logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ମାଲକାନଗିରି: ଏମଭି–୭୯ ଥାନାରେ ଜୁଭେଣ୍ଟିକା କାର୍ଯ୍ୟକ୍ରମ ଆରମ୍ଭ

ମାଲକାନଗିରି: ଓଡ଼ିଶା ପୋଲିସ ଓ ୟୁନିସେଫ୍‌ଙ୍କ ମିଳିତ ସହଯୋଗରେ ରାଜ୍ୟବ୍ୟାପୀ “ଜୁଭେଣ୍ଟିକା” କାର୍ଯ୍ୟକ୍ରମ ଏମଭି–୭୯ ଥାନାରେ ଏକାସାଥିରେ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମ ଆଜି ଅପରାହ୍ନ ୩ଟା ୪୫ ମିନିଟ୍ ସମୟରେ ସମସ୍ତ ଓଡ଼ିଶାର ଥାନା ସହ ଆରମ୍ଭ ହୋଇଥିଲା।

ଓଡ଼ିଶା ପୋଲିସର ମହାନିର୍ଦ୍ଦେଶକ ଶ୍ରୀ ୱାଇ. ବି. ଖୁରାନିଆଙ୍କ ଉଦ୍ଘାଟନ ସହ ଏମଭି–୭୯ ଥାନାରେ ଥାନାଧିକାରୀ ପୂର୍ଣ୍ଣିମା ଟେଟେଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉପ-ନିରୀକ୍ଷକ ଶ୍ରୀଚନ୍ଦନ ବେହେରା ଓ ଉପ-ନିରୀକ୍ଷକ ଗିରିଶ ଚନ୍ଦ୍ର ସାରକାଙ୍କ ସହ ସମସ୍ତ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ।

ଏହି କାର୍ଯ୍ୟକ୍ରମରେ ଯୁବ ପିଢ଼ୀଙ୍କ ସଚେତନତା, ଶିଶୁ ସୁରକ୍ଷା, ସାମାଜିକ ଦାୟିତ୍ୱବୋଧ ଓ ପୋଲିସ-ଜନସାଧାରଣ ସମ୍ପର୍କ ବୃଦ୍ଧି ପାଇଁ ମତ ପ୍ରକାଶ କରାଯାଇଥିଲା। କାର୍ଯ୍ୟକ୍ରମ ସଫଳ ଭାବେ ସମ୍ପନ୍ନ ହୋଇଛି।

9
349 views

Comment