logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଦାମନଯୋଡ଼ିରେ ଅଷ୍ଟାଦଶ ଦିବସରେ ଚାପ ଖେଳ ଆୟୋଜିତ

ଦାମନଯୋଡ଼ି,୦୭/୦୫:ଶ୍ରୀ ଜୀଉଁଙ୍କ ଚନ୍ଦନ ଯାତ୍ରାର ଗୁରୁବାର ଥିଲା ଅଷ୍ଟାଦଶ ଦିବସ।ଶ୍ୱେତସୁବର୍ଣ୍ଣ କ୍ଷେତ୍ର ଦାମନଯୋଡ଼ି ଶ୍ରୀଜଗନ୍ନାଥ ମନ୍ଦିରରେ ସ୍ଵତନ୍ତ୍ର ପୂଜାନୀତି ଓ ଠାକୁରଙ୍କ ଚାପ ଖେଳ ନରେନ୍ଦ୍ର ପୁଷ୍କରିଣୀରେ ଅନୁଷ୍ଠିତ ହୋଇଥିଲା।ଚତୁର୍ଦ୍ଧାମୂର୍ତ୍ତିଙ୍କ ସନ୍ଧ୍ୟା ଆଳତି ପରେ ଘଣ୍ଟଘଣ୍ଟା,ଆଲଟ,ଚାମର,ସଂକୀର୍ତ୍ତନ,ହରିବୋଲ ହୁଳହୁଳି ମଧ୍ୟରେ ଶ୍ରୀ ରାଧାକୃଷ୍ଣଙ୍କୁ ମୁଖ୍ୟ ମନ୍ଦିରରୁ ନରେନ୍ଦ୍ର ପୁଷ୍କରିଣୀକୁ ଅଣାଯାଇ ଥିଲା।ସେଠାରେ ପୂଜାର୍ଚ୍ଚନା ସହିତ ଏକ ସୁସଜ୍ଜିତ ଡଙ୍ଗାରେ ଶ୍ରୀଜୀଉଙ୍କୁ ପୁଷ୍କରିଣୀ ପରିକ୍ରମା କରାଯାଇଥିଲା।ପୂଜକ ଅଜୟ କୁମାର ପଣ୍ଡା,ବିପିନ ବିହାରୀ ପଣ୍ଡା ଓ ଅମୀୟ କୁମାର ସାମନ୍ତରାୟ ପୂଜାକର୍ମ କରିଥିଲେ। ଅଷ୍ଟାଦଶ ଦିବସରେ ନାଲକୋ ମହାପ୍ରବନ୍ଧକ(ସୁରକ୍ଷା) ଶାଳିଗ୍ରାମ ଉପାଧ୍ୟାୟ ଧର୍ମପତ୍ନୀ ଅଞ୍ଜୁ ଉପାଧ୍ୟାୟଙ୍କ ସହିତ ମୁଖ୍ୟପୁରୋଧା ରୂପେ ଯୋଗଦେଇ ଶ୍ରୀଜୀଉଁ ଙ୍କୁ ଚାପ ଖେଳାଇ ଥିଲେ। ସେହିପରି ସପ୍ତଦଶ ଦିବସରେ ମହାପ୍ରବନ୍ଧକ(ମାନବ ସମ୍ବଳ) ଚନ୍ଦ୍ରମୋହନ ମହାନ୍ତ ଧର୍ମପତ୍ନୀ କଲ୍ୟାଣୀ ମହାନ୍ତଙ୍କ ସହିତ ମୁଖ୍ୟପୁରୋଧା ରୂପେ ଓ ଷୋଡ଼ଶ ଦିବସରେ ମହାପ୍ରବନ୍ଧକ(ଖଣି) ଆର କେ ବ୍ରହ୍ମା ମୁଖ୍ୟପୁରୋଧା ରୂପେ ଶ୍ରୀଜୀଉଁ ଙ୍କୁ ଚାପ ଖେଳାଇ ଥିଲେ।
ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ସଭାପତି ତଥା ନାଲକୋ ମୁଖ୍ୟ ମହାପ୍ରବନ୍ଧକ ସଞ୍ଜୟ କୁମାର ପଟ୍ଟନାୟକ, ସମ୍ପାଦକ କୈଳାସ ସେନାପତି,କୋଷାଧ୍ୟକ୍ଷ ପି କେ ମହାରଣା,ଯୁଗ୍ମ ସମ୍ପାଦକ ତ୍ରିଲୋଚନ ଚୌଧୁରୀଙ୍କ ସହିତ ସଦସ୍ୟ ଶିଶିର ପରିଡ଼ା,ରଞ୍ଜନ କୁମାର ବେହେରା,ପ୍ରଫୁଲ୍ଲ କୁମାର ମୁନି,ଦିଲ୍ଲୀପ କୁମାର ଭୂୟାଁ,ପ୍ରକାଶ ସାହୁ,ଚନ୍ଦ୍ରକାନ୍ତ କର,ମୂରଲୀଧର ଦାସ,ବିମଳ ନାୟକ,ସୁଶାନ୍ତ କୁମାର ଦାଶ,ଡ଼ ନିରୋଦ କୁମାର ପ୍ରଧାନ,ଡ଼ ଅଶୋକ କୁମାର ମହାନ୍ତି,ଡ଼ ରମେଶ ଚନ୍ଦ୍ର ଦାଶ,ସନ୍ତୋଷ କୁମାର ଦାଶ,ଆର ଏନ ମୁଦୁଲି,ଖଦାଳ ନାୟକ,ବିକ୍ରମ ଜେନା,ସୁନୀଲ କୁମାର ଚୌଧୁରୀ,ଅମର ଦାସ,ଈଶ୍ୱର ମାଳିଙ୍କ ସହିତ ଅନ୍ୟ ସ୍ବେଚ୍ଛାସେବୀ ଓ ଶ୍ରଦ୍ଧାଳୁ ବିଭିନ୍ନ ଦିବସରେ ଉପସ୍ଥିତ ରହି ସେବା ଯୋଗାଇଥିଲେ।ତଳ ଗୌଡ଼ଗୁଡ଼ା ଓ ଉପର ଗୌଡ଼ଗୁଡ଼ାର ସଂକୀର୍ତ୍ତନ ମଣ୍ଡଳୀଙ୍କ ସହିତ ଶ୍ରୀଜଗନ୍ନାଥ ମନ୍ଦିରର ସଂକୀର୍ତ୍ତନ ଦଳ ସେବା ଯୋଗାଇଥିଲେ।

16
694 views

Comment