logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

କାଶିପାଳରେ ଅଧାପନ୍ତରିଆ ସରକାରୀ ନିର୍ମାଣ କାର୍ଯ୍ୟରେ ସୂଚନା ଫଳକ ନଥିବାରୁ ଅସନ୍ତୋଷ

ଚମ୍ପୁଆ ବ୍ଲକ: କାଶିପାଳ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପଛରେ ଥିବା ଶନିବାର ହାଟ ପଡ଼ିଆରେ ଅଧାପନ୍ତରିଆ ଏକ ସରକାରୀ ଗୃହ ନିର୍ମାଣ କାର୍ଯ୍ୟ ଦୀର୍ଘ ସମୟ ଧରି ଅଟକି ରହିଛି। ନିର୍ମାଣ କାର୍ଯ୍ୟ ଅସମ୍ପୂର୍ଣ୍ଣ ଥିବା ସତ୍ତ୍ୱେ, ସେଥିରେ କୌଣସି ପ୍ରକଳ୍ପର ନାମ, ଅଟକଳ ମୂଲ୍ୟ କିମ୍ବା କାର୍ଯ୍ୟାଦେଶ ବିଷୟରେ ସୂଚନା ଫଳକ ନଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ବିପରୀତ ପ୍ରତିକ୍ରିୟା ଓ ଅସନ୍ତୋଷ ଜନ୍ମ ନେଇଛି।

ଚମ୍ପୁଆ ବ୍ଲକ ପ୍ରଶାସନ କୌଣସି ସ୍ପଷ୍ଟତା ଦେବାରେ ବିଫଳ ହେବା ଏବଂ ଗୋଷ୍ଠି ଉନ୍ନୟନ ଅଧିକାରୀ ସହିତ ସ୍ଥାନୀୟ ଯନ୍ତ୍ରୀମାନେ ମଧ୍ୟ ଏହି ଅର୍ଦ୍ଧନିର୍ମିତ ନିର୍ମାଣ କାର୍ଯ୍ୟକୁ ନିୟନ୍ତ୍ରଣ କରିବାରେ ଅସମର୍ଥ ଥିବାରୁ ସନ୍ଦେହ ଓ ଅନିର୍ଦ୍ଦେଶିତ ଅବସ୍ଥା ରହିଛି। ଅଞ୍ଚଳବାସୀଙ୍କ ଦାବି ଅନୁଯାୟୀ, ଏହି ନିର୍ମାଣ କାର୍ଯ୍ୟର ସ୍ଥିତି ସ୍ପଷ୍ଟ କରାଯିବା ଏବଂ ସରକାରୀ ଅର୍ଥ ସଂପ୍ରେଷଣରେ ଦୁର୍ବିନିଯୋଗ ରୋକାଯିବା ଆବଶ୍ୟକ।

41
1521 views

Comment