍କ ଚନ୍ଦନ ଯାତ୍ରାରେ ଶନିବାର ଥିଲା ବିଂଶତମ ଦିବସ।ଶ୍ୱେତସୁବର୍ଣ୍ଣ କ୍ଷେତ୍ର ଦାମନଯୋଡ଼ି ଶ୍ରୀଜଗନ୍ନାଥ ମନ୍ଦିରରେ ସ୍ଵତନ୍ତ୍ର ପୂଜାନୀତି ଓ ଠାକୁରଙ୍କ ଚାପ ଖେଳ ନରେନ୍ଦ୍ର ପୁଷ୍କରିଣୀରେ ଅନୁଷ୍ଠିତ ହୋଇଥିଲା।ଚତୁର୍ଦ୍ଧାମୂର୍ତ୍ତିଙ୍କ ସନ୍ଧ୍ୟା ଆଳତି ପରେ ଘଣ୍ଟଘଣ୍ଟା,ଆଲଟ,ଚାମର,ସଂକୀର୍ତ୍ତନ,ହରିବୋଲ ହୁଳହୁଳି ମଧ୍ୟରେ ଶ୍ରୀ ରାଧାକୃଷ୍ଣଙ୍କୁ ମୁଖ୍ୟ ମନ୍ଦିରରୁ ନରେନ୍ଦ୍ର ପୁଷ୍କରିଣୀକୁ ଅଣାଯାଇ ଥିଲା।ସେଠାରେ ପୂଜାର୍ଚ୍ଚନା ସହିତ ଏକ ସୁସଜ୍ଜିତ ଡଙ୍ଗାରେ ଶ୍ରୀଜୀଉଙ୍କୁ ପୁଷ୍କରିଣୀ ପରିକ୍ରମା କରାଯାଇଥିଲା।ପୂଜକ ଅଜୟ କୁମାର ପଣ୍ଡା,ବିପିନ ବିହାରୀ ପଣ୍ଡା ଓ ଅମୀୟ କୁମାର ସାମନ୍ତରାୟ ପୂଜାକର୍ମ କରିଥିଲେ। ବିଂଶତମ ଦିବସରେ ଶ୍ରୀଜଗନ୍ନାଥ ମନ୍ଦିର କମିଟିର ଯୁଗ୍ମ ସଂପାଦକ ତ୍ରିଲୋଚନ ଚୌଧୁରୀ ଧର୍ମପତ୍ନୀ ମଞ୍ଜୁଲତା ଚୌଧୁରୀଙ୍କ ସହିତ ମୁଖ୍ୟପୁରୋଧା ରୂପେ ଯୋଗଦେଇ ଶ୍ରୀଜୀଉଁ ଙ୍କୁ ଚାପ ଖେଳାଇ ଥିଲେ।ସେହିପରି ଉନବିଂଶ ଦିବସରେ ନାଲକୋ ସହକାରୀ ମହାପ୍ରବନ୍ଧକ(ମାଇନିଂ) ଅବିନାଶ ଜେନା ଧର୍ମପତ୍ନୀ ମୋନାଲିସା ଜେନାଙ୍କ ସହିତ ମୁଖ୍ୟପୁରୋଧା ରୂପେ ଶ୍ରୀଜୀଉଁ ଙ୍କୁ ଚାପ ଖେଳାଇ ଥିଲେ।
ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ସଭାପତି ତଥା ନାଲକୋ ମୁଖ୍ୟ ମହାପ୍ରବନ୍ଧକ ସଞ୍ଜୟ କୁମାର ପଟ୍ଟନାୟକ, ସମ୍ପାଦକ କୈଳାସ ସେନାପତି,କୋଷାଧ୍ୟକ୍ଷ ପି କେ ମହାରଣାଙ୍କ ସହିତ ସଦସ୍ୟ ଶିଶିର ପରିଡ଼ା,ପ୍ରକାଶ ସାହୁ,ଚନ୍ଦ୍ରକାନ୍ତ କର,ନିରଞ୍ଜନ ପଣ୍ଡା,ମୂରଲୀଧର ଦାସ,ବିମଳ ନାୟକ, ସଦାଶିବ ବେହେରା,ହରେନ୍ଦ୍ର ନାଥ ଗିରି,ସୁଶାନ୍ତ କୁମାର ଦାଶ,ନକୁଳ ଚରଣ ପତି,ଡ଼ ନିରୋଦ କୁମାର ପ୍ରଧାନ,ଡ଼ ଅଶୋକ କୁମାର ମହାନ୍ତି,ଭଞ୍ଜନ ମହାପାତ୍ର, ମଧୁସୂଦନ ପଣ୍ଡା,ସାରଦା ପ୍ରସାଦ ପାଇକରାୟ,ବଂଶୀଧର ବାରିକ,ସନ୍ତୋଷ କୁମାର ଦାଶ,ଖଦାଳ ନାୟକ, ସୁଶାନ୍ତ କୁମାର ବେହେରା,ବିକ୍ରମ ଜେନା,ସୁନୀଲ କୁମାର ଚୌଧୁରୀ, ସଞ୍ଜୟ କୁମାର ବିଶ୍ଵାଳ,ଈଶ୍ୱର ମାଳିଙ୍କ ସହିତ ଅନ୍ୟ ସ୍ବେଚ୍ଛାସେବୀ ଓ ଶ୍ରଦ୍ଧାଳୁ ବିଭିନ୍ନ ଦିବସରେ ଉପସ୍ଥିତ ରହି ସେବା ଯୋଗାଇଥିଲେ।ତଳ ଗୌଡ଼ଗୁଡ଼ା ଓ ଉପର ଗୌଡ଼ଗୁଡ଼ାର ସଂକୀର୍ତ୍ତନ ମଣ୍ଡଳୀଙ୍କ ସହିତ ଶ୍ରୀଜଗନ୍ନାଥ ମନ୍ଦିରର ସଂକୀର୍ତ୍ତନ ଦଳ ସେବା ଯୋଗାଇଥିଲେ।

72
2654 views

Comment