ମାଲକାନଗିରିରେ ଏମଭି–୭୯ ଥାନାରେ ଜୁଭେଣ୍ଟିକା କାର୍ଯ୍ୟକ୍ରମ ଆରମ୍ଭ
ମାଲକାନଗିରି: ଓଡ଼ିଶା ପୋଲିସ ଓ ୟୁନିସେଫ୍ଙ୍କ ମିଳିତ ସହଯୋଗରେ ଆୟୋଜିତ ରାଜ୍ୟବ୍ୟାପୀ “ଜୁଭେଣ୍ଟିକା” କାର୍ଯ୍ୟକ୍ରମ ଏମଭି–୭୯ ଥାନା ପରିସରରେ ଆଜି ଅପରାହ୍ନ ୩ଟା ୪୫ ମିନିଟ୍ ସମୟରେ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମ ସାରା ଓଡ଼ିଶାର ସମସ୍ତ ଥାନାରେ ସମକାଳୀନ ଭାବେ ଚାଲିଛି।
ଓଡ଼ିଶା ପୋଲିସର ମହାନିର୍ଦ୍ଦେଶକ ୱାଇ. ବି. ଖୁରାନିଆ ଦ୍ୱାରା ଉଦ୍ଘାଟିତ, ଏମଭି–୭୯ ଥାନାରେ ଥାନାଧିକାରୀ ପୂର୍ଣ୍ଣିମା ଟେଟେଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ଉପ-ନିରୀକ୍ଷକ ଶ୍ରୀଚନ୍ଦନ ବେହେରା, ଉପ-ନିରୀକ୍ଷକ ଗିରିଶ ଚନ୍ଦ୍ର ସାରକାଙ୍କ ସହ ସମସ୍ତ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ।
ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯୁବ ପିଢ଼ୀଙ୍କର ସଚେତନତା ବୃଦ୍ଧି, ଶିଶୁ ସୁରକ୍ଷା, ସାମାଜିକ ଦାୟିତ୍ୱ ଓ ପୋଲିସ ଓ ଜନସାଧାରଣଙ୍କ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିବା। କାର୍ଯ୍ୟକ୍ରମଟି ସଫଳତାର ସହ ସମ୍ପନ୍ନ ହୋଇଛି।