logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ମାଲକାନଗିରିରେ ବିଶ୍ୱ ରେଡ଼କ୍ରସ ଦିବସ ପାଳନ

ମାଲକାନଗିରି : ମାଲକାନଗିରି ମହାବିଦ୍ୟାଳୟ ସଭାଗୃହରେ ଜିଲ୍ଲା ସ୍ତରୀୟ ବିଶ୍ୱ ରେଡ଼କ୍ରସ ଦିବସ ଡକ୍ଟର ଚିତ୍ତରଞ୍ଜନ ବାରିକଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଛି। ସଭାରେ ମାଲକାନଗିରି ଅତିରିକ୍ତ ଜିଲ୍ଲାପାଳ ଓ ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୋମନାଥ ପ୍ରଧାନ ଯୋଗଦାନ କରି ସ୍ବେଛାସେବୀଙ୍କୁ ସାର୍ ଜିନ ହେନେରୀ ଡୁନାଟଙ୍କ ଆଦର୍ଶରେ ଦେଶସେବା ପାଇଁ ପରାମର୍ଶ ଦେଇଥିଲେ।

ସଭାରେ ରେଡ଼କ୍ରସର ପ୍ରତିଷ୍ଠାତାଙ୍କ ଫୋଟୋରେ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା। ମୁଖ୍ୟବକ୍ତା ଦୀପ୍ତି ରଞ୍ଜନ ସାହୁ ଉପଜିଲ୍ଲାପାଳଙ୍କ ଭାବେ ଛାତ୍ରଛାତ୍ରୀଙ୍କୁ ରେଡ଼କ୍ରସର ଆଜୀବନ ସଦସ୍ୟ ହେବା ପାଇଁ ଉପଦେଶ ଦେଇଥିଲେ। ପୂର୍ବତନ ଜିଲ୍ଲା ରେଡ଼କ୍ରସ ଆବାହକ ଓ ସମ୍ପାଦକ ଡକ୍ଟର ରଞ୍ଜନ କୁମାର ସ୍ୱାଇଁ ଦିବସର ମହତ୍ତ୍ୱ ବିଷୟରେ ଆଲୋକପାତ କଲେ। ଜିଲ୍ଲା ଯୁବ ରେଡ଼କ୍ରସ ଆବାହକ ବିଘ୍ନେଶ୍ୱର ପୀଡିଶିକା ସଭା ପରିଚାଳନା କରିଥିଲେ। ଶପଥ ଗ୍ରହଣ ସମୟରେ ଅତିଥିମାନେ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ ହୋଇ ସମ୍ବର୍ଦ୍ଧିତ ହେଲେ। ସଭାରେ ଶୁଭଲକ୍ଷ୍ମୀ ସାହୁ, ସୁନେଲି ମହାରଣା, ଅମ୍ବିକା ଖରା, ସନାତନ କବାସୀ, ସୁରଜ ମଲ୍ଲିକ, ଇପ୍ସିତା ଦାସ, ଜି. ସରସ୍ବତୀ ଓ ଅନ୍ୟାନ୍ୟ ଅଧ୍ୟାପକ ଓ ସ୍ବେଛାସେବୀ ଉପସ୍ଥିତ ଥିଲେ।

0
78 views

Comment