ମାଲକାନଗିରି: ବିଶ୍ୱ ରେଡ଼କ୍ରସ ଦିବସ ପାଳନ
ମାଲକାନଗିରି: ଜିଲ୍ଲା ସ୍ତରୀୟ ବିଶ୍ୱ ରେଡ଼କ୍ରସ ଦିବସ ଡକ୍ଟର ଚିତ୍ତରଞ୍ଜନ ବାରିକଙ୍କ ଅଧ୍ୟକ୍ଷତାରେ ମାଲକାନଗିରି ମହାବିଦ୍ୟାଳୟ ସଭାଗୃହରେ ପାଳିତ ହୋଇଛି। ଏହି ସଭାରେ ମାଲକାନଗିରି ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ ଓ ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ଯୋଗଦାନ କରି ସ୍ବେଛାସେବୀଙ୍କୁ ସାର୍ ଜିନ ହେନେରୀ ଡୁନାଟଙ୍କ ଆଦର୍ଶରେ ଦେଶସେବା ପାଇଁ ପରାମର୍ଶ ଦେଇଥିଲେ।
ସଭାର ଆରମ୍ଭରେ ରେଡ଼କ୍ରସ ପ୍ରତିଷ୍ଠାତାଙ୍କ ଫୋଟୋରେ ପୁଷ୍ପ ମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା। ମୁଖ୍ୟବକ୍ତା ଦୀପ୍ତି ରଞ୍ଜନ ସାହୁ ଉପଜିଲ୍ଲାପାଳ ଛାତ୍ରଛାତ୍ରୀଙ୍କୁ ରେଡ଼କ୍ରସର ଆଜୀବନ ସଦସ୍ୟ ହେବା ପାଇଁ ଉପଦେଶ ଦେଇଥିଲେ। ପୂର୍ବତନ ଜିଲ୍ଲା ରେଡ଼କ୍ରସ ଆବାହକ ଡକ୍ଟର ରଞ୍ଜନ କୁମାର ସ୍ୱାଇଁ ମଧ୍ୟ ଦିବସର ମହତ୍ତ୍ୱ ବିଷୟରେ ଆଲୋଚନା କରିଥିଲେ।
ଏହି କାର୍ଯ୍ୟକ୍ରମକୁ ଯୁବ ରେଡ଼କ୍ରସ ଆବାହକ ବିଘ୍ନେଶ୍ୱର ପୀଡ଼ିଶିକା ମଞ୍ଚ ଚାଳନା କରିଥିଲେ। ସଭାରେ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ସ୍ବେଛାସେବୀ ଶୁଭଲକ୍ଷ୍ମୀ ସାହୁ, ସୁନେଲି ମହାରଣା, ଅମ୍ବିକା ଖରା, ସନାତନ କବାସୀ, ସୁରଜ ମଲ୍ଲିକ, ଇପ୍ସିତା ଦାସ, ଜି. ସରସ୍ବତୀ ଉପସ୍ଥିତ ଥିଲେ। ଶପଥ ଗ୍ରହଣ ସହ ଅତିଥିଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦିଆଯାଇ ସମ୍ବର୍ଦ୍ଧିତ କରାଗଲା। ସଭାରେ ଶ୍ରୀଯୁକ୍ତ ପୀଡ଼ିଶିକା ଧନ୍ୟବାଦ ଜଣାଇଥିଲେ।